୨୨ ବର୍ଷୀୟ ଯୁବତୀ ଚାନ୍ଦାନା ହିରାନ୍ HUL କୁ ପ୍ରମାଣ କଲେ କମ୍ପାନୀକୁ ଏହାର ନାମ ‘ଫେୟାର ଆଣ୍ଡ ଲଭଲି’ ରେ ପରିବର୍ତ୍ତନ କରିବାକୁ ପଡିଲା |

0

ଏହି ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ । ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି । ଏହା ପ୍ରାୟ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ଟିକେ ଅଧିକ ଚିନ୍ତା କରିଥାନ୍ତି ନିଜର ସୁନ୍ଦର ରୂପ ଉପରେ । ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିବା ସହ ବହୁ କସମେଟିକ ମଧ୍ୟ ବ୍ୟବହାର କରିଥାନ୍ତି ।


ସେହିପରି ଏକ ବୀୟୁଟି ପ୍ରଡକ୍ଟ ହେଉଛି ଫେୟାର ଆଣ୍ଡ ଲବଲି । ଏହି କସମେଟିକ ପ୍ରଡକ୍ଟ ଟି ଆମ ଦେଶର ଏକ ଶକ୍ତିଶାଳୀ କମ୍ପାନୀ ତଥା ହିନ୍ଦୁସ୍ତାନ ୟୁନିଲିବେର କମ୍ପାନୀ ପ୍ରସ୍ତୁତ କରିଥିଲା । ଲୋକମାନଙ୍କ କହିବା ଅନୁସାରେ ଏହି ବୀୟୁଟି ପ୍ରଡକ୍ଟ ଟି ମହିଳା ମାନଙ୍କର ସୁନ୍ଦରତା କୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ତେବେ କିଛି ଦିନ ହେବ ସୋସିଆଲ ମିଡ଼ିଆ ଦ୍ବାରା ଜଣା ଯାଉଛି ଯେ ଏହି ଫେୟାର ଆଣ୍ଡ ଲବଲି ନାମ ପରିବର୍ତ୍ତନ ହେବାକୁ ଯାଉଛି ବୋଲି । ତେବେ ଆମେ ଆପଣଙ୍କୁ ଜଣେଇଦେଉଛୁ ଯେ ଏହା ସତ୍ୟ ଅଟେ କି ଫେୟାର ଆଣ୍ଡ ଲବଲି ର ନାମ ପ୍ରକୃତ ରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି HUI ର ମୁଖ୍ୟ ।


ଉଲ୍ଲେଖ ଯୋଗ୍ୟ ଯେ , କିଛି ଦିନ ତଳେ ଏହି HUI ର ଫେୟାର ଆଣ୍ଡ ଲବଲି ର ଆଡ଼ଭେଟାଇଜମେଣ୍ଟ କୁ ନେଇ କିଛି ଲୋକ ବିରୋଧ କରିଥିଲେ ଏବଂ ସେହି ମଧ୍ୟରେ ଅନୁତମ ଥିଲେ ଜଣେ ୨୨ ବର୍ଷର ମହିଳା ଯାହାଙ୍କର ନାମ ହେଉଛି ଚନ୍ଦନା ହୀରଣ । ଏହି ଯୁବତୀ ଜଣଙ୍କ ହେଉଛନ୍ତି ଚାର୍ଟଡ଼ ଆକାଉଣ୍ଟ ର ଶେଷ ବର୍ଷ ର ଛାତ୍ରୀ । ତେବେ ଏହି ମହିଳା ଜଣଙ୍କ ଅଭିଯୋଗ ଆଣିଥିଲେ କି HUI କମ୍ପାନୀ ଏହି ପ୍ରଡକ୍ଟ ଟିର ନାମ ଏମିତି କରିବା ଦ୍ଵାରା ଏହା ଆମ ସମାଜରେ ବର୍ଣ୍ଣ ଗତ ଭେଦ ଭାବ ସୃଷ୍ଟି କରୁଛି। ତେବେ ସେ କହିଥିଲେ କି କୌଣସି ବି କସମେଟିକ ପ୍ରଡକ୍ଟ ର ନାମ ଏପରି କରିବା ଉଚିତ ନୁହେଁ କି ଏହା କାହାର ବ୍ୟକ୍ତିଗତ ମାମଲା କୁ ନେଇ ଜଣଙ୍କୁ କଷ୍ଟ ଦେବ ବା ଅନ୍ୟ ମାନଙ୍କ ଠାରୁ ନିମ୍ନ ବୋଲି ବିବେଚନା କରିବ ।

ଖାଲି ଏତିକି ନୁହେଁ ବରଂ ସେ ଆମେରିକା ରେ କଳା ଗୋରା ଭେଦ ଭାବକୁ ନେଇ ତାଙ୍କର ଏକ ଆଟିକିଲ ଲେଖିଥିଲେ ଯାହାର ନାମ ଥିଲା “ବ୍ଲାକ ମାଟର ଲାଇଭସ୍ ” (BLACK MATTER LIVES) । ଏହି ଦ୍ୱାରା ସେ ସମାଜରେ ହେଉଥିବା ବର୍ଣ୍ଣ ଗତ ହିଂସାକାଣ୍ଡ କୁ ଦୂର କରିବାକୁ ଚେଷ୍ଟା କରୁଥିବାର ଜଣାଯାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।