କଣ ପାଇଁ ଛାତ୍ରୀ ଏସବୁ ଜିନିଷ ଆଣୁଥିଲେ ସ୍କୁଲକୁ ?ଏହା ପଛର ଥିବା ସମ୍ପୂର୍ଣ୍ଣ ସତ୍ୟତା ଜାଣିଲେ ନିଜେ ନିଜକୁ କେବେବି ବିଶ୍ବାସ କରି ପାରିବେନି

0

ଆପଣ ମାନେ ଜାଣିଥିବେ ଆଜି କାଲି ଆମ ଶିକ୍ଷା ମାଧ୍ୟମରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଆଗ କାଳ ର ଶିକ୍ଷା ପଦ୍ଧତି ଏବଂ ଆଜିର ଶିକ୍ଷା ପଦ୍ଧତି ମଧ୍ୟରେ ବହୁତ ତଫାତ୍ ଦେଖିବାକୁ ମିଳୁଛି। ଆଗ କାଳରେ ପିଲା ମାନେ ଦୁଷ୍ଟ ହେଲେ ବଦମାସି ହେଲେ ସେମାନଙ୍କୁ ତାଗିଦ୍ କରାଯାଉଥିଲା, ଏମିତି କି ମାଡ ମଧ୍ୟ ମାରୁଥିଲେ ଶିକ୍ଷକ ମାନେ। ଆଜିର ଶିକ୍ଷା ବ୍ୟବସ୍ଥା ରେ ସେହି ସବୁ ଉଠି ଯାଉଛି।

ଆଉ ଶିକ୍ଷକ ମାନେ ପିଲା ମାନଙ୍କୁ ତାଗିଦ୍ କରି ପାରିବେନି କି ମାଡ ମଧ୍ୟ ମାରି ପାରିବେନି। ଏଥିପାଇଁ ଦଣ୍ଡବିଧାନ ମଧ୍ୟ କରାଯାଇଛି,ଯଦି ସେମାନେ ସେପରି କିଛି କରନ୍ତି ତେବେ ସେମାନେ ସେଥିପାଇଁ ଦଣ୍ଡିତ ହେବେ। ଏହି ସବୁ କାର୍ଯ୍ୟ ସିଧାସଳଖ ଭାବେ ପିଲା ମାନଙ୍କ ଉପରେ ପ୍ରଭାବ ପକାଉଛି। ଟିକେ ଭାବିଲେ ପିଲା ମାନେ ଏହି ନିୟମ ର ସୁଯୋଗ ଉଠାଇ ଅଧିକ ଦୁଷ୍ଟ ହୋଇଯାଉ ନାହାଁନ୍ତି।


ତେବେ ସେହି ପରି ଏକ ଘଟଣା ଦେଖିବାକୁ ମିଳିଥିଲା ଏକ ଛାତ୍ରୀ ପାଖରେ, ଯାହାକି ବହୁତ ଲଜ୍ଜାଜନକ ଥିଲା ଯାହାକୁ ଜାଣିବା ଶିକ୍ଷକ ମଧ୍ୟ ତାଙ୍କୁ କିଛି କହିପାରି ନଥିଲେ। ଆଜିକାଲି ର ପିଲା ମାନେ ଯେଉଁ ସବୁ ଖରାପ କାମ କରୁଛନ୍ତି ତାହା ସେମାନେ ଏହି ପରିବେଷ ରୁ ହିଁ ଶିଖୁଛନ୍ତି। ଆଜି କାଲି ର କୁନି କୁନି ପୁଅ ହୁଅନ୍ତୁ କିମ୍ବା ଝିଅ ମାନେ ଟିଭି ହେଉ କିମ୍ବା ପେପରରେ ପ୍ରେମ ସମ୍ପର୍କ କୁ ନେଇ ଯେଉଁ ସବୁ ଖରାପ ନ୍ୟୁଜ୍ ଦେଖୁଛନ୍ତି ତାହା ତାଙ୍କ ଉପରେ ପ୍ରଭାବ ପକାଉଛି।


ତୃତୀୟ, ଚତୁର୍ଥ ରେ ପାଠ ପଢୁଥିବା ପିଲା ମାନେ ଆସି କାଲି ପ୍ରେମ କରିଲେଣି। ତେବେ ଭାବନ୍ତୁ ସେମାନେ ପ୍ରେମ କଣ ଜାଣିଛନ୍ତି? ନା ସେମାନଙ୍କ ର ପ୍ରେମ ଉପରେ କଣ ଜ୍ଞାନ ଅଛି,ଯେ ପ୍ରେମ କଣ କିପରି ହୁଏ। ସେମାନେ ଜଣଙ୍କୁ ଦେଖି ଯଦି ତାଙ୍କ ମନ ରେ କିଛି ଭାବନା ଆସୁଛି ତେବେ ସେମାନେ ତାକୁ ପ୍ରେମ ର ନାମ ଦେଇଦଉଛନ୍ତି।

ଏହାପରେ ସେମାନଙ୍କ ମଧ୍ୟରେ ସ୍କୁଲ୍ ରେ ହେଉ କିମ୍ବା ଆଖ ପାଖରେ ହେଉ ନିଜ ନିଜ ଭିତରେ ଚିଠି ଦିଆ ନିଆ, ଫୁଲ ଦିଆ ନିଆ, ଲୁଚା ଲୁଚି, କଥା ବାର୍ତ୍ତା ଏ ସବୁ ଜିନିଷ ଆରମ୍ଭ ହୋଇଗଲାଣି।


ତେବେ ଏହି ପରି ଏକ ଘଟଣା ଘଟିଛି ଓଡିଶାର ନବରଙ୍ଗପୁର ଜିଲ୍ଲାରେ। ଜଣେ ବାଳିକା ଯିଏ କି ଅଷ୍ଟମ ଶ୍ରେଣୀ ରେ ପାଠ ପଢୁଥିଲେ। ଦିନେ ସେ ଯେତେବେଳେ ସ୍କୁଲ୍ ଆସିଛନ୍ତି ତାଙ୍କ ସାଙ୍ଗ ମାନେ ଯେତେବେଳେ ତାଙ୍କ ବ୍ୟାଗ୍ ଉପରେ ନଜର ପକାଇଛନ୍ତି ସେମାନେ ସେଥିରୁ ବିଷ ର ପୁଡିଆ ପାଇଛନ୍ତି। ସେ କିଛି ମାନି ନଥିଲେ ଏବଂ କହିଥିଲେ ମୁଁ ଏହି ସମ୍ପର୍କରେ କିଛି ଜାଣିନି ଇଏ କେମିତି ମୋ ବ୍ୟାଗ୍ କୁ ଆସିଲା ମୁଁ ଜାଣିନି।

ତାପରେ ଯେତେବେଳେ ସମସ୍ତେ ବାଧ୍ୟ କରିଥିଲେ ସେ କହିଥିଲେ କି, ସେ ଜଣେ ପୁଅ କୁ ଭଲ ପାଉଛନ୍ତି ଏବଂ ସେ ଯଦି ତାଙ୍କ କଥା ରେ ରାଜି ନ ହୁଅନ୍ତି ତେବେ ସେ ବିଷ ପିଇ ଦେବେ। ତେବେ ଭାବିଲେ ଅଷ୍ଟମ ଶ୍ରେଣୀ ର ସେ ଛାତ୍ରୀ ତାଙ୍କ ର ବୟସ ବା କେତେ,କିନ୍ତୁ ସେ ପ୍ରେମ ପାଇଁ ନିଜର ଜୀବନ ଦେବା ପାଇଁ ବସିଥିଲା। ସେ ପ୍ରେମ ବିଷୟ ରେ କଣ ବା ଜାଣିଥିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।