ଦେଖନ୍ତୁ Live ଭିଡିଓ – ଶ୍ରେଣୀ କକ୍ଷ ମଧ୍ୟରେ ଶିକ୍ଷୟତ୍ରୀ ଙ୍କୁ ଏଭଳି ମାରିଲେ ଛାତ୍ର ସୋସିଆଲ ମିଡ଼ିଆରେ ଭାଇରଲ ଭିଡ଼ିଓ ତା’ପରେ ଯାହା ହେଲା

0

ପୂର୍ବକାଳରେ ଗୁରୁ-ଶିଷ୍ୟ ଏବଂ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଗୁରୁ-ଶିଷ୍ୟ ମଧ୍ୟରେ ରହିଛି ଆକାଶ ପାତାଳର ଫରକ । ପୂର୍ବ କାଳରେ ଗୁରୁ ଙ୍କୁ ପୁଲମାନେ ନିଜର ପିତା ପରି ମାନୁଥିଲେ ଏବଂ ତାଙ୍କର ପ୍ରତ୍ୟେକ ବାଣୀ ପିଲାଙ୍କ ପାଇଁ ଏକ ପ୍ରକାର ଶପଥ ଥିଲା ଏବଂ ସେହି ପରି ଶିକ୍ଷକ ମାନେ ମଧ୍ୟ ନିଜ ଶିଷ୍ୟଙ୍କୁ ନିଜର ପୁତ୍ର ପରି ଦେଖୁଥିଲେ ଏବଂ ସବୁବେଳେ ସେମାନଙ୍କର ଶୁଭ କାମନା ପାଇଁ ପ୍ରାର୍ଥନା କରୁଥିଲେ ।

କିନ୍ତୁ ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅତ୍ୟାଧୁନିକ ହୋଇଥିବାରୁ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏବେ ପ୍ରଶ୍ନବାଚୀ ଆସିଛି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି ଜଣେ ଛାତ୍ର ଓ ଜଣେ ଶିକ୍ଷୟତ୍ରୀ ଙ୍କର ଯାହା ଦେଖିଲେ ଆପଣଙ୍କ ଲୋମ ତାଙ୍କୁରି ଉଠିବ ।

ଉଲ୍ଲେଖଯୋଗ୍ୟ ଯେ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଛାତ୍ର ଛାତ୍ରୀ ଙ୍କର ପଥ ଦର୍ଶକ ହୋଇଥାନ୍ତି ଏବଂ ଯଦି ପିଲା ମାନେ ଭୁଲ ରାସ୍ତା ରେ ଯାଉଛନ୍ତି ତ ତାଙ୍କୁ ସଠିକ ରାସ୍ତା କୁ ଆଣିବା ପାଇଁ ବହୁତ ପ୍ରକାରର ପ୍ରଚେଷ୍ଟା ଚଳେଇଥାନ୍ତି ।ଏମିତି କି ବେଳେ ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀ ଙ୍କର ଭୁଲ କୁ ସୁଧାରିବା ନିମନ୍ତେ ସେମାନ ଙ୍କୁ ମାଡ଼ ଦେବା ସହ ଟାଣ କଥା ମଧ୍ୟ କହିଥାନ୍ତି ।କିନ୍ତୁ ବର୍ତ୍ତମାନ ଏହି ଅତ୍ୟାଧୁନିକ ଯୁଗରେ ଏହାର ପୁରା ଉଲଟା ହେବରେ ଲାଗିଛି ।ତେବେ କିଛି ଦିନ ହେବ ସୋସିଆଲ ମିଡିଆ ରେ ଏକ ବିଦ୍ୟାଳୟ ର ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ନିଆଁ ପରି ଭାଇରଲ ହେବା ରେ ଲାଗିଛି ଉତ୍ତରପ୍ରଦେଶ ର ଏକ ବିଦ୍ୟାଳୟ ରେ ଯେଉଁ ବିଦ୍ୟାଳୟ ର ଜଣେ ଛାତ୍ର ନିଜର ବିଦ୍ୟାଳୟ ଶିକ୍ଷୟତ୍ରୀ ଙ୍କୁ ଧୁମ ମାରିଚାଲିଛି ।ତେବେ କଥା ତା ଆପଣଂକୁ ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ଏହା ଏକ ସତ୍ୟ ଘଟଣା ଅଟେ ।ତେବେ ଉତ୍ତରପ୍ରଦେଶ ର ଏକ ବିଦ୍ୟାଳୟ ରେ ଜଣେ ନବମ ଶ୍ରେଣୀ ଛାତ୍ର ତାଙ୍କର ଇଂରାଜୀ ଶିକ୍ଷୟତ୍ରୀ ଙ୍କ ସହ ପାଟିତୁଣ୍ଡ କରିବା ସହ ତାଙ୍କୁ ମାଡ଼ ମାରିଥିବା ର ଜଣାଯାଇଛି ଏହି ଭାଇରଲ ଭିଡ଼ିଓ ଟିରେ ।

ଭିଡ଼ିଓ ଟି କିଛି ଏମିତି ରହିଛି କି ଶ୍ରେଣୀ କକ୍ଷ ମଧ୍ୟରେ ଜଣେ ଶିକ୍ଷୟତ୍ରୀ ପାଠ ପଢ଼ାଉ ଥିବା ସମୟରେ ତାଙ୍କର ଜଣେ ଛାତ୍ର ଙ୍କର ସହ କୌଣସି ଏକ କଥା କୁ ନେଇ ଯୁକ୍ତି ତର୍କ ଚାଲିଥିଲା ଏବଂ ପରେ ସେହି ଛାତ୍ର ଜଣଙ୍କ ଉତେଜିତ ହୋଇ ମାଡାମ ଙ୍କ ଉପରେ ଆକ୍ରମଣ କରିଥିଲା। ପ୍ରଥମେ ତାଙ୍କର ବ୍ୟାଗ କୁ ଫୋପାଡ଼ି ଦେଇଥିଲା ସେହି ଛାତ୍ର ଓ ପରେ ଶିକ୍ଷୟତ୍ରୀ ଙ୍କ ଉପରକୁ ଆକ୍ରମଣ କରିଥିଲା ଓ ତାଙ୍କୁ ଚେୟାର ଉଠାଇ ମାଡ଼ ମାରିଥିବା ବେଳେ ମାଡାମ ଜଣଙ୍କ ନିଜକୁ ବଞ୍ଚେଇବା କୁ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ ।ତେବେ ଏହି ସମ୍ପୂର୍ଣ୍ଣ ଘଟଣା ଟୀକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।