ହାତ ପାପୁଲି ରେ ‘M’ ପରି ରେଖା ଥିବା ବ୍ୟକ୍ତି ମାନେ ହୋଇଥାନ୍ତି ସବୁଠାରୁ ଭାଗ୍ୟବାନ ଏବଂ ଲକ୍ଷପତି। ଜାଣନ୍ତୁ ଏହି ରେଖା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ।

0

ମଣିଷ ର ଭାଗ୍ୟ ହେଉଛି ପୂର୍ବ ନିଧାର୍ଯ୍ୟ। ଏହାକୁ କେତେକ ସ୍ୱୀକାର କରୁଥିଲା ବେଳେ ଆଉ କେତେକ ବିଶ୍ୱାସ କରନ୍ତି ନାହିଁ। ଅନେକ ଲୋକ ମାନନ୍ତି କି ଆମ ଭାଗ୍ୟ କର୍ମ ଦ୍ଵାରା ମଧ୍ୟ ପରିବର୍ତ୍ତନ ହୋଇ ପାରିବ। ତେବେ ସେ କଥା ଯୁକ୍ତିତର୍କ ର କଥା। କିନ୍ତୁ ଆଜି ଆମେ ଏକ ବିଶେଷ ଭାଗ୍ୟ ନିଧାର୍ଯ୍ୟ ରେଖା ବିଷୟରେ ଆଲୋଚନା କରିବା। ଏପରି ରେଖା ଯଦି କୌଣସି ବ୍ୟକ୍ତି ମାନଙ୍କ ପାଖରେ ଥାଏ ତେବେ ସେମାନେ ହେଉଛନ୍ତି ସବୁଠାରୁ ସୁଖୀ ଏବଂ ସଫଳତମ ବ୍ୟକ୍ତି। ଏହି ଭାଗ୍ୟ ରେଖା ଯଦି ଆପଣଙ୍କ ହାତର ପାପୁଲି ରେ ଥାଏ ତେବେ ଆପଣଙ୍କ ଭବିଷ୍ୟତ ରେ ଏପରି ଅନେକ କିଛି ଘଟଣା ଘଟିବ ଯାହା ଆପଣଙ୍କ ସପକ୍ଷରେ ରହିବ। ତେବେ ଆସନ୍ତୁ ଏହି ପାପୁଲି ଚିହ୍ନ କୁ ଜାଣିବା।


ଯେଉଁ ପୁରୁଷ କିଂମ୍ବା ନାରୀ ମାନଙ୍କ ହାତ ର ପାପୁଲି ରେ ଏମିତି ରେଖା ଅର୍ଥାତ ଇଂରାଜୀ ରେ ଥିବା ଲେଟର ‘M’ ଆକାରରେ ଥିବ ତେବେ ସେମାନଙ୍କ ର ଭାଗ୍ୟରେ ଏମିତି ଘଟିଥାଏ। ଆସନ୍ତୁ କଣ ଘଟିପାରେ ଜାଣିବା। ଏପରି ପ୍ରାୟ ଅତି କମ ଲୋକଙ୍କ ହାତରେ ଏହି ଭାଗ୍ୟ ରେଖା ଥାଏ।ଏହି ଭାଗ୍ୟ କେତେକ ଲୋକଙ୍କ ର ସମ୍ପୂର୍ଣ୍ଣ M ଆକାର ନେଉଥିଲା ବେଳେ ଆଉ କେତେକ ଙ୍କ ଏହା ଠିକ ରେ ଦେଖା ଯାଉ ନଥାଏ।


ତେବେ ଯେଉଁ ମାନଙ୍କ ହାତରେ ଏହି ରେଖା ଥାଏ ସେମାନଙ୍କ ର ଭାଗ୍ୟ ରେ ସର୍ବଦା ଆନନ୍ଦ ଲାଗି ରହିଥାଏ। ସେମାନେ ଅଳ୍ପ ସମୟ ପାଇଁ କୌଣସି ଦୁଃଖ ପାଇଥାନ୍ତି। ସେମାନେ ଯେଉଁ ଜିନିଷ କିମ୍ବା ଯେଉଁ ଲକ୍ଷ୍ୟ ରଖନ୍ତି ସେମାନଙ୍କୁ ଏହା ମିଳିବା ନିଶ୍ଚିତ। ଏମାନଙ୍କ ଦାମ୍ପତ୍ୟ ଜୀବନରେ ଅନେକ ସମୟରେ ଖୁସି ଭରପୂର ହୋଇଥାଏ। ଏହି ଭାଗ୍ୟ ରେଖା ଥିବା ଲୋକ ମାନେ ନିଜର ମନ ରେ ଥିବା ଅଭିଳାଷ ଗୁଡିକୁ ସହଜରେ ହାସଲ କରି ପାରନ୍ତି। ଏହି ଭାଗ୍ୟ ରେଖା ଥିବା ବ୍ୟକ୍ତି ମାନେ ଅନେକ ବଡ଼ ବଡ଼ ପଦବୀ ଯେପରି କୌଣସି ସରକାରୀ ପଦବୀ କିମ୍ବା ରାଜନୀତି ର ବଡ଼ ପଦବୀ ରେ ମଧ୍ୟ ଅଳଙ୍କୃତ ହୋଇଥାନ୍ତି।  ଏହି ବ୍ୟକ୍ତି ମାନେ ଅନେକ ଭାବନା ର ଅଧିକାରୀ ହୋଇଥାନ୍ତି। ଏମାନେ ଅନେକ କିଛି ନିଜ ଜୀବନ କାଳ ମଧ୍ୟରେ ହାସଲ କରି ପାରନ୍ତି। ତେଣୁ ଏମାନେ ଅନେକ ଧନ ସମ୍ପତ୍ତି ର ମାଲିକାନା ହୋଇଥାନ୍ତି।


ଏହି ଭାଗ୍ୟ ରେଖା ଥିବା ବ୍ୟକ୍ତି ମାନେ ପ୍ରେମ ବିବାହ କରିଥାନ୍ତି। ତେଣୁ ଏମାନଙ୍କ ଦାମ୍ପତ୍ୟ ଜୀବନ ସର୍ବଦା ହସ ଖୁସିରେ ଭରି ଉଠିଥାଏ। ଏହି ପରିବାର ରେ ଥିବା ସଦସ୍ୟ ମାନେ କେବେ କଳି କିମ୍ବା ଝଗଡ଼ା କରିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ସାଧାରଣତଃ ଶାନ୍ତି ପ୍ରିୟ ହୋଇଥାନ୍ତି। ତେବେ ଏହି ପରି ରେଖା ଯଦି ଆପଣଙ୍କ ହାତ ପାପୁଲି ରେ ଥାଏ ତେବେ ଆପଣ ନିହାତି ରୂପେ ଭାଗ୍ୟବାନ ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।