ଶାମ୍ବ ଦଶମୀ ରେ ପୂଜା କରିବା ସମୟରେ ଏହି ୩ ଟି କାମ କଲେ ସବୁ ମନସ୍କାମନା ପୂର୍ଣ୍ଣ ହେବ ||ବର କୋଳି

0

ପ୍ରତେକ ବ୍ୟକ୍ତି ନିଜ ଜୀବନ ରେ ସବୁବେଳେ ଟଙ୍କା ଏବଂ ସଫଳତା ପାଇବାକୁ ଚେଷ୍ଟା କରିଥାଏ। ସେଥିପାଇଁ ଅନେକ ଲୋକ କିଛି ନା କିଛି କାର୍ଯ୍ୟ ବୃତ୍ତି କରି ଜୀବନ ଯାପନ କରନ୍ତି। କିନ୍ତୁ ଭାଗ୍ୟ ଅନେକ ସମୟରେ ତାଙ୍କ ସପକ୍ଷରେ ଯାଏ ନାହିଁ। ବ୍ୟକ୍ତି ସର୍ବଦା ଚାହେଁ କି ସେ ଚାହୁଁଥିବା ପ୍ରତେକ ଜିନିଷ ତାକୁ ସହଜରେ ମିଲିଯାଉ। କିନ୍ତୁ ସେମିତି ହୋଇ ନଥାଏ। ସେହି ବ୍ୟକ୍ତି ହେଉ ବା ଆମେ ନିଜେ ଅନେକ ସମୟରେ ଦୁଃଖ କଷ୍ଟ ପାଇଥାଉ।

ଯେତେ ଧନ ଉପାର୍ଜନ କଲେ ମଧ୍ୟ ତାହା ଆମ ପାଇଁ ନିଅଣ୍ଟିଆ ହୁଏ ନାହିଁ। ଅନେକ ରୋଗ ବ୍ୟାଧି ପରିବାର ଲୋକଙ୍କୁ ମାଡ଼ି ବସେ। ଚାକିରୀ ସମ୍ପର୍କିତ ମାମଲା ରେ ନିରାଶ ହେବାକୁ ପଡ଼େ। ଠିକ୍ ସମୟରେ ବିବାହ ମଧ୍ୟ ଯୋଗ ଆସେ ନାହିଁ।

ତେବେ ଏହି ସବୁ ସମସ୍ୟା ରୁ ରକ୍ଷା ପାଇବାକୁ ହେଲେ ଅର୍ଥାତ୍ ଯଦି ଆପଣ ଧନ ପ୍ରାପ୍ତି କରିବାକୁ ଚାହାଁନ୍ତି କିମ୍ୱା ଚାକିରୀ ଏବଂ ସବୁ କ୍ଷେତ୍ର ରେ ସଫଳ ହେବାକୁ ଚାହାନ୍ତି ତେବେ ଏହି ଶାମ୍ବ ଦଶମୀ ରେ ଏହି ୩ ଟି ଉପୟା କରନ୍ତୁ। ଦେଖିବେ ଏହି ଉପାୟ କରିବାର ମାତ୍ରା ଆପଣଂକୁ ଧନ ପ୍ରାପ୍ତି ହେବା ସହ ସବୁ କାର୍ଯ୍ୟ ସଫଳ ହେବାରେ ଲାଗିବ।

ତେବେ ଆମେ ଆପଣଂକୁ କହିରଖୁଛୁ ଯେ ଏହି ଶାମ୍ବ ଦଶମୀ ପୂଜା ଓଡ଼ିଶାରେ ବହୁତ ପ୍ରସିଦ୍ଧ ଅଟେ ।ଏଥିରେ ତିନି ପ୍ରହର ପୂଜା ହୋଇଥାଏ ।ଆମେ ଆପଣଂକୁ କହିବୁ ଯେ କିପରି ଭାବରେ ଏହି ପୂଜା କରିବା ଦ୍ୱାରା ଆପଣ ଧନବାନ ଓ ସଫଳତା ପାଇପାରିବେ ।

୧. ସକାଳ ପୂଜା

ତେବେ ଏହି ଶାମ୍ବ ଦଶମୀ ପୂଜା ରେ ସକାଳେ ମହିଳା ମାନେ ସ୍ନାନ କରି ପୂଜା କରିବାକୁ ଆସିଥାନ୍ତି। ତେବେ ଏହି ପୂଜା ପାଇଁ ପନିପରିବା ର ବହୁତ ଆବଶ୍ୟକତା ରହିଥାଏ ।ତେବେ ସକାଳେ ଗାଧେଇବା ପରେ ଆପଣ ପୂଜା କରିବା ସ୍ଥାନକୁ ଗୋବର ବା ଗଙ୍ଗା ପାଣିରେ ଧୋଇ ନିଅନ୍ତୁ ଏବଂ ଏହା ଉପରେ ଚିତା ପକାନ୍ତୁ। ଏବେ ସେହି ସ୍ଥାନରେ କଳସ ରଖନ୍ତୁ ଏବଂ ତାର ଚାରିପଟେ କଦଳୀ ପତ୍ର ରେ ସକାଳ ର ଭୋଗ ରଖନ୍ତୁ ।ପରେ ସାତ ଟି ବାଇଗଣ ପତ୍ର ରେ ଏହାକୁ ରଖିନିଆନ୍ତୁ ଓ କଳସ ଓ ସୂର୍ଯ୍ୟ ଦେବତା ଙ୍କୁ ପୂଜା କରନ୍ତୁ ।ପୂଜା ସରିବା ପରେ ସେହି ଭୋଗ କୁ ଛୋଟ ପିଲାଙ୍କ ସହ ବାଣ୍ଟିନିଅନ୍ତୁ ।

୨.ମଧ୍ୟମ ପୂଜା

ଏହି ପୂଜା କରିବା ପାଇଁ ଅନ୍ୟ ଏକ ସ୍ଥାନରେ ଚିତା ପକାନ୍ତୁ ।ଏବଂ ସେଠାରେ କଦଳୀ ପତ୍ର ଓ ତା ଉପରେ ବାଇଗଣ ପତ୍ର ରଖନ୍ତୁ ।ଏବେ ଏଥିରେ ପ୍ରସ୍ତୁତ ହୋଇଥିବା ଫଳ ଓ ଖେଚୁଡ଼ି ର ଭୋଗ କୁ ଲଗାନ୍ତୁ ।ବର୍ତ୍ତମାନ ୭ଥର ପାଣି ଛଡ଼ାନ୍ତୁ ଓ ଘରର ସମସ୍ତ ବ୍ୟକ୍ତି ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତୁ ।

୩.ସନ୍ଧ୍ୟା ପୂଜା

ବନ୍ଧୁଗଣ ଏହି ପୂଜା ଟି ସନ୍ଧ୍ୟା ରେ ସୂର୍ଯ୍ୟ ଅସ୍ତ କୁ ଦେଖି ପୂଜା କରାଯାଇଥାଏ। ପୂର୍ବ ପରି ଏଠାରେ ମଧ୍ୟ କଦଳୀ ପତ୍ର ଓ ବାଇଗଣ ପତ୍ର ରଖନ୍ତୁ ।ଓ ସେଥିରେ ମିଠା ଓ ପିଠା ର ଭୋଗ ଲଗାନ୍ତୁ ।ଏହି ପୂଜାରେ ପାଳସ କୋଳି ବ୍ୟବହାର କରିବା ଶୁଭ ହୋଇଥାଏ ।ଏବଂ ମଝି ପତ୍ର କୁ ଛାଡି ସବୁପତ୍ର ର ଭୋଗ ପିଲାଙ୍କୁ ବାଣ୍ଟିନିଅନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।