ପିଲା କଥା ମାନୁ ନାହାଁନ୍ତି ? ପିଲାଙ୍କୁ କିପରି ଠିକ୍ ବାଟକୁ ଆଣିବେ ଜାଣି ପାରୁ ନାହାନ୍ତି କି ? ତ ଏହାକୁ ଥରେ ନିଶ୍ଚୟ ଦେଖି ନିଅନ୍ତୁ

0

ଆଜିର ଦୁନିଆଁ ଟେକ୍ନୋଲୋଜି ଦ୍ୱାରା ବିକଶିତ ହେବାରେ ଲାଗିଛି।ସମାଜ ର ସବୁ ବର୍ଗର ସମସ୍ତ ଲୋକ ଉନ୍ନତି ତଥା ଅଗ୍ରଗତି ଦିଗରେ ଏକ ମୁହାଁ ହେଇ ଆଗେଇ ଚାଲିଛନ୍ତି।ତେବେ ଟଙ୍କା ଉପାର୍ଜନ କରିବା ଛଡ଼ା ତାଙ୍କର ଅନ୍ୟ କୌଣସି ବିଷୟ ପ୍ରତି ଧ୍ୟାନ ନ ଥାଏ।ଏମିତି କି ବହୁ କ୍ଷେତ୍ରରେ ଉଭୟ ସ୍ୱାମୀ ସ୍ତ୍ରୀ ଟଙ୍କା ଉପାର୍ଜନ ଦିଗରେ ଆଗ୍ରହ ପ୍ରକାଶ କରିଥାନ୍ତି,ଯାହାର ଅଧିକ ପ୍ରଭାବ ନିଜ ସନ୍ତାନ ମାନଙ୍କ ଉପରେ ପଡ଼ିଥାଏ।

ସାମାନ୍ୟତଃ ପିଲାମାନେ ଛୋଟ ବେଳେ ଦୁଷ୍ଟ ସ୍ୱଭାବ ର ହୋଇଥାନ୍ତି।କିନ୍ତୁ ବାପା ମାଆ ଆକଟ ଛଳ ରେ ତାଙ୍କ ପିଲାମାନଙ୍କୁ ବୁଝାଇ ଦେଇଥାନ୍ତି।ପରେ ଆସ୍ତେ ଆସ୍ତେ ବୟସ ବଢିବା ସହିତ ସେମାନେ ନିଜ ଆଚାର, ବ୍ୟବହାର ଓ ଗୁଣ ସବୁ କୁ ପରିମାର୍ଜିତ କରି ସୁଧାର ଆଣିବା ସହ ଏକ ଉତ୍ତମ ଗୁଣ ସମ୍ପର୍ଣ୍ଣ ବ୍ୟକ୍ତିତ୍ୱ ର ଅଧିକାରୀ ହୋଇଥାନ୍ତି।
କିନ୍ତୁ ଆଜିର ସମୟରେ ବିକଶିତ ଟେକ୍ନୋଲୋଜି କାରଣରୁ ପିଲାମାନେ ଛୋଟ ବେଳୁ ହିଁ ପ୍ରଖର ବୁଦ୍ଧି ସମ୍ପର୍ଣ୍ଣ ହେବା ସହିତ ଚତୁର ଧୃତ,ବଦମାସ,ଓ ଯିଦ୍ଦିଆ ସ୍ୱଭାବ ର ହେଉଛନ୍ତି।ସେମାନେ ଛୋଟ ବେଳୁ ହିଁ ମୋବାଇଲ,ଲାପ୍ଟପ୍ ଆଦିର ବ୍ୟବହାର କରିପାରୁଛନ୍ତି।ତେବେ ଏଥିରେ କିଛି ଭଲ ଓ କିଛି ମନ୍ଦ ଜିନିଷ ଦେଖିବାକୁ ମିଳିଥାଏ।ଅନ୍ୟଥା ଆପଣ ଜାଣିଥିବେ ଭଲ ଠାରୁ ମନ୍ଦ କୁ ଶିଖିବା ଅତି ସହଜ।ତେଣୁ ଛୋଟ ବୟସରେ ପିଲାମାନେ ଭୁଲ ଠିକ୍ ର ଆକଳନ ନ କରି ତାଙ୍କୁ ଯାହା ଭଲ ଲାଗେ ସେମାନେ ସେହି ପରି କରନ୍ତି।

ତେଣୁ ଅଧିକାଂଶ ପିଲା ଭୁଲ ବାଟରେ ପାଦ ପକାଇ ଥାନ୍ତି। ତେବେ ଆଜିର ସମୟରେ ପିଲା ମାନଙ୍କର ଭୁଲ କୁ ସୁଧାରିବା ପାଇଁ ଘରେ ପିଲାମାନଙ୍କ ପାଖରେ ତ ବାପା ମାଆ ରହୁ ନାହାନ୍ତି।ଆଜିର ବାପା ମାଆ ଟଙ୍କାର ଅଭାବ ନ ଥିବାରୁ ପିଲା ଯାହା ଜିଦ୍ଦି କଲେ ଆଣିଦଉଛନ୍ତି।ଯାହା ଫଳରେ ପିଲାମାନେ ଅଧିକ ବିଗିଡି ଯିବା ସହିତ ଅଧିକ ଜିଦ୍ଦି ସ୍ୱଭାବର ମଧ୍ୟ ହୋଇ ଯାଉଛନ୍ତି।

ତେଣୁ ଆପଣ ନିଜ ପିଲାଙ୍କୁ ଠିକ୍ ଭାବେ ସମୟ ଦିଅନ୍ତୁ।କାରଣ ପିଲା ମାନଙ୍କୁ ସୁଧାରିବା ଓ ସେମାନଙ୍କ ଜୀବନ କୁ ଉତ୍ତମ ରୁପେ ଗଢି ତୋଳିବା ପାଇଁ ଏହି ସମୟ ହିଁ ଉଚିତ ସମୟ ଅଟେ।ତେଣୁ ତାଙ୍କୁ ଥଟ୍ଟା ରେ ମଜାରେ ଭଲ ଗୁଣ ଶିକ୍ଷା ଦିଅନ୍ତୁ।ଯଦି ସେମାନେ ଭିଡିଓ ଦେଖିବାକୁ ପସନ୍ଦ କରୁଛନ୍ତି ତେବେ ସେହି ଭିଡିଓ ମାଧ୍ୟମରେ ଭଲ ଗୁଣ ର ମାହାତ୍ମ୍ୟ ବୁଝେଇବାକୁ ଚେଷ୍ଟା କରନ୍ତୁ।ଅଧିକ ସମୟ ମୋବାଇଲ ବା ଲାପଟପ ସାମ୍ନାରେ ବସିବାକୁ ବା ଦେଖିବାକୁ ଦିଅନ୍ତୁ ନହିଁ।ପିଲା ମାନଙ୍କ କହିବା ମୁତାବକ ଖେଳନା ତାଙ୍କୁ ଦିଅନ୍ତୁ ନାହିଁ।

ସାଙ୍ଗ ପରି ସେମାନଙ୍କ ସହ ମିଶି ଗୀତ ନାଚ ଖେଳ ମାଧ୍ୟମରେ ପିଲା ମାନଙ୍କ ମନୋରଞ୍ଜନ କରନ୍ତୁ।ଗପ କୁହନ୍ତୁ ସମୟେ ସମୟେ ପିଲା ଅଧିକ ଜିଦ୍ଦି କଲେ ବା ଦୁଷ୍ଟ ହେଲେ ସେମାନଙ୍କୁ ଆକଟ କରନ୍ତୁ।ପରିସ୍ଥିତି ଅନୁଯାୟୀ ଆପଣ ତାଙ୍କୁ ସ୍ନେହ ଦେଇ ମଧ୍ୟ ବୁଝାଇ ପାରିବେ।ପିଲାମାନଙ୍କୁ ଛୋଟ ବେଳୁ ହିଁ ଯୋଗ ପ୍ରାଣାୟାମ ର ମାହାତ୍ମ୍ୟ ବୁଝାଇ କରିବା ଶିଖାଇ ଦିଅନ୍ତୁ।ବାହାର ର ଜଙ୍କ ଫୁଡ୍ ନ ଦେଇ ସବୁଜ ପନିପରିବା ର ଘର ତିଆରି ଫ୍ରେଶ୍ ଖାଦ୍ୟ ଦିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।