ଜାଣନ୍ତୁ ସ୍ୱପ୍ନ ରେ ଯଦି ସାପ ଦେଖନ୍ତି ତେବେ ହୋଇପାରେ ଆପଣଙ୍କର ଏହି ସବୁ

0

ସାପ ହେଉଛି ଭଗବାନ ଶିବ ଙ୍କ ର ବାହାନ। ସାପ ଙ୍କୁ ତେଣୁ ମାରି ଦେବା ଅତ୍ୟନ୍ତ ପାପ ଅଟେ। ତେବେ ସାପ ଦେଖିଲେ ଆପଣ ଏହାକୁ ମାରିବା ପୂର୍ବରୁ ବାହାରେ ଅନ୍ୟ ଆଡକୁ ନେଇ ଛାଡି ଦେବା ଉଚିତ। ଅନେକ ପ୍ରଶ୍ନ କରନ୍ତି ସାପ ଆମର କ୍ଷତି କରେ।ତେଣୁ ସାପ କୁ ଅନେକ ଲୋକ ଦେଖି ଭୟଭୀତ ହୋଇଥାନ୍ତି। କିନ୍ତୁ ସାପ କେବେ କାହାରିକୁ ପ୍ରଥମେ ହାନି ପହଂଚାଏ ନାହିଁ। ତା ଉପରକୁ ଯଦି ବିପଦ ଆସେ ସେ ନିଜକୁ ସୁରକ୍ଷା ଦେବାକୁ ଯାଇ ଦଂଶନ କରେ।  କିନ୍ତୁ ଆଜି ଆମେ ସାପ ବିଷୟରେ ଆଲୋଚନା କରିବାର କାରଣ ହେଲା ଅନେକ ଲୋକ ପ୍ରାୟ ନିଜ ସ୍ୱପ୍ନ ରେ ସାପ ଙ୍କୁ ଦେଖନ୍ତି। ତାହା ସହିତ ସାପ କୁ ନିଜ ସ୍ୱପ୍ନ ର୍ବ କେବେ ଗଛ ଛାଡିବା ସମୟରେ ହେଉ ବା ତଳକୁ ଆସିବା ସମୟରେ। ଏହା ପଛରେ ରହିଛି କିଛି ରହସ୍ୟ। ତେବେ ସାପ କୁ ସ୍ୱପ୍ନ ରେ ଦେଖିଲେ କଣ ଘଟେ ଆସନ୍ତୁ ଜାଣିବା।


ଆପଣ ଯଦି କେବେ ସାପ କୁ ନିଜ ସ୍ୱପ୍ନ ରେ ଦେଖନ୍ତି ତେବେ ଏହା କେବେ କେବେ ଶୁଭ ମଧ୍ୟ । ଆଉ ଯଦି ଏପରି ଅନେକ ସମୟରେ ଦେଖନ୍ତି ତାହାଲେ ଅନେକ କିଛି ବିଘ୍ନ ଘଟିବାର ସମ୍ଭାବନା ରହିଛି। ଏମିତି ଅନେକ ସମୟରେ ଲୋକ ଙ୍କ ପରିବାର ରେ ଅଶାନ୍ତି ଏବଂ ଅଭାବ ମଧ୍ୟ ଲାଗି ରହେ। ତେଣୁ ଯଦି ସାପ ସ୍ୱପ୍ନ ଆସେ ଆପଣଂକୁ ଆପଣ ତାର ପ୍ରତିକାର ମଧ୍ୟ କରିନେବା ନିହାତି ଜରୁରୀ ଅଟେ।


ଆପଣଙ୍କୁ ଏପରି କେବେ ସ୍ୱପ୍ନ ଆସିଛି କି ଯେ ସାପ ଗଛ ର ଉପରକୁ ଚଢିବାର, ଯଦି ଆସିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ସମ୍ବାଦ। କାରଣ ଏପରି ହେଲେ ଆପଣଙ୍କ ଜୀବନ ରେ ଅନେକ କାମ ସଫଳତା ର ସହ ସମ୍ପାଦନା ହୋଇ ପାରିବ। ସେହି ପରି ଯଦି କେବେ ଆପଣଙ୍କୁ ସାପ ଗଛରୁ ତଳକୁ ଆସିବାର ସ୍ୱପ୍ନ ଆସେ ତେବେ ଏହା ଅଶୁଭ ଅଟେ। କାରଣ ଏପରି ହେଲେ ଆପଣଙ୍କ ର କିଛି ଆଗକୁ ଅଘଟଣ ଦେଖା ଯିବାର ସମ୍ଭାବନା ରହିଛି।  ଆଉ ଯଦି ଆପଣ କେବେ ନିଜ ସ୍ୱପ୍ନ ରେ ସାପ କାମୁଡିବାର ଦେଖନ୍ତି ତେବେ ତାହା ଆପଣଙ୍କ ପ୍ରତି ଆସୁଥିବା ବିପଦ ର ସଂକେତ ଅଟେ। ତେଣୁ ଏପରି ହେଲେ ଆପଣ ସୋମବାର ଦିନ ଯାଇ ଶିବ ଙ୍କୁ ବେଲ ପତ୍ର ସହ କ୍ଷୀର ମଧ୍ୟ ଭକ୍ତିର ସହ ପ୍ରଦାନ କରନ୍ତୁ। ତାହା ସହିତ ଶିବଙ୍କ ର ପ୍ରତିଦିନ ଶୋଇବା ପୂର୍ବରୁ ଧ୍ୟାନ କରି ଶୁଅନ୍ତୁ।


ଯଦି ଆପଣଂକୁ କେବେ ସ୍ୱପ୍ନ ରେ ଧଳା ରଙ୍ଗର ସାପ ଆସେ ତେବେ ମନେ ରଖନ୍ତୁ ଏହା ଆପଣଙ୍କ ପାଇଁ ଶୁଭଙ୍କର ଅଟେ। ଆପଣଙ୍କ ଆଗାମୀ ଦିନରେ ଧନ ସମ୍ପତ୍ତି ର ଅଭାବ ରହିବ ନାହିଁ। ଏପରି ଅନେକ କିଛି ଗରୁଡ଼ ପୁସ୍ତକ ରେ ଲେଖା ଯାଇଛି। ତେଣୁ ଆପଣ ଯଦି ଏପରି ସାପ ର ସ୍ୱପ୍ନ ଦେଖନ୍ତି ତେବେ ତୁରନ୍ତ ମହାଦେବ ଙ୍କ ର ଶରଣ ଯାଇ ତାଙ୍କର ପୂଜା ଅର୍ଚ୍ଚନା କରନ୍ତୁ। ଏହା ଆପଣଙ୍କ ପାଇଁ ଆଶୀର୍ବାଦ ପାଲଟିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।