5 ବର୍ଷ ପରେ ପାକିସ୍ତାନ ଜେଲରୁ ରୁ ଫେରିଲେ ଭାରତୀୟ ସାଂସଦ ଯୁବକ କେଉଁ କାରଣ ପାଇଁ ପାକିସ୍ଥାନ ଜେଲ ରେ ଥିଲେ କାରଣ ଜାଣିଲେ ଅବାକ୍ ହୋଇଯିବେ

0

ଆମ ବିଶ୍ଵରେ ପ୍ରାୟ ୨୦୦ ରୁ ଅଧିକ ଦେଶ ରହିଛି ।ଏବଂ ସବୁ ଦେଶ ଅନ୍ୟ ଦେଶ ଠାରୁ ଭିନ୍ନ ହୋଇଥାଏ । ବିଶ୍ୱର ପ୍ରାୟ ସବୁ ଦେଶ ର କେତେକ ଭିନ୍ନ ତଥା ସ୍ୱତନ୍ତ୍ର ବିଶିଷ୍ଟ ଦ୍ୱାରା ପରିଚାଳିତ ହୋଇଥାଏ । ଏମିତି କି ସବୁ ଦେଶ ଭିନ୍ନ ଭିନ୍ନ ପ୍ରଶାସନିକ ପ୍ରଣାଳୀ ଗ୍ରହଣ କରିବା ସହ ନିଜର କିଛି ଅଲଗା ନୀତି ନିୟମ ଦ୍ୱାରା ପରିଚାଳିତ ହୋଇଥାଏ । ଯେମିତି କି :- ଭାରତ ନିଜର ଗଣତାନ୍ତ୍ରିକ ସରକାର ଦ୍ୱାରା ପରିଚାଳିତ ହୋଇଥାଏ ବେଳେ ଇଂଲଣ୍ଡ ରେ ରାଜତନ୍ତ୍ର୍ର ଦ୍ୱାରା ପରିଚାଳିତ ହୋଇଥାଏ । ତେବେ ପ୍ରତ୍ୟେକ ଦେଶରେ ଯେପରି ଭିନ୍ନ ଭିନ୍ନ ଶାସନ ବ୍ୟବସ୍ଥା ରହିଛି ସେହିପରି ଭିନ୍ନ ଭିନ୍ନ ନଗରିକତା ମଧ୍ୟ ରହିଥାଏ ।


ତେବେ ସବୁ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ରହିଥାଏ ।ଯାହାକୁ ସର୍ବଭୌମ ବୋଲି କୁହାଯାଏ ,ଏହାର ଅର୍ଟ ହେଉଛି କୌଣସି ଗୋଟିଏ ଦେଶର ଏକ ନିର୍ଦ୍ଦିଷ୍ଟ ପରିସୀମା କୁ ଅନ୍ୟ ଏକ ଦେଶର ବ୍ୟକ୍ତି ବା ସରକାର ଉକ୍ତ ଦେଶର ବିନା ଅନୁମତି ରେ ସେହି ଦେଶ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ।ଆଉ ଯଦି କେହି ବି ଏହାର ଉଲଂଘନ କରିଥାଏ ତ ତାକୁ ସେଠାରେ ଜେଲ ଦଣ୍ଡ ମିଳିଥାଏ ଆଉ କେବେକେବେ ମୃତ୍ୟୁ ଦଣ୍ଡ ମଧ୍ୟ ।ତେବେ ଏହି ପରି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯାହାକି ଅତ୍ୟନ୍ତ ବିସ୍ମୟକର ।


ଉଲେଖଯୋଗ୍ୟ ଯେ , ମଧ୍ୟପ୍ରଦେଶ ର ଅନୀଲ କୁମାର ସକତ ଦୀର୍ଘ ୫ ବର୍ଷ ଧରି ପାକିସ୍ତାନ ର ଲାହର ଜେଲ ରେ କଏଦୀ ଭାବରେ ରହିବା ପରେ ୨୦୨୦ ସେପ୍ଟେମ୍ବର ମାସରେ ତାଙ୍କର ଜେଲ ଦଣ୍ଡ ଶେଷ ହୋଇ ସେ ନିଜର ଗ୍ରାମ କୁ ଫେରିଆସିଛନ୍ତି।
ତେବେ ତାଙ୍କର ଫେରିବା କୁ ନେଇ ସାରା ରାଜ୍ୟରେ ପ୍ରାୟ ଖୁସି ର ଲହରୀ ଖେଳି ଯାଇଛି । ଏନେଇ ତାଙ୍କର ମା ତାଙ୍କୁ ଆଳତି କରି ଚନ୍ଦନ ର ଟୀକା ଲଗେଇ ତାଙ୍କୁ ସ୍ବାଗତ କରିଛନ୍ତି ।ତେବେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଛନ୍ତି ଯେ ତାଙ୍କର ପୁତ୍ର ଦିନେ ଫେରିବ ବୋଲି ସେ କେବେ ବି ଆଶା କରିନଥିଲେ ।ପରିବାର ଲୋକ ଙ୍କ ମତ ଅନୁସାରେ , ଅନୀଲ ୨୦୧୫ ମସିହାରେ ନିଜର ଘରୁ କୁଆଡେ ଚାଲିଯାଇଥିଲେ । ତାଙ୍କର ପରିବାର ଲୋକେ ତାଙ୍କୁ ଯେତେ ଖଜିଲେ ମଧ୍ୟ ପାଇପାରିନଥିଲେ ।

ତେବେ ସେମାନେ ନିରାଶ ହୋଇ ପୋଲିସ ରେ ଅଭିଯୋଗ କରିଥିଲେ । ତେବେ ପୋଲିସ ନିଜର ତଦନ୍ତ କରିବା ପରେ ୨୦୧୯ ମସିହାରେ ତାଙ୍କର ଘରକୁ ଜଣେଇଥିଲେ କି ସେ ପାକିସ୍ତାନ ର ଲାହର ଜେଲ ରେ ଅଛନ୍ତି ବୋଲି । ତେବେ ସେ ସେଠାରେ କେମିତି ପହଁଚିଲେ ତାର ଏପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳି ନାହିଁ । ଅନୀଲ କୁମାର ସକତ ଙ୍କର ପରିବାର ଲୋକେ କହିଛନ୍ତି ଯେ ଅନୀଲ ବିବାହିତ ଥିଲେ ଓ ତାଙ୍କର ସ୍ତ୍ରୀ ସେ ନିଖୋଜ ହେବାର ୩ ବର୍ଷ ପର୍ଯ୍ୟନ୍ତ ତାଙ୍କ ଘରେ ଥିଲେ ପରେ ନିଜର ବାପ ଘରକୁ ଯାଇଥିଲେ ।  ସେମାନଙ୍କ ମତରେ ଅନୀଲ ଟିକେ ଦେବାଳିଆ ଥିଲେ ତେଣୁ ସେ ବଧେ ତାଙ୍କର ଅଜାଣତରେ ପାକିସ୍ତାନ ପହଂଚିଯାଇଥିଲେ ।ତେବେ ଭାରତ ସରକାର ଙ୍କର ପ୍ରୟାସ ରେ ସେ ନିଜ ଘରକୁ ଫେରିପାରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।