ଆର୍ ବି ଆଇ ର ବଡ଼ ଘୋଷଣା – ଆଉ ଚଳିବନି ପୁରୁଣା ଥିବା ଟଙ୍କା ଜଲ୍ଲଦି ଜାଣନ୍ତୁ କେଉଁଦିନ ଠାରୁ ପୁରାପୁରି ବନ୍ଦ ହେବ , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ଭାରତ ସରକାର ଯେଉଁ ସବୁ ନିୟମ ଗୁଡ଼ିକ ଲାଗୁ କରନ୍ତି ତାହା ସବୁବେଳେ ଫଳ ପ୍ରଦ ହୋଇଥାଏ। ସରକାର ସମାଜ ର ଅର୍ଥ ନୀତି,ରାଜନୀତି ଓ ଲୋକ ମାନଙ୍କ ର ଅସୁବିଧା କୁ ଆଖି ରେ ରଖି ସବୁ ନିଷ୍ପତି ଓ ନିୟମ ତିଆରି କରନ୍ତି ।ତେବେ କିଛି ବର୍ଷ ତଳେ ଭାରତ ସରକାର ପ୍ରତ୍ୟାହାର କରିଥିଲେ କିଛି ପୁରୁଣା ଟଙ୍କା କୁ। ତେବେ ଆର୍ ବି ଆଇ ଆଉ ଏକ ନିଷ୍ପତ୍ତି ନେଇଛନ୍ତି ଯେ ପୁରୁଣା ଟଙ୍କା ପ୍ରତ୍ୟାହାର କରାଯିବ।

୫,୧୦ ଏବଂ ୧୦୦ ଟଙ୍କିଆ ନୋଟ୍ କୁ ପ୍ରତ୍ୟାହାର କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ଏଜିମ୍ ଙ୍କ ବଡ଼ ଘୋଷଣା ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ୍ ମାସ ମଧ୍ୟ ରେ ବଜାର ରୁ ପାଞ୍ଚ ଟଙ୍କିଆ , ଦଶ ଟଙ୍କିଆ ଓ ଶହେ ଟଙ୍କିଆ ପୁରୁଣା ନୋଟ୍ କୁ ଫେରେଇ ନିଆ ଯିବ ବୋଲି ସୂଚନା ଦେଇଛନ୍ତି ଆର୍ ବି ଆଇ ର ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ବି ମହେଶ୍।

ତେବେ ଆର୍ ବି ଆଇ ଏଜିଏମ୍ ଙ୍କ କହିବା ଅନୁଯାୟୀ ମାର୍ଚ୍ଚ କିମ୍ବା ଏପ୍ରିଲ୍ ମାସ ସୁଦ୍ଧା ଏହି ସବୁ ପୁରୁଣା ନୋଟ୍ ର ପ୍ରତ୍ୟାହାର ଉପରେ ସେଣ୍ଟ୍ରାଲ ବ୍ୟାଙ୍କ୍ ତରଫ ରୁ ଖୁବ୍ ଜୋର୍ ଦାର ରେ ବିଚାର ବିମସ କରା ଯାଉଛି। ତେବେ ଯଦି ସବୁ କିଛି ଠିକ୍ ରୁହେ ତେବେ ବହୁତ୍ ଜଲ୍ଦୀ ଏହି ଏ ନେଇ ଘୋଷଣା ହୋଇପାରେ ବୋଲି ବି ମହେଶ ସୂଚନା ଦେଇଛନ୍ତି । ତେବେ ଅନେକ ସମୟ ରେ ନକଲି ନୋଟ୍ ର କାରବାର କୁ ଆଡେଇ ଦେବା ପାଇଁ ପୁରୁଣା ସିରିଜ୍ ର ନୋଟ୍ ଗୁଡ଼ିକୁ ବନ୍ଦ କରିବା କୁ ଆର୍ ବି ଆଇ ନିଷ୍ପତି ନେଇ ଥାଏ ।

ତେବେ ଏହି ସବୁ ବିଧି ବଧ ଘୋଷଣା ପରେ ବନ୍ଦ୍ କରା ଯାଇଥିବା ସମସ୍ତ ପୁରୁଣା ନୋଟ୍ କୁ ବ୍ୟାଙ୍କ୍ ରେ ଜମା କରିବାକୁ ପଡି ଥାଏ । ସେହି ଭଳି ଦୁଇ ବର୍ଷ ପୂର୍ବେ ରିଜର୍ଭ ବ୍ୟାଙ୍କ ତରଫ୍ ରୁ ଶହେ ଟଙ୍କିଆ ନୂଆ ନୋଟ୍ କୁ ଜାରି କରା ଯାଇ ଥିଲା । ମାତ୍ର ନୂଆ ନୋଟ୍ ସହ ପୁରୁଣା ନୋଟ୍ କୁ ମଧ୍ୟ ବୈଧ ଭାବେ ବିବେଚନା କରା ଯାଇଛି ।

ତେବେ ଚିନ୍ତା ର ବିଷୟ ହେଉଛି ଦଶ ଟଙ୍କିଆ କଏନ , ସମସ୍ତଙ୍କୁ ଚିନ୍ତା ରେ ପକେଇଛି ଦଶ ଟଙ୍କିଆ କଏନ। ଦଶ ଟଙ୍କିଆ କଏନ ରିଜର୍ଭ ବ୍ୟାଙ୍କ ପାଇଁ ପାଲଟି ଯାଇଛି ସବୁଠୁ ଚିନ୍ତା ଏବଂ ମୁଣ୍ଡ ବିନ୍ଧା ର କାରଣ। ଦଶ ଟଙ୍କିଆ କଏନ ଆଜି ଠୁ ୧୫ ବର୍ଷ ପୂର୍ବରୁ ଜାରି ହୋଇଥିଲେ ମଧ୍ୟ ବିଭିନ୍ନ ଦୋକାନୀ ତଥା ବହୁତ୍ ବ୍ୟବସାୟୀ ମାନେ ଏବେ ମଧ୍ୟ ଏହି କଏନ ନବାକୁ ଅମଙ୍ଗ ହେଉଛନ୍ତି । ଏପରି କି ଦଶ ଟଙ୍କିଆ କଏନ ର ବୈଧତା କୁ ନେଇ ଅନେକ ଗୁଜବ ମଧ୍ୟ ଦେଖିବାକୁ ମିଳି ଥିଲା ।ତେବେ ଯାହାକି ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ପାଇଁ ଏକ ଚିନ୍ତା ର ବିଷୟ ପାଲଟିଛି ।

ଏବେ ଆର୍ ବି ଆଇ ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ବି ମହେଶ୍ କହିଛନ୍ତି କି କଏନ ର ପ୍ରଚଳନ କୁ ନେଇ ଲୋକ ଙ୍କୁ ସଚେତନ କରାଇବା ସହ ଦଶ ଟଙ୍କିଆ କଏନ କୁ ବନ୍ଦ୍ କରିବାର କୌଣସି ଯୋଜନା ନାହିଁ କୁ କୌଣସି ନକଲି ମୁଦ୍ରା ର ବିପଦ ମଧ୍ୟ ନାହିଁ ବୋଲି ସମସ୍ତ ଗ୍ରାହକ ଙ୍କୁ ଅବଗତ କରାଇ ବାକୁ ସମସ୍ତ ବ୍ୟାଙ୍କ୍ ଗୁଡ଼ିକୁ ଉଦ୍ୟମ କରିବା ଉଚିତ୍

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।