Dating sites East Islip coomeet minutes how good is adult friend finder Free hookup Morocco

Bollywood ଅଭିନେତା Govinda ଙ୍କୁ ଦେଖି କାନ୍ଦି କାନ୍ଦି କାହିଁକି ଗୋଡ ଧରି ପକାଇଲେ ହୀରୋ ସ୍ଵରାଜ, ଦେଖନ୍ତୁ …

0

ଆଜି କାଲିର ଯୁବ ସମାଜ ଇଣ୍ଟରନେଟ,ଟିଭି, ମୋବାଇଲ୍ ପ୍ରତି ବେଶ୍ ଆକୃଷ୍ଟ।ଏବଂ ଏହି ଟିଭି ନେଟ୍ ରେ ପ୍ରସାରିତ ହେଉଥିବା ଫିଲ୍ମ ଧାରାବାହିକ ଆଦିକୁ ଲୋକେ ବହୁ ପସନ୍ଦ କରିଥାନ୍ତି।ତେବେ ଓଡ଼ିଆ ସିନେ ଜଗତର ସମସ୍ତ ଅଭିନେତା ଅଭିନେତ୍ରୀ ଙ୍କ ପାଇଁ ପବ୍ଲିକ ପୁରା ପାଗଳ ହୋଇଯାଇଛନ୍ତି।ତେବେ ପ୍ରଶଂସକ ମାନେ ନିଜକୁ ଅଭିନେତା ଅଭିନେତ୍ରୀ ମାନଙ୍କର ଫ୍ୟାନ୍ ବୋଲି ମନେ କରିଥାନ୍ତି।

ତେବେ ସେପଟେ ଚଳଚ୍ଚିତ୍ର ଜଗତର ସମସ୍ତ ଅଭିନେତା ଅଭିନେତ୍ରୀ ଙ୍କ ର ମଧ୍ୟ ଜଣେ ଜଣେ ଇନ୍ସପିରାସନ ବ୍ୟକ୍ତି ତାଙ୍କ ଜୀବନ ରେ ଥାଆନ୍ତି।ସେହି ଅଭିନେତା ଅଭିନେତ୍ରୀ ମଧ୍ୟ ତାଙ୍କର ଫ୍ୟାନ ହୋଇଥାନ୍ତି।ତେବେ ନିକଟରେ ଏଭଳି କିଛି ଭାବ ବିହ୍ୱଳ ଘଟଣା ଘଟିଯାଇଛି।ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଆସନ୍ତୁ ଜାଣିବା ସେହି କଥା ବିଷୟରେ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ନବାଗତ ନାୟକ ସ୍ବରାଜ ବଲିଉଡ ଚଳଚ୍ଚିତ୍ର ଜଗତର ମୋଷ୍ଟ୍ ପପୁଲାର ସୁପରଷ୍ଟାର ଗୋବିନ୍ଦା ଙ୍କୁ ପାଖରେ ପାଇଁ ଅତ୍ୟନ୍ତ ଭାବ ବିହ୍ୱଳ ହୋଇଛନ୍ତି।ତେବେ ତରଙ୍ଗ ସିନେ ପ୍ରଡକ୍ସନ ଆୱାର୍ଡ଼ ରେ ଗୋବିନ୍ଦା ଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା।ଏବଂ ସେଠାରେ ନାୟକ ସ୍ବରାଜ ଗୋବିନ୍ଦା ଙ୍କୁ ଦେଖି ଆଣ୍ଠେଇ ପଡି ପ୍ରଣାମ କରିଥିଲେ।ଏବଂ ଖୁସିରେ ଭାବ ବିହ୍ୱଳ ହୋଇ ସ୍ବରାଜ ଙ୍କ ଆଖିରୁ ଲୁହ ବାହାରି ପଡ଼ିଥିଲା।

ଆଉ କହିଥିଲେ ଯେ ଆପଣ ମୋର ଗୁରୁ, ମୁଁ ଆପଣଙ୍କର ବହୁତ୍ ବଡ଼ ଫ୍ୟାନ।ସ୍ବରାଜ ଛୋଟ ବେଳୁ ବହୁ ଫିଲ୍ମ କରି ଲୋକ ଙ୍କ ମନରେ ଘର କରିପାରିଛନ୍ତି।ତେବେ କେବଳ ସ୍ବରାଜ ନୁହଁନ୍ତି ସେହି ତରଙ୍ଗ ସିନେ ଆୱାର୍ଡ଼ ଶୋ ରେ ଆସିଥିବା ଅନ୍ୟ ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ଗୋବିନ୍ଦା ଙ୍କୁ ଦେଖି ଖୁସି ହୋଇଯାଇଥିଲେ।

ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ଗୋବିନ୍ଦା ଙ୍କ ସହ ସେଲଫି ନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି।ସେପଟେ ନବାଗତା ନାୟିକା ଭୂମିକା ମଧ୍ୟ ଗୋବିନ୍ଦା ସହ ଏକ ଫୋଟ ପୋଷ୍ଟ କରି ଲେଖିଛନ୍ତି – ଯେ ଫଟୋ ଟି ବ୍ଲୁର୍ ହୋଇଛି ,କିନ୍ତୁ ଫଟୋ ଟି ମୋର ବହୁତ୍ ପସନ୍ଦ।

ତେବେ ଅନ୍ୟପଟେ ନବ ବିବାହିତା ଦମ୍ପତି ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ସହ ମଧ୍ୟ ଗୋବିନ୍ଦା ଙ୍କ ଫୋଟ ଦେଖିବାକୁ ମିଳୁଛି।ଯାହାକି ସବ୍ୟ ଅର୍ଚ୍ଚିତା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି।ସୂଚନା ଅନୁଯାୟୀ ସବ୍ୟ ଅର୍ଚ୍ଚିତା ଙ୍କୁ ବିବାହ ଶୁଭେଚ୍ଛା ଦେବା ପାଇଁ ଗୋବିନ୍ଦା ତାଙ୍କ ଘର କୁ ଯାଇଥିଲେ।ଏବଂ ସେଠାରେ ଡିନର ମଧ୍ୟ କରିଥିଲେ।ତେବେ ଗୋବିନ୍ଦା ଙ୍କ ସହ ତାଙ୍କ ଧର୍ମପତ୍ନୀ ବି ଆସିଥିବା କଥା ଜଣାପଡିଛି ।ଓଡ଼ିଆ ହିରୋ ଶ୍ରୀତମ ମଧ୍ୟ ଗୋବିନ୍ଦା ଙ୍କ ସହ ସେଲ୍ଫି ନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।