ଗାଈକୁ କାନ୍ଦିବାର ଦେଖିଲେ ସାବଧାନ ମହାବିପଦ – vastu tips

0

ହିନ୍ଦୁ ଶାସ୍ତ୍ର ରେ ଗାଈ କୁ ଗୋମାତା ବୋଲି କୁହାଯାଇଛି।ଗୋମାତା ଙ୍କ ଦେହରେ ୩୩ କୋଟି ଦେବତା ବାସ କରନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି।ତେଣୁ ଦୀପାବଳି ପର ଦିନ ଗୋବର୍ଦ୍ଧନ ପୂଜା ଦିନ ଗୋମାତା ଙ୍କୁ ମୟୁର ପକ୍ଷ ରେ ସଜାଇ ପୂଜା କରାଯାଏ।ଯଦି କୌଣସି ବ୍ୟକ୍ତି ଗାଈ କୁ ଦୁଃଖ, କଷ୍ଟ,ଯନ୍ତ୍ରଣା ଦେଇଥାଏ ତେବେ କେତେ ଜନ୍ମ ଯାଏ ଦୁଃଖ କଷ୍ଟ ଭୋଗ କରିବା ସହିତ ତା ପାଇଁ ନର୍କ ଦ୍ୱାର ଖୋଲି ଯାଇଥାଏ।

ଶାସ୍ତ୍ରରେ କୁହାଯାଇଛି କି ଆତ୍ମା ୮୪ ଲକ୍ଷ ଯୋନି ଭ୍ରମଣ କରି ଶେଷ ଯୋନି ଗାଈ ରୁପରେ ଜନ୍ମ ଗ୍ରହଣ କରିଥାଏ।ଲକ୍ଷ ଯୋନି ସ୍ୱରୂପ ଆତ୍ମା ର ବିଶ୍ରାମ ସ୍ଥଳ ଗୋମାତା ଙ୍କର ଯୋନି ହୋଇଥାଏ ଓ ସେଠାରୁ ଆତ୍ମା ଯାତ୍ରା ଆରମ୍ଭ କରିଥାଏ।ବୈଜ୍ଞାନିକ ଙ୍କ ମତରେ ଗାଈ ହିଁ ଏକ ମାତ୍ର ପ୍ରାଣୀ ଯିଏ ଶ୍ୱାସ କ୍ରିୟା ସମୟ ରେ ଅମ୍ଳଜାନ ଗ୍ରହଣ କରିବା ସହିତ ଅମ୍ଳଜାନ କୁ ମଧ୍ୟ ପରିତ୍ୟାଗ କରିଥାନ୍ତି।ଯେଉଁଠାରେ ମନୁଷ୍ୟ ସମେତ ଅନ୍ୟ ପ୍ରାଣୀ ଓ ଉଦ୍ଭିଦ ଆଦି ଶ୍ୱାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ପରିତ୍ୟାଗ କରିଥାନ୍ତି।
ଶାସ୍ତ୍ର ଅନୁସାରେ ଯାତ୍ରା ଆରମ୍ଭ କରିବା ସମୟରେ ଯଦି ଗାଈ ନିଜର ଆଚରଣ ରେ ପରିବର୍ତ୍ତନ କରିଥାଏ ତେବେ କୌଣସି ବିଘ୍ନ ଘଟିବା ର ସଙ୍କେତ ମିଳିଥାଏ।ଶକୁନ ଶାସ୍ତ୍ର ରେ ମଧ୍ୟ ଗାଈ ସମ୍ବନ୍ଧିତ ଶକୁନ ଓ ଅପଶକୁନ ବିଷୟରେ କୁହା ଯାଇଛି।ପ୍ରାଚୀନ କାଳରେ ମୁନି ଋଷି ମାନେ ମଧ୍ୟ ଏହି ଶାସ୍ତ୍ର କୁ ମାନି ଚଳୁଥିଲେ।ଆସନ୍ତୁ ଜାଣିବା ଗାଈ ସମ୍ବନ୍ଧିତ କିଛି ଶକୁନ ଓ ଅପଶକୁନ ସଙ୍କେତ ଵିଷୟ ରେ।

ବନ୍ଧୁଗଣ ରାତ୍ରି ସମୟରେ ଗାଈ ବୋବାଇଲେ ବା ହମ୍ମା ରଡ଼ି କଲେ ତାହା ଏକ ଅତ୍ୟନ୍ତ ଶୁଭ ଦାୟକ ସଙ୍କେତ ହୋଇଥାଏ ବୋଲି ମନା ଯାଇଥାଏ।ସେହି ପରି କୌଣସି ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ ବାମ ପଟରେ ବୋବାଏ ତେବେ ତାହା ମଧ୍ୟ ଏକ ଶୁଭ ସଙ୍କେତ ହୋଇଥାଏ।
କିନ୍ତୁ ଗାଈ ମଧ୍ୟ ରାତ୍ର ସମୟରେ କର୍କଶ ସ୍ୱରରେ ବୋବାଇଲେ ବା କାନ୍ଦୁଥିବା ର ଦେଖାଗଲେ ତାହା ଭୟ ଓ ଆତଙ୍କ ଜନିତ ପରିସ୍ଥିତି ର ସାମ୍ନା କରିବା ପାଇଁ ପଡ଼ିବ ବୋଲି ସଙ୍କେତ ଦେଇଥାଏ।ସେହି ପରି ଯାତ୍ରା ସମୟରେ ଯଦି ଗାଈ ନିଜ ଖୁରା ରେ ମାଟି ତାଡୁ ଥିବାର ଦେଖିବେ ତେବେ ଆଗକୁ କୌଣସି ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗ କରିବା ର ସମ୍ଭାବନା ରହିଥାଏ।ଯଦି ଯାତ୍ରା ସମୟରେ ଗାଈ କୁ କାନ୍ଦୁଥିବା ର ଦେଖିବେ ତେବେ ଦୁର୍ଘଟଣା ଘଟିବା ର ସମ୍ଭାବନା ରହିଛି।

ଯାତ୍ରା ସମୟରେ ଗାଈ ଯଦି ତାର ବାଛୁରୀ କୁ ଦେଖିବା ପାଇଁ ବୋବାଉଥାଏ ତେବେ ମନର ସମସ୍ତ ଇଛା ପୂରଣ ହେବାର ସଙ୍କେତ ମିଳିଥାଏ।ଗାଈ ର ପିଠି ଉପରେ ଅଧିକ ମାଛି ବସିଥିବା ର ଦେଖାଗଲେ ଅଧିକ ବର୍ଷା ହେବାର ସମ୍ଭାବନା ଥାଏ।ଯଦି ଯାତ୍ରା ସମୟରେ ଦୁଇଟି ମଇଁଷି କୁ ସାମ୍ନାରୁ ଦେଖିବେ ତେବେ ଆଗକୁ ବଡ଼ ବିପଦ ଅଛି ବୋଲି ସଙ୍କେତ ମିଳିଥାଏ।ଯାତ୍ରା ସମୟରେ ଷଣ୍ଢ ବାମ ରୁ ଡାହାଣ କୁ ଗଲେ ବା ସାମ୍ନାରେ ଛିଡା ହୋଇଥିଲେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।