Dating in Acton Dating sites Modena am looking for a dating site nude singles near me best bars in denver for singles

ଦେଖନ୍ତୁ ଭିଡିଓ – ବିନା ଦୋଷରେ କନେଷ୍ଟବଳ , ଲୋକ ଙ୍କୁ ଦେଖାଇଲେ ନିଜର ଦାଦା ଗିରି ଏଭଳି ପୋଲିସ କୁ କ’ଣ ଦଣ୍ଡ ମିଳିବା ଦରକାର କମେଣ୍ଟରେ ଜଣାନ୍ତୁ

0

ଦିନ କୁ ଦିନ ଆମ ସମାଜରେ ସରକାରୀ କର୍ମଚାରୀ ମାନଙ୍କ ର ଅରାଜକତା ବଢିବା ରେ ଲାଗିଛି ।ଧୀରେ ଧୀରେ ସମାଜ ରେ ସରକାରୀ କର୍ମଚାରୀ ମାନେ ନିଜର ଗୁଣ୍ଡାଗର୍ଦ୍ ଓ ଦାଦାଗିରି ର କାୟା ବିସ୍ତାର କରିବାରେ ଲାଗିଛନ୍ତି ।ପ୍ରଥମ ରେ ସେମାନେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ଠିକ ଭାବରେ ପାଳନ କାରୁନାହାନ୍ତି ସେଥି ରେ ପୁଣି ଜନସାଧାରଣ ଙ୍କୁ ବିଭିନ୍ନ ପ୍ରକାରର ହୋଇରାଣ ହରକତ କରୁଛନ୍ତି ।

ଆମ ସରକାର ସମସ୍ତ କର୍ମଚାରୀ ଙ୍କୁ ତାଙ୍କର କାର୍ଯ୍ୟ ପାଇଁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଟଙ୍କା ସାଲାରୀ ରୂପରେ ଦେବା ସହ ସେମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ଦେଉଛନ୍ତି । ତଥାପି ସେମାନେ ନିଜର କର୍ମ ରେ ଧ୍ୟାନ ନଦେଇ ଲୋକମାନ ଙ୍କ ଉପରେ ଦାଦାଗିରି ଚଲେଇଛନ୍ତି।

ତେବେ ଏହିପରି ଏକ ସରକାରୀ କର୍ମଚାରୀ ଙ୍କର ଦାଦାଗିରି ଘଟଣା ଟି ଚର୍ଚ୍ଚା ରେ ରହିଛି ଯାହା ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ। ତେବେ ଏହି ଘଟଣା ଟି ଘଟିଛି ଗଂଜାମ ଜିଲ୍ଲାର ଖଲ୍ଲିକୋଟ ରେ ।ତେବେ ଏହି ସ୍ଥାନରେ ଜଣେ ପୋଲିସ କନେଷ୍ଟବଳ ସୁଦର୍ଶନ ଜେନା ଜଣେ ଯୁବକ ଙ୍କୁ ଆସଭ୍ୟ ଭାଷା ରେ ଗାଳି ଦେବା ସହ ଚପୁଡା ପରେ ଚପୁଡା ମାରିଚାଲୀ ଥିଲେ ଜଣେ ଯୁବକ ଙ୍କୁ ।ଶେଷ ରେ ମାରି ମାରି ତାଙ୍କର ମୁହଁ ଫଟେଇ ତାଙ୍କୁ ଲହୁଲୁହାଣ କରିଦେଇଥିଲେ କନେଷ୍ଟବଳ ସୁଦର୍ଶନ ଜେନା ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସରକାର ଙ୍କର ନୂଆ ସଡକ ସୁରକ୍ଷା ନିୟମ ଅନୁସାରେ ସମସ୍ତ ବାଇକ ଚାଳକ ଓ ତାଙ୍କ ସହ ବାଇକ ରେ ବସୁଥିବା ବ୍ୟକ୍ତି ମୁଣ୍ଡ ରେ ହ୍ୟାଲମେନ୍ଟ ଲଗାଇବା ବାଧ୍ୟତାମୂଳକ କରାଯାଇଛି ।ତେବେ ସେହି ଯୁବକ ଜଣଙ୍କ ବାଇକ ଚଳାଉଥିବା ବେଳେ କୌଣସି କାରଣ ରୁ ହ୍ୟାଲମେନ୍ଟ ଲଗାଇନଥିଲ ।ତେଣୁ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ଙ୍କ ସମ୍ମୁଖରେ ସୁଦର୍ଶନ ସେହି ଯୁବକ ଙ୍କୁ ମାଡ଼ ମାରିଚାଲି ଥିଲେ ।ଯାହାକି ଅତ୍ୟନ୍ତ ଅଭବନୀୟ ତଥା ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ ।

କିନ୍ତୁ ସେହି ଅଞ୍ଚଳରେ ରହୁଥିବା ଲୋକ କହିଛନ୍ତି ଯେ , କନେଷ୍ଟବଳ ସୁଦର୍ଶନ ଜେନା ଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ କାରଣ ପ୍ରାୟ ସବୁଦିନ ସେ ମଦ୍ୟ ପାନ କରି ସାଧାରଣ ଲୋକ ମାନଙ୍କୁ ଏହିପରି ବ୍ୟବହାର କରିଥାନ୍ତି ।ଆହୁରି ଆଶ୍ଚର୍ଯ୍ୟ ର କଥା ଏହା କି ଯେ ସୁଦର୍ଶନ ସବୁଦିନ ମଦ୍ୟପାନ କରନ୍ତି ଓ ଲୋକ ମାନଙ୍କୁ ଏହି ପରି ହୋଇରାଣ ହରକତ କରିବା ତଥା ଗୁଣ୍ଡା ପରି ଲୋକ ମାନ ଙ୍କୁ ମାର ପିଟ କରିବା କଥା

ସେଠାରେ ଥିବା ଅନ୍ୟ ପୋଲିସ ଅଫିସର ମାନେ ଜାଣିଛନ୍ତି କିନ୍ତୁ କେହି ବି ତାଙ୍କୁ କିଛି କହି ନଥାନ୍ତି ।ତେଣୁ ଦିନ କୁ ଦିନ ତାଙ୍କର ଦାଦାଗିରି ବଢ଼ିବାରେ ଲାଗିଛି ।ଯାହାର ଫଳ ଭୋଗ କରୁଛନ୍ତି ସାଧାରଣ ଲୋକେ ।ଜଣେ ପୋଲିସ କର୍ମଚାରୀ ହୋଇ ମଧ୍ୟ ମଦ୍ୟପାନ କରୁଛନ୍ତି ସେ ,ଏହା ଠାରୁ ଆଉ ଲଜ୍ୟା ର ବିଷୟ କିଛି ନହୋଇପାରେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।