ଭଗବାନ ଙ୍କର ଅଜବ ଲୀଳା ମନ୍ଦିର ଦର୍ଶନ କୁ ଯିବା ବେଳେ ପାହାଡ଼ ତଳକୁ ଖସିଗଲା କାର ଆଉ ତାପରେ ଯାହାହେଲା କ୍ୟାମେରାରା ରେକର୍ଡ ହୋଇ ଭାଇରାଲ ହେବାକୁ ଲଗିଛି

0

କୁହାଯାଏ କି “ରଖିଲେ ଶିବ ମାରିବ କିଏ”।ତେବେ ଏହି ଉକ୍ତି ଟିର ଅର୍ଥ ହେଉଛି ଯେ ଯଦି ଭଗବାନ ଙ୍କର ଆଶୀର୍ବାଦ ଏବଂ ତାଙ୍କର କୃପା ଆପଣ ଉପରେ ରହିଛି ତେବେ ଆପଣ ଙ୍କ ଉପରେ ଯେତେ ବଡ଼ ବିପଦ ଆସିଲେ ବି ତାହା ଟଳି ଯିବ ।ତେବେ ଏହିପରି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଆପଣଙ୍କୁ ଘଟଣା ଟି ଏକ ଫିଲ୍ମ ର କାହାଣୀ ବା ଗୋଟିଏ ସିନ କୁ ଦେଖିଲା ପରି ଲାଗିବ ମାତ୍ର ଏହା ସତ୍ୟ ଘଟଣା ଟି ଅଟେ।

ତେବେ ଏହିପରି ଏକ ଘଟଣା ଟି ଦେଖିବାକୁ ମିଳିଛି ଭଗବାନ ଶିବ ଙ୍କର ପବିତ୍ର ଧାମ ବଦ୍ରିନାଥ ଠାରେ।ଯେଉଁ ଠାରେ ଭଗବାନ ଶିବ ଙ୍କୁ ଦର୍ଶନ କରିବାକୁ ଆସିଥିବା କେତେକ ଭକ୍ତ ମହାବିପଦ ରେ ପଡିଯାଇ ଥିଲେ, ଯେଉଁ ଠାରୁ ସେମାନଙ୍କ ର ବଞ୍ଚିବା ର ଆଶା ନଥିଲା କିନ୍ତୁ ଭଗବାନ ଶିବ ଙ୍କର ଖେଳ କିଏ ବା ବୁଝିପାରିବ। ଠିକ ସମୟରେ ଭଗବାନ ଙ୍କର କୃପା ରୁ ସେମାନ ଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇପାରିଲା ଆଉ ସମସ୍ତେ ସମ୍ପୂର୍ଣ୍ଣ ଠିକ ଅଛନ୍ତି କାହାରି ବି କୌଣସି କ୍ଷତି ହୋଇନଥିବା ଜଣାପଡିଛି।

ତେବେ ଆପଣ ମାନେ ଜାଣିଛନ୍ତି ଯେ, ବଦ୍ରିନାଥ କୁ ସ୍ୱର୍ଗ ବୋଲି ମଧ୍ୟ କୁହାଯାଏ, ଏହା ପାହାଡ଼ ପର୍ବତ ମଧ୍ୟରେ ରହିଥିବା ଏକ ଶିବ ମନ୍ଦିର , ଏହି ମନ୍ଦିର କି ଦର୍ଶନ କରିବା ପାଇଁ କାହିଁ ଦୂର ଦୁରନ୍ତ ରୁ ଲୋକ ମାନେ ଧାଇଁ ଆସିଥାନ୍ତି। କିନ୍ତୁ ସେହି ସ୍ଥାନରେ ଅଧିକ ରୁ ଅଧିକ ବିପଦ ମଧ୍ୟ ରହିଥାଏ , କେତେବେଳେ ଏଠାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଲୋକ ମାନେ ପ୍ରାଣ ହରାଇ ଥାନ୍ତି ତ କେତେବେଳେ ଯିବା ଆସିବା ରାସ୍ତା ରେ ପାହାଡ଼ ତଳକୁ ଖସି ଯାଇ ଯାନ ବାହାନ।

ତେବେ ଏହିପରି ପରିସ୍ଥିତି ହୋଇଥିଲା ଚାରି ଜଣେ ଭକ୍ତ ଙ୍କ ସହ ଯେଉଁ ମାନେ ବଦ୍ରିନାଥ ଦର୍ଶନ କରିବା କୁ ଗୋଟିଏ କାର ରେ ଆସିଥିଲେ ।କିନ୍ତୁ ଦର୍ଶନ କରିବାକୁ ଯିବା ରାସ୍ତାରେ ରେ ତାଙ୍କର କାର ଟି ନିୟନ୍ତ୍ରଣ ହରାଇ ପାହାଡ଼ ତଳ ଭଗ କୁ ଚାଲିଯାଇଥିଲେ। କିନ୍ତୁ ସୌଭାଗ୍ୟ ଯେ, କାର ଟି ପାଲଟି ନଥିଲା କିମ୍ବା କୌଣସି ଭକ୍ତ ବାହାର କୁ ଖସି ପଡ଼ିନଥିଲା। ତେବେ ଏହା ଦେଖି ପାଖ ଆଖର ଲୋକମାନେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରିବା ପାଇଁ JCB କୁ ଡ଼କାଇ ଥିଲେ।

ଆଉ ଘଟଣା ସ୍ଥଳରେ JCB ପହଁଞ୍ଚି ବହୁତ ସାବଧାନ ତାର ସହ କାର ଟିକୁ ଉଦ୍ଧାର କରିବା କୁ ପ୍ରୟାସ କରାଯାଇ ଥିଲା। ତେବେ କାର ଟିକୁ ଉଦ୍ଧାର କରିବା ସମୟରେ ଲୋକ ମାନେ ଭଗବାନ ବଦ୍ରିନାଥ ତଥା ଶିବ ଙ୍କର ନାମରେ ଜୟ ଜୟ କାର ଧ୍ଵନି ଦେଇଥିଲେ। ଆଉ ଭଗବାନ ଙ୍କର କୃପା ରୁ କାର ସହ ଚାଲି ଜଣେ ଭକ୍ତ ଭଲ ରେ ଭଲରେ ଉଦ୍ଧାର ହୋଇ ପୁନର୍ଜନ୍ମ ପାଇଲେ। ତେବେ ଆପଣ ବି ଭଗବାନ ଙ୍କ ଉପରେ ବିଶ୍ୱାସ ରଖନ୍ତୁ ସବୁ ବିପଦ ରୁ ପାର ହେବା ଲାଗି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।