brisbane women sex public adult game reviews Speed dating Central Valley eros club marigot st martin

ଆୟୁଷ ମନ୍ତ୍ରାଳୟ ଦ୍ୱାରା କହିଥିବା କାଢ଼ା ଘରେ ବନାନ୍ତୁ ଓ ଜାଣନ୍ତୁ ତାର ଉପକାରିତା

0

ଆଜିର ସମଗ୍ର ବିଶ୍ୱରେ କୋରନାର ପ୍ରକୋପ ସମଗ୍ର ଜଗତୁ କବଳିତ କରଛି ।ସେଥିରୁ ମୁକ୍ତି ପାଇବା ପାଇ ସମସ୍ତ ମାନବ ସମାଜ ସଚେତନତା ଅବଲମ୍ୱନ କରିଛନ୍ତି ।ଏବଂ ଯେଉ ଲୋକ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ତାଙ୍କ ଠାରେ କମ ରହିଥାଏ ସେମାନେ ଏହି ମହାମାରୀରୁ ନିଜକୁ ବଞ୍ଚିବା ବହୁତ କଷ୍ଟକର ହୋଇଥାଏ ।ସେଥିପାଇ ଆମର ପ୍ରଧାନ ମନ୍ତ୍ରୀ ସମଗ୍ର ଦେଶ ବାସୀଙ୍କୁ ଆୟୁଷ ମନ୍ତ୍ରାଳୟ ଦ୍ୱାରା ସେ କିଛି ମନ୍ତବ୍ୟ ଦେଇଛନ୍ତି । ସମଗ୍ର ଦେଶ ବାସୀଙ୍କର ରୋଗ ପ୍ରତିଶେଧକ ଶକ୍ତି ବଢିବା ପାଇ ସେ ସମସ୍ତଙ୍କ ଘରେ କାଢା ଓ ଗରମ ପାଣି ବ୍ୟବହାର କରିବା ପାଇ କହିଛନ୍ତି ।ଯାହାଦ୍ୱାରା ସେମାନେ ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିପାରିବେ ।ଏବଂ ସେହି ସଂକ୍ରମିତ ମହାମାରୀରୁ ନିଜକୁ ଦୂରେଇ ରଖିପାରିବେ ।ଯେଉ କାଢା ସେବନ କରିବା ବିଷୟରେ କୁହାଯାଇଛି ତାହାର ପ୍ରସ୍ତୁତି ସଂପର୍କରେ ଜାଣିବା ।ଏବଂ ଏଥିରେ କେଉଁ ସାମଗ୍ରୀ ବ୍ୟବହାର କରାଯାଏ ତାହା ମଧ୍ୟ ଜାଣିବା ।

ପ୍ରଥମେ ଏକ କଢେଇରେ ଚାରି କପ ପାଣି ନିଅନ୍ତୁ । ସେଥିରେ ଏକ ଆଙ୍ଗୁଳି ବିଶିଷ୍ଟ ଡାଲଚିନି ସେଥିରେ ପକାନ୍ତୁ ।ଏହା ଥଣ୍ଡା କାଶ ଭଲ କରିବା ସହିତ ଆପଣଙ୍କର ୟୁନିଟି ପାୱର କୁ ମଧ୍ୟ ଶକ୍ତିଶାଳୀ କରିଥାଏ ।ଦ୍ୱତୀୟରେ ସେଥିରେ 4ରି 5 ଟି ଲବଙ୍ଗ ପକାନ୍ତୁ ଏବଂ ସେଥିରେ 2ଟି ଗୁଜରାତି ପକାନ୍ତୁ ।ଏହା ମଧ୍ୟ ୟୁମିନିଟି ପାୱାର କୁ ବଢାଇଥାଏ ଓ ଥଣ୍ଡା କାଶକୁ ମଧ୍ୟ ଭଲ କରିଥାଏ ।ତାପରେ ସେଥିରେ 5ରୁ 7ଟି ଗୋଲମରିଚକୁ ଗୁଣ୍ଡ କରି ସେଥିରେ ପକାନ୍ତୁ ।ଏବଂ ଗୋଟିଏ ତେଜପତ୍ର ଓ ଦୁଇ ଚାମଚ ଗୁଡ ପକାନ୍ତୁ ।ଗୁଡ ଯଦି ଆପଣ ବ୍ୟବହାର କରିବା ପାଇ ଚାହୁନାହାନ୍ତି ତେବେ ସେଥିରେ 2 ଚାମଚ କଳାଲୁଣ ପକାଇ ପରିବେ । 2 ଇଞ୍ଚ ବିଶିଷ୍ଟ ଖଣ୍ଡିଏ ଅଦା ଓ ହଳଦୀ ସେଥିରେ ଛେଞ୍ଚି କରି ସେଥିରେ ପକାଇବେ ।ଅଦାରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସାଇଡ ଭରପୁର ମାତ୍ରାରେ ରହିଥାଏ ।


ଏବଂ ସେଥିରେ କିଛି ତୁଳସୀ ପତ୍ର ଛୋଟ ଖଣ୍ଡକରି ସେଥିରେ ପକାନ୍ତୁ ।ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଥାଏ ଯାହା ଆମର ଥଣ୍ଡା ,କାଶ ଭଳି ଅନେକ ରୋଗକୁ ଭଲକରିଥାଏ ।ଆପଣଙ୍କୁ ଅଧିକ ଜୋରରେ କାଶ ହେଉଥିଲେ ସେଥିରେ ଜୁଆଣି ପକାଇ ପାରିବେ ।ମାତ୍ର ଏହା ଆୟୁଷ ମାନ ମନ୍ତ୍ରାଳୟର କାଢା ପ୍ରସ୍ତୁତ କରାଯାଉଛି ସେଥିପାଇ ଏହା ବ୍ୟବହାର କରାଯାଉନାହିଁ ।ଏହା କୌଣସି ସାଇଟ ଇଫେକ୍ଟ ନଥାଏ ।ଏହା ଶରୀର ପାଇ ବହୁତ ଲାଭ ଦାୟକ ହୋଇଥାଏ।ଏହା ସହିତ ଆପଣଙ୍କ ଗଳାରେ କିମ୍ୱା ନାକରେ ଦରଜ ରହିଥାଏ ତେବେ ଆପଣ ଏହି ଗାଢାର ବାମ୍ଫ ନିଅନ୍ତ।ଯାହା ଆପଣଙ୍କୁ ଅଧିକ ମାତ୍ରାରେ ଉପଶମ ଦେବ ।କଢେଇ ଉପରେ ଏକ ଢାଙ୍କୁଣୀ ଘୋଡାଇ ଦିଅନ୍ତୁ ।ଏହାକୁ 10ରୁ 15 ମିନିଟ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚ ଦେଇ ବସାଇ ରଖନ୍ତୁ ।ଏହି କାଢା ପ୍ରସ୍ତୁତ ହୋଇସାରିଛି ।ଏବେ ଏହାକୁ ବ୍ୟବହାର କରନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।