Dr. priyadarsini sahu -ଶୀତ ଦିନେ ତ୍ୱଚାରେ ଚମକ ପାଇଁ କ’ଣ ଖାଇବେ? ଜାଣନ୍ତୁ ଏହି ସୁନ୍ଦର ଟିପ୍ସ ସମ୍ପର୍କରେ

0

ନାରୀ ହେଉ ଅବା ପୁରୁଷ,ସୁନ୍ଦର ସ୍କିନ୍ କିଏ ବା ନ ଚାହେଁ।କାରଣ ସୁନ୍ଦର ଓ ଗ୍ଲୋଇଂ ସ୍କିନ୍ ଆକର୍ଷଣୀୟ ବ୍ୟକ୍ତିତ୍ୱ ର ଏକ ମାପ କାଠି ହୋଇଥାଏ।ସେଥି ପାଇଁ ତ ଫ୍ରେଶ୍ ଓ ଗ୍ଲୋଇଂ ସ୍କିନ୍ ପାଇଁ ସମସ୍ତେ କେତେ କଣ କରିଥାନ୍ତି।ତେବେ ଅନ୍ୟାନ୍ୟ ଋତୁ ମାନଙ୍କ ଅପେକ୍ଷା ଶୀତ ଦିନେ ବାୟୁ ମଣ୍ଡଳ ଅଧିକ ଶୁଷ୍କ ରହୁଥିବା କାରଣରୁ ଏହାର କୁ ପ୍ରଭାବ ସିଧା ସଳଖ ଆମ ସ୍କିନ୍ ଉପରେ ପଡ଼ିଥାଏ।ତେବେ ଏହି ଶୀତ ଦିନେ କିପରି ଆପଣଙ୍କ ସ୍କିନ୍ ଗ୍ଲୋ କରିବ? ଏଥି ପାଇଁ କଣ ସବୁ ଖାଇବେ? କିପରି ଯତ୍ନ ନେବେ ସ୍କିନ୍ ର ଆସନ୍ତୁ ଜାଣିବା।

ଶୀତ ଦିନେ ସ୍କିନ୍ ରେ କେଉଁ କେଉଁ ସମସ୍ୟା ଦେଖାଦିଏ ଓ କାହିଁକି ?

ଶୀତ ଦିନେ ବାୟୁ ମଣ୍ଡଳ ର ପାଣିପାଗ ଅଧିକ ଶୁଷ୍କ ହେବା କାରଣରୁ ଆମ ସ୍କିନ୍ ରୁ ମଏଶ୍ଚର୍ ଅଧିକ ପରିମାଣ ରେ ଲସ୍ ହୋଇ ବାୟୁ ମଣ୍ଡଳ କୁ ଯାଇଥାଏ।ତେଣୁ ଆମ ସ୍କିନ୍ ଅଧିକ ଡ୍ରାଏ ହେବାର ଏହା ଏକ ପ୍ରମୁଖ କାରଣ ଅଟେ।

ତେବେ ଏହି ଋତୁରେ ଆମ ସ୍କିନ୍ ରେ ଇରିଟେସନ ହେବା, କୁଣ୍ଡାଇ ହେବା,ଗୋଡ଼ ହାତ ଆଦି ଫାଟିବା,ଓଠ ଫାଟିବା,ମୁଣ୍ଡରେ ଉପି ଅଧିକ ମାତ୍ରାରେ ହେବା ପରି ଅନେକ ସମସ୍ୟା ଦେଖା ଦେଇ ଥାଏ।

କିପରି ଯତ୍ନ ନେବା  ?

୧-ସର୍ବ ପ୍ରଥମେ ସ୍କିନ୍ ରୁ ମଏଶ୍ଚର୍ ଲସ୍ ହେବା କୁ ଯଥା ସମ୍ଭବ ଅଟକାଇବା।ସେଥି ପାଇଁ ଦୈନିକ ସ୍କିନ୍ ରେ ଗାଧୋଇବା ପୂର୍ବରୁ ନଡିଆ ତେଲ ବା ସୋରିଷ ତେଲ ଲଗେଇବା।
୨-ଏହା ପରେ ଦ୍ୱିତୀୟରେ ଗାଧୋଇବା ର କିଛି ସମୟ ମଧ୍ୟରେ ମଏଶ୍ଚରାଇଜର୍ ଲଗାଇବା ଉଚିତ୍।
୩-ତୃତୀୟ ରେ ସଧାରଣ ସାବୁନ ର ବ୍ୟବହାର ବନ୍ଦ କରିବା ଉଚିତ୍।ମଏଶ୍ଚର୍ ବେସ୍ଡ଼ ସାବୁନ କିମ୍ବା ଗ୍ଲିସେରିନ ବେସ୍ଡ଼ ସାବୁନ ଲଗାଇବା ଆବଶ୍ୟକ।

୪-ଚତୁର୍ଥ ରେ ଓଠ ରେ ଲିପ୍ ବାମ ବା ପେଟ୍ରୋଲିୟମ ବେସ୍ଡ଼ ଜେଲି ଅର୍ଥାତ ଭେସଲିନ ଜେଲି ଲଗାଇବା ଉଚିତ୍।
୫-ବାହାରକୁ ଗଲା ବେଳେ ସନ କ୍ରିମ୍ ଲଗାନ୍ତୁ।ନଚେତ୍ ସୂର୍ଯ୍ୟ ଙ୍କର uv ray ସ୍କିନ୍ ର ଶୁଷ୍କତା କୁ ବଢ଼ାଇ ଦେଇଥାଏ।
୬-ଟାଣ ଖରାରେ ଆଦୌ ବି ବସନ୍ତୁ ନାହିଁ।ଗରମ ପାଣି ର ବ୍ୟବହାର କରନ୍ତୁ ନାହିଁ ତତ୍ସହିତ ନିଆଁ ପାଖରେ ବସି ଶରୀର କୁ ସେକନ୍ତୁ ନାହିଁ।

୭-ମୁହଁ ରେ ସ୍କ୍ରବିଂ ବା ଫେସିଆଲ୍ ର ମାତ୍ରା କମ କରନ୍ତୁ।
୮- କିଛି କୋଲ୍ଡ଼ କ୍ରିମ୍ ଏମିତି ହୋଇଥାଏ କି ସଙ୍ଗେ ସଙ୍ଗେ ସ୍କିନ୍ କୁ ଠିକ୍ କରିବା ସହ ପରେ ସ୍କିନ୍ କୁ ଅଧିକ ଡ୍ରାୟ କରିଦେଇ ଥାଏ।ତେଣୁ ବିଶେଷଜ୍ଞ ଙ୍କୁ ପରାମର୍ଶ କରି ମଏଶ୍ଚର୍ ବ୍ୟବହାର କରନ୍ତୁ।
୯- ଦୈନିକ ୟୋଗା କରନ୍ତୁ।ଓ ସଠିକ ଭାବେ ବିଶ୍ରାମ ନିଅନ୍ତୁ।

ଖାଦ୍ୟ ପାନୀୟ-

୧-ତଟକା ସବୁଜ ପନିପରିବା,ରଙ୍ଗିନ ଫଳ, ଶାଗ, ଗାଜର ଆଦି ଭିଟାମିନ ଏ ଓ ସି ଜାତୀୟ ଖାଦ୍ୟ ଆବଶ୍ୟକ ପରିମାଣରେ ଭୋଜନ କରନ୍ତୁ।
୨-ତତ୍ସହିତ ଜଳ ଆବଶ୍ୟକତା ଠାରୁ ଅଧିକ ପିଅନ୍ତୁ।
୩-ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।