ଦେଖନ୍ତୁ ଭିଡ଼ିଓ – ବାହାବେଦୀ ରୁ ମଶାଣି ଗଲେ ନବବଧୁ !! ବାହାଘର ଠିକ ପରେ ହଠାତ ଚାଲିଗଲା ଯୁବତୀଙ୍କ ଜୀବନ, ମୃତ୍ୟୁର କାରଣ ଜାଣିଲେ ଗୋଡ ତଳୁ ମାଟି ଖସି ଯିବ…..

0

ବିବାହ ପରେ ଝିଅ ବାପା ଘର ଛାଡ଼ି ଶାଶୁଘର କୁ ଯିବାର ପରମ୍ପରା ଯୁଗ ଯୁଗ ରୁ ରହି ଆସିଛି। ଝିଅ ର ଅନ୍ୟନାମ ଦୁହିତା, ସେଥିପାଇଁ ଝିଅ କୁ ଦୁଇ କୁଳର ହିତା କୁହାଯାଏ। କିନ୍ତୁ ଛୁଆ ଠୁ ବଡ଼ କରିଥିବା ଏବଂ ପାଠ ପଢ଼ାଇ ବଡ଼ ମଣିଷ କରିଥିବା ପିତା ମାତାଙ୍କ ଠାରୁ ଦୂରେଇ ରହିବା କୌଣସି ଭି ଗୋଟେ ଝିଅ ପାଇଁ ବହୁତ କଷ୍ଟକର ସମୟ। ସେତେବେଳେ ତାଙ୍କୁ ସବୁକିଛି ନିଜର ଛାଡ଼ିବାକୁ ପଡ଼େ, ଓ ଏକ ନୂତନ ଘରେ ପାଦ ଦେଇ ସେଠିକାର ଲୋକ ଙ୍କୁ ଆପଣାର ବନେଇଥାଏ।

କିନ୍ତୁ ପ୍ରତ୍ୟେକ ଝିଅ ଙ୍କୁ ତାଙ୍କ ଶାଶୁ ଘରକୁ ଯିବାକୁ ପଡ଼ିବ ଏବଂ ଭାଗ୍ୟ ର ଏହି ଲେଖାକୁ କେହି ବଦଳାଇ ପାରିବେ ନାହିଁ। ବିଦାୟ ସମୟରେ ଝିଅମାନେ ପ୍ରାୟତଃ ଭାବପ୍ରବଣ ହୋଇ ବାହୁତ କାନ୍ଦନ୍ତି। କିନ୍ତୁ ଓଡ଼ିଶା ର ଜଣେ କନ୍ୟା ବିଦାୟ ସମୟ ରେ ଏତେ କାନ୍ଦିଲା ଯେ ହତାଶ ହୋଇ ତଳେ ପଡ଼ିଯାଇ ହୃଦ୍ଘାତ ରେ ମୃତ୍ୟୁବରଣ କଲା। ସଂପୂର୍ଣ୍ଣ ଘଟଣା କଣ ଆସନ୍ତୁ ଜାଣିବା।

ଓଡ଼ିଶାର ସୋନପୁର ଅଞ୍ଚଳର ଜୁଲାଣ୍ଡା ଗାଁର ମୁରଲୀ ସାହୁ ଙ୍କ ଝିଅ ରୋଜି ସହ ବଲାଙ୍ଗୀର ଜିଲ୍ଲାର ଟେଟାଲ୍ ଗାଆଁ ର ବାସିନ୍ଦା ବିଶିକେଶନ ଙ୍କ ସହ ବିବାହ ଧାର୍ଯ୍ୟ ହୋଇ ଗତ ଶୁକ୍ରବାର ଦିନ ବିବାହ ସମ୍ପନ୍ନ ହୋଇଥିଲା। ରୋଜି ପାଦ ରେ ଲାଗିଚି ନାଲି ଗୁରୁ ଗୁରୁ ଅଳତା। ପିନ୍ଧିଛି ସୁନ୍ଦର ନାଲି ଶାଢ଼ୀ ଆଉ ନାଲି ଶଙ୍ଖା। ବାହାଘର ସରିଛି ହାତ ଗଣ୍ଠି ପଡ଼ିଛି। ସିନ୍ଥିରେ ଲାଗିଚି ସୌଭାଗ୍ୟବତି ର ସିନ୍ଦୂର।

ବଡ଼ ଧୁମ୍ ଧାମ୍ ରେ ସାରିଥିଲା ରୋଜି ର ବାହାଘର। ବାପଘର ଛାଡ଼ି ଶାଶୁଘର କୁ ଯାଇଥାନ୍ତା ରୋଜି। ବିଶୀକେଶନ ଆଉ ରୋଜି ପରସ୍ପର ସହିତ ସାତ ଜନ୍ମ ପାଇଁ ରହିବାକୁ ଶପଥ ନେଇଥିଲେ, କିନ୍ତୁ ସେମାନେ ଜାଣି ନଥିଲେ ତାଙ୍କର ଦାମ୍ପତ୍ୟ ଜୀବନ ୭ ଘଣ୍ଟା ପର୍ଯ୍ୟନ୍ତ ଭି ବଞ୍ଚି ପାରିବ ନାହିଁ।

ବାସ୍ତବ ରେ, ବିବାହ ସରିବା ପରେ ସକାଳେ ବିଦାୟ ସମୟ ଆସିବା ମାତ୍ରେ କନ୍ୟା ରୋଜି ନିଜର ପରିବାର ଲୋକ ଙ୍କୁ ଧରି କାନ୍ଦିବାକୁ ଲାଗିଲେ। ଏହି ସମୟରେ ସେ ହତାଶ ହୋଇ ହଠାତ୍ ତଳେ ପଡ଼ି ଯାଇଥିଲେ। ଲୋକମାନେ ରୋଜି କୁ ହୋସ୍ ରେ ଆଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ହୋସ ନ ଆସିବାରୁ ତରବରିଆ ଭାବେ ତାଙ୍କୁ ତୁରନ୍ତ ଡୁଙ୍ଗୁରିପାଲି କମ୍ୟୁନିଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା। ଯେଉଁଠାରେ ଡାକ୍ତର ମାନେ ହୃଦ୍ ଘାତ ରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଘୋଷଣା କରିଥିଲେ। ରୋଜି ଙ୍କ ଏପରି ହଠାତ୍ ମୃତ୍ୟୁ ପରେ ସମସ୍ତ ଗାଁ ରେ ଶୋକ ର ଛାୟା ଖେଳିଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।