ଏବେ ହିଁ ବଦଳାନ୍ତୁ ଆପଣଙ୍କ ଫେସବୁକ ପାସୱାର୍ଡ ! ଫେସବୁକ୍ ସମ୍ବନ୍ଧରେ ଜାଣନ୍ତୁ ଏହି ବିରାଟ ସତ୍ୟ ! ନ ହେଲେ ହୋଇପାରେ …

0

ଆଜି କାଲି ର ଦୁନିଆ ଆଗ କାଳ ର ଦୁନିଆ ଠାରୁ ବହୁ ଆଗରେ ପହଁଞ୍ଚିଗଲାଣି। ଆଜି ର ଏହି ଦୁନିଆ ହେଉଛି ସ୍ମାର୍ଟ ଦୁନିଆ,ଏହି ସ୍ମାର୍ଟ ଦୁନିଆରେ ପିଲା ମାନେ ମଧ୍ୟ ବହୁତ ସ୍ମାର୍ଟ। ଆଜି କାଲି ଦୁନିଆରେ ସ୍ମାର୍ଟ ଫୋନ୍ ହେଉଛି ଏକ ସବୁଠାରୁ ଦରକାରୀ ଏବଂ ବହୁଳ ବ୍ୟବହୃତ ହେଉଥିବା ଜିନିଷ,ଯାହା ଦ୍ୱାରା ଲୋକ ମାନଙ୍କ ର ବହୁ ହିତ ମଧ୍ୟ ସାଧନ ହେଉଛି। ଏହି ସ୍ମାର୍ଟ ଫୋନ୍ ଦ୍ୱାରା ଲୋକ ମାନେ ଘରେ ବସି ଘର ର ଇଲେକ୍ଟ୍ରି ବିଲ୍ ଦେବାଠାରୁ ଆରମ୍ଭ କରି ଘର ଉପକରଣ, ଗ୍ରୋସରି ଆଦି ମଧ୍ୟ ଅର୍ଡର କରିପାରୁଛନ୍ତି। ଏହା ଦ୍ୱାରା ଲୋକ ମାନଙ୍କର ର ସମୟ ବଞ୍ଚିବା ସହ ସେମାନେ ଏହି ଦୁନିଆ ସହ ଯୋଡିତ ହୋଇମଧ୍ୟ ରହୁଛନ୍ତି।


ଏହି ସ୍ମାର୍ଟ ଫୋନ୍ ଆମ ପାଇଁ ଯେତିକି ଭଲ ସେତିକି ଖରାପ ମଧ୍ୟ। ଏହି ସ୍ମାର୍ଟ ଫୋନ୍ ରେ ଆମେ ବିଭିନ୍ନ ଆପ୍ ସବୁ ଡାଉନଲୋଡ କରି ତାକୁ ବ୍ୟବହାର କରୁଛୁ,ଏହା ଦ୍ୱାରା ଆମେ ମାନେ ଅନେକ ସୋସିଆଲ୍ ସାଇଡ୍ସ ରେ କନେକ୍ଟ ହୋଇ ମଧ୍ୟ ରହୁଛୁ ଏଥିରୁ ଆମେ ଦେଶ ବିଦେଶ ର ଅପଡେଟ ବହୁ ଶିଘ୍ର ପାଇପାରୁଛୁ। ଏଥିପାଇଁ ଆମେ ଫେସବୁକ, ହ୍ୱାଟ୍ସପ୍, ଇନ୍ଷ୍ଟାଗ୍ରାମ୍, ଟୁଇଟର୍ ଆଦି ଅନେକ ଆପ୍ ରେ ନିଜ ନିଜ ର ଏକ ଏକାଉଣ୍ଟ ଖୋଲିଥାଉ କିନ୍ତୁ ଅନେକ ସମୟ ରେ ଆମେ ଦେଖିଥାଉ ଆମ ଅଜାଣତରେ କେହି ଆମ ଏକାଉଣ୍ଟ ପାସୱାଡ୍ ଚୋରି କରି ଆମ ଏକାଉଣ୍ଟ ୟୁଜ୍ କରୁଥାଏ ଏବଂ ଆମ ର ଡାଟା ସବୁ କଲେକ୍ଟ କରିନିଏ। ତେବେ ଆମେ ଆଜି ସେହିପରି ଏକ ଖବର ସମ୍ପର୍କରେ କହିବୁ।


ଯଦି ଆପଣ ଜଣେ ଫେସବୁକ୍ ବ୍ୟବହାର କାରୀ ଅଟନ୍ତି ଏବଂ ଆପଣଙ୍କ ର ଯଦି ଫେସବୁକ୍ ରେ ଏକାଉଣ୍ଟ ଅଛି ତେବେ ଆପଣ ମାନେ ଏଥି ପ୍ରତି ଅତି ଶିଘ୍ର ସତର୍କ ହେବା ଆବଶ୍ୟକ। ଅନୁସନ୍ଧାନ କାରୀ ମାନେ ଗୁଗୁଲ୍ ପ୍ଲେଷ୍ଟୋର୍ ରେ 25 ଟି ବିପଜ୍ଜନକ ଆନଡ୍ରଏଡ୍ ଆପ୍ ଚିହ୍ନଟ କରିଛନ୍ତି। ଯାହା ଜଣେ ଫେସବୁକ୍ ୟୁଜର୍ ଙ୍କ ଏକାଉଣ୍ଟ ପାସୱାଡ୍ ଚୋରି ସେଥିରୁ ଡାଟା ଆକ୍ସେସ୍ କରୁଛି। ଏହା ମଧ୍ୟ ଏବେ ଏକ ଚିନ୍ତାର କାରଣ ଯେ ଏହି ଆପ୍ ଗୁଡିକ 2.3 ମିଲିୟନ୍ ରୁ ଅଧିକ ଥର ଡାଉନଲୋଡ ହୋଇଛି।


ସାଇବର ସିକ୍ୟୁରିଟି ବିଶେଷଜ୍ଞ କହିଛନ୍ତି ଯେ ଏହି ଆପ୍ ମାଧ୍ୟମ ରେ ହ୍ୟାକରକମାନେ ବ୍ୟବହାରକାରୀ ମାନଙ୍କ ଫେସବୁକ୍ ନେମ୍ ଏବଂ ପାସୱାଡ୍ ଚୋରି କରୁଛନ୍ତି। ଏହି ଆପ୍ ଡାଉନଲୋଡ କରିବା ପରେ, ମୂଳ ଫେସବୁକ୍ ଆପ୍ ନକଲି ଲଗଇନ୍ ପେଜ୍ ଦ୍ୱାରା ସ୍ଥାନିତ ହୁଏ। ୟୁଜରମାନେ ସେମାନଙ୍କର ଏହି ଜାଲିଆତି ବିଷୟ ରେ କିଛି ଜାଣି ନପାରି ସେମାନଙ୍କ ଫେସବୁକ ଲଗଇନ୍ କରିଦିଅନ୍ତି। ଚୋରି ହେଉଥିବା ୟୁଜରମାନଙ୍କ ନେମ୍ ଏବଂ ପାସ୍ ୱାର୍ଡ଼ ଦ୍ୱାରା ହ୍ୟାକର୍ ମାନେ କଣ କରୁଥିବେ ଏପର୍ଯ୍ୟନ୍ତ କିଛି ଜଣାପଡିନି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।