ଦେଖନ୍ତୁ ଭିଡିଓ – କଲେଜ ରେ ଉଚ୍ଛୁଳା ପ୍ରେମ, ଆଣ୍ଠୁମାଡ଼ି ପ୍ରେମିକକୁ propose କରିବା ସହିତ କିସ୍ କିଛି ପିଲା ଲୁଚି କି ଭିଡିଓ କରି ସୋସିଆଲ ମିଡିଆରେ Upload କରିଲେ…

0

ନିକଟରେ ସରିଛି ପ୍ରେମ ସପ୍ତାହ। ବିଭିନ୍ନ ଉପାୟରେ ନିଜର ପ୍ରେମକୁ ଉପସ୍ଥାପନା କରିଛନ୍ତି ପ୍ରେମୀ ଯୁଗଳ। ତେବେ ଏହାରି ଭିତରେ ସେମାନଙ୍କର ଅନେକ ରଙ୍ଗ ଢ଼ଙ୍ଗ ସବୁ ମଧ୍ୟ ସାମ୍ନାକୁ ଆସିଛି। ପ୍ରେମୀ ଯୁଗଳ ଙ୍କ କାରନାମା ମାନ ମଧ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ। ନିଜ ପ୍ରେମକୁ ପାଇବା ପାଇଁ ସେମାନେ କଣ କଣ ସବୁ କରିଛନ୍ତି ତାହା ଦେଖିବାକୁ ମିଳିଛି।

ସେହିକ୍ରମରେ ପ୍ରେମ ସପ୍ତାହ ରେ ପ୍ରେମୀ ଯୁଗଳ ପରସ୍ପର ଭିତରେ ପ୍ରେମର ଆଦାନ ପ୍ରଦାନ କରିବା ସହିତ ନିଜର ପ୍ରେମକୁ ଅମର କରିବାର ପଣ ମଧ୍ୟ କରିଛନ୍ତି।ପ୍ରେମ ଏମିତି ଏକ ଜିନିଷ ତାହା ଏକ ପବିତ୍ର ବନ୍ଧନ ଏବଂ ଦୁଇଟି ଆତ୍ମାର ମିଳନ ରେ ହୋଇଥାଏ ବୋଲି କୁହାଯାଏ।

ଯାହା ଏକ ପରିଣତ ବୟସରେ ନିଜର ବୌଦ୍ଧିକ ବିକାଶ ହେବା ପରେ ପରସ୍ପର ପ୍ରତି ସ୍ନେହ ମମତା ଭଲପାଇବା, ଯତ୍ନ ଆସିବା ପରେ ହିଁ ହୋଇଥାଏ। ସେଥିପାଇଁ କୁହାଯାଏ ପ୍ରେମ କେତେବେଳେ କାହା ସହ ହୋଇଯାଏ ତାହା କହିବା ମୁସ୍କିଲ। କାରଣ ପ୍ରେମରେ ପଡ଼ିବା ପରେ ପ୍ରେମୀ ଯୁଗଳ ପରସ୍ପର ଭିତରେ ନିଜକୁ ହଜାଇ ଦେଇଥାନ୍ତି।

ଏକ ସୁନ୍ଦର ଅନୁଭବ ଭିତରେ ଦୁହେଁ ଦୁହିଁଙ୍କୁ ଅନୁଭବ କରିଥାନ୍ତି। କିନ୍ତୁ ପ୍ରେମ ଯଦି ସଠିକ ସାଥୀ ଏବଂ ସଠିକ ଭାବରେ ହୋଇ ନଥାଏ ତେବେ ସେହିଠାରେ ଆରମ୍ଭ ହୋଇଥାଏ ସମସ୍ୟା। କାରଣ ଏହି ପ୍ରେମ ପାଇଁ କେହି କେବେ କେବେ ଭଲ ରାସ୍ତାରେ ଚାଲନ୍ତି ତ,ପୁଣି କେହି କେବେ କେବେ ନିଜର ସବୁ ସୀମାକୁ ଭୁଲି ଭୁଲ୍ ମାର୍ଗରେ ନିଜକୁ ନେଇ ଯାଇଥାନ୍ତି।

ଆଉ ସେହି ଭଳି ଭୁଲ୍ ମାର୍ଗରେ ପ୍ରେମକୁ ପରିଚାଳିତ କରୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ସମାଜରେ ପ୍ରେମ କଳଙ୍କିତ ହୋଇଥାଏ।ତେବେ ବର୍ତ୍ତମାନ ଅଧିକାଂଶ ଯୁବକ ଯୁବତୀ ପରସ୍ପରକୁ ଯେଉଁ ପ୍ରେମ କରି ବସୁଛନ୍ତି ତାହା ସେମାନଙ୍କ ପାଇଁ ଏକ ଶାରିରୀକ ଆକର୍ଷଣ ଏବଂ ଶାରିରୀକ ମିଳନ ର କେନ୍ଦ୍ରବିନ୍ଦୁ ପାଲଟିଛି।

ନିଜକୁ ଉପଭୋଗ କରିବା ପାଇଁ ଏବଂ ଏହାର ଅନୁଭବ ପାଇବା ପାଇଁ ସେମାନେ ସେମାନେ ବିବାହ ପୂର୍ବରୁ ଏସବୁ ଅନୈତିକ କାର୍ଯ୍ୟ ଅନୈତିକ ଭାବରେ କରିବାକୁ ପଛାଉ ନାହାନ୍ତି।ଆଉ ଯେଉଁ କାରଣରୁ ସମାଜରେ ଦିନକୁ ଦିନ ଏହାକୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।

ଏହା ପରେ ପୁଣି ସେମାନଙ୍କ କାର୍ଯ୍ୟ କଲାପ ଆଗାମୀ ଭବିଷ୍ୟତ ପିଢ଼ି ଉପରେ ଏକ ମନ୍ଦ ପ୍ରଭାବ ପକାଉଛି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।ତେବେ ଭାଇରାଲ ହୋଇଥିବା ଏହି ଭିଡିଓରେ ପ୍ରେମିକା ପ୍ରେମିକଙ୍କୁ ଆଣ୍ଠେଇ ପ୍ରପୋଜ୍ କରୁଛନ୍ତି ଓ ପ୍ରେମିକ ଙ୍କ ହାତରେ ମୁଦି ପିନ୍ଧାଉ ଅଛନ୍ତି ଏବଂ ପ୍ରେମିକ ତାହାକୁ ଗ୍ରହଣ କରୁଛନ୍ତି।ଏହାପରେ ପରସ୍ପର ପରସ୍ପରକୁ ଆଲିଙ୍ଗନ କରୁଛନ୍ତି ଏବଂ ଚୁମ୍ବନ ମଧ୍ୟ କରିଛନ୍ତି।

ଏହାକୁ ପାଖରେ ଥିବା କେହିଜଣେ କ୍ୟାମେରାରେ ରେକର୍ଡ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।