eros club marigot st martin free live cam website adult game reviews Dating sites Modena

ମୃତ୍ୟୁ ପରେ ଶବକୁ ଏକୁଟିଆ କାହିଁକି ଛଡ଼ାଯାଏ ନାହିଁ ? ଜାଣନ୍ତୁ ଏକ ବିଶିଷ୍ଟ କାରଣ

0

ମୃତ୍ୟୁ ପରେ ଶବକୁ ଏକୁଟିଆ କାହିଁକି ଛଡ଼ାଯାଏ ନାହିଁ ।ଆପଣ ମାନେ ପ୍ରାୟତଃ ଏହି କଥା ଟି ଜାଣି ନଥିବେ ।ସବୁବେଳେ ଆପଣ ଜାଣିଥିବେ ଦିନ ପରେ ଯେମିତି ରାତି ହୁଏ ସେମିତି ରାତି ପରେ ଦିନ ମଧ୍ୟ ଆସିଥାଏ ।ସେହିଭଳି ଭାବରେ ଜନ୍ମ ପରେ ଦିନେ ନା ଦିନେ ମୃତ୍ୟୁ ମଧ୍ୟ ଆସିଥାଏ ।ଏହି ବିଶାଳ ଦୁନିଆରେ ଯଦି କିଛି ସତ୍ୟ ଅଛି ତେବେ ତାହା ହେଉଛି ମରଣ,କିନ୍ତୁ ଆମେମାନେ କେବେ ଭି ନିଜ ଲୋକ ର ମୃତ୍ୟୁ କୁ ସ୍ବୀକାର କରିନଥାଏ।

ଆସନ୍ତୁ ଜାଣିବା ଜୀବନ ଯିବା ପରେ ଶବକୁ କାହିଁକି ଏକୁଟିଆ ଛଡା ଯାଏନାହିଁ । ହିନ୍ଧୁଧର୍ମରେ ଜୀବନ ଯିବା ପରେ ଶବକୁ ଜଳାଇବାର ପରମ୍ପରା ରହିଅଛି । ଯଦି ବ୍ୟକ୍ତିଟିର ଜୀବନ ରାତ୍ରି ସମୟରେ ଯାଇଥାଏ ତେବେ ଶବଟିର ଦାହ ସଂସ୍କାର କରିବା ପାଇଁ ସମସ୍ତେ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି ଆମ୍ଭେ ସମସ୍ତେ ତାହା ଜାଣିଚୁ ।

ଆପଣ ମାନେ ଅନେକ ସମୟ ରେ ଲକ୍ଷ କରିଥିବେ ଯଦି କୌଣସି ଘରେ ବ୍ୟକ୍ତିଟି ର ଜୀବନ ସନ୍ଧ୍ୟା ସମୟରେ ଯାଇଥାଏ ତେବେ ଶବଟିକୁ ଏକୁଟିଆ ଛଡା ଯାଏ ନାହିଁ । ଏହା ଜାଣିବା ପୂର୍ବରୁ ଆସନ୍ତୁ ଏବେ ଜାଣିନେବା ଯେ କେଉଁ କେଉଁ ପରିସ୍ଥିତି ରେ ଶବଟି ର ଦାହ ସଂସ୍କାର ରେ ବିଳମ୍ବ କରାଯାଏ । ବ୍ୟକ୍ତିଜଣକ ଯଦି ସୂର୍ଯ୍ୟ ଅସ୍ଥ ପରେ ମୃତ୍ୟୁ ବରଣ କରିଥାଏ ତେବେ ଶବଟିକୁ ରାତିସାରା ଘରେ ହିଁ ରଖାଯାଇଥାଏ । ପରଦିନ ତାହାର ଦାହ ସଂସ୍କାର କରାଯାଇଥାଏ ।

ଏହା ବ୍ଯତୀତ ଯଦି ବ୍ୟକ୍ତି ଜଣକର ଜୀବନ ପଞ୍ଚକ ସମୟରେ ଯାଇଥାଏ ତେବେ ମଧ୍ୟ ଶବଟିକୁ ଘରେ ରଖା ଯାଇଥାଏ ଏବଂ ଯେବେ ପଞ୍ଚକ କାଳ ସମାପ୍ତ ହୋଇଥାଏ ସେତେବେଳେ ଶବ ଦାହ କାରାଯାଇଥାଏ । କାରଣ ଗରୁଡ ପୁରାଣ ରେ କୁହାଯାଇଛି ଯେ ପଞ୍ଚକ ସମୟ ରେ ଯଦି କୌଣସି ବ୍ଯକ୍ତି ର ଶବ ଦାହ କରାଯାଏ ତେବେ ତାକୁ ମୋକ୍ଷର ପ୍ରାପ୍ତି ହୋଇନଥାଏ ।

ଏଥିପାଇଁ ଯଦି କିଏ ରାତିରେ ପ୍ରାଣ ତ୍ୟାଗ କରିଥାନ୍ତି ତେବେ ଏହି ପରିସ୍ଥିତିରେ ଶବକୁ ଶ୍ମଶାନକୁ ନେଇକି ଯାଇନଥାନ୍ତି । ଶବଟିକୁ ଘରେ ରଖାଯାଇଥାଏ, ଏହିଭଳି ପରିସ୍ଥିତିରେ ଶବକୁ ଏକୁଟିଆ ଛଡା ଯାଇନଥାଏ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥାଏ । ଏହିଭଳି କ୍ଷେତ୍ରରେ ଜଣେ ବ୍ୟକ୍ତି ଶବ ପାଖରେ ରହି ତାହାର ରଖବାଲି କରିଥାଏ।

ଶବକୁ ଏକୁଟିଆ ନଛାଡିବାର କାରଣ ହେଉଛିଯେ, ଯଦି ଶବକୁ ଏକୁଟିଆ ଛଡା ଯାଏ ତେବେ ଶବଟିକୁ କୁକୁଡ଼ା, ବିଲେଇ ଟାଣି ଖାଇବାର ଆଶଙ୍କା ରହିଥାଏ । ଏହି କ୍ଷେତ୍ରରେ ବ୍ଯକ୍ତିର ଆତ୍ମାକୁ ମଧ୍ୟ ଯମଲୋକରେ ଏହିଭଳି ଘଟଣାର ସମ୍ମୁଖୀନ ହେବାକୁ ପଡିଥାଏ । ଗରୁଡ ପୁରାଣରେ କୁହାଯାଇଛି ଯଦି ଶବଟିକୁ ଏକୁଟିଆ ଛଡାଯାଏ ତେବେ ସେଥିରୁ ଗନ୍ଧ ଆସିବା ଆରମ୍ଭ କରିଥାଏ । ତେଣୁ ଶବ ପାଖରେ ଚାରିପଟେ କିଛି ଧୂପକାଠି ଜଳାଇ ରଖିଥାନ୍ତି ଯାହାଫଳରେ ଗନ୍ଧ ଆସିବାର ସମ୍ଭାବନା ଉପୁଜିନଥାଏ ।

ଗରୁଡ ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ଗରୁଡଙ୍କୁ କୁହନ୍ତି ଯେ ଯଦି ବ୍ୟକ୍ତି ଜଣକ ପ୍ରାଣ ତ୍ୟାଗ କରୁଅଛି ଏବଂ ଘରେ ତାହାର ସନ୍ତାନ ନାହିଁ ତେବେ ସନ୍ତାନର ଆସିବା ପର୍ଯ୍ୟନ୍ତ ଗୃହରେ ଶବଟିକୁ ରଖାଯାଇଥାଏ କାରଣ ଯଦି ନିଜ ସନ୍ତାନ ଦ୍ଵାରା ଶବଟିର ଦାହ ସଂସ୍କାର ହୋଇନଥାଏ ତେବେ ଆତ୍ମାଟି ଉଦ୍ଧାର ପାଇନଥାଏ । ଏବଂ ଯଦି ସୂର୍ଯ୍ୟ ଅସ୍ଥ ପରେ ଦାହ ସଂସ୍କାର କରାଯାଏ ତେବେ ଆତ୍ମାଟି ଭୂତ କିମ୍ବା ରାକ୍ଷସ ହୋଇ ସଂସାନରେ ଘୁରି ବୁଲିଥାଏ । ତାକୁ ମୁକ୍ତି ମିଳିନଥାଏ । ଏହି ସବୁ କାରଣରୁ ସବ କୁ ଖାଲି ଛଡ଼ା ଯାଇ ନଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।