ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ । ଶାଶୁ – ଶଶୁରଙ୍କ ଘରେ ବୋହୂର ରହିବାର ଅଧିକାର ଅଛି, ଜାଣନ୍ତୁ ଐତିହାସିକ ରାୟ ବିଷୟରେ…..

0

ଆମେ ମାନେ ପୁର୍ବ କାଳରୁ ଏବଂ ଆଜି ର ଯୁଗରେ ମଧ୍ୟ ଦେଖି ଆସିଛୁ କି ଏକ ବୋହୂ କୁ ତାର ଶାଶୂଘରେ ଅତ୍ୟାଚାର କରିବାର ବା ଏକ ବୋହୂ ତା ଶାଶୂ ଘରେ ଅତ୍ୟାଚାରିତ ହେବାର। ଏକ ଝିଅ ବାହା ହୋଇ ନିଜର ବାପା, ମାଆ, ଭାଇ, ଭଉଣୀ, ପୁରା ଫ୍ୟାମିଲି କୁ ଛାଡି ଏକ ଅଜଣା ଘରକୁ ଆସେ,କିନ୍ତୁ ସେହି ଲୋକ ମାନେ ଯେକୌଣସି କାରଣରୁ ବି ତାକୁ ଅତ୍ୟାଚାର କରିଥାଆନ୍ତି, ନିନ୍ଦା ଅପମାନ ଆଦି ଦେଇଥାଆନ୍ତି। ଆଗ କାଳରେ ତ ବୋହୂ ମାନଙ୍କୁ ଯୌତୁକ ପାଇଁ, ଘରର ସବୁ କାମ କରିବା ଆଦି ପାଇଁ ଶାଶୂ ଅନେକ କଟୁ କଥା କୁହନ୍ତି ଆଉ ମାଡ ମଧ୍ୟ ମାରନ୍ତି।


ଏବେ ତ ଯଦି ଜଣେ ବୋହୂ ନିଜର ଭୁଲ୍ ନ ଥାଇକି ତାକୁ ଦୋଷୀ କରିଲେ ,ସେ ଯଦି ସେହି କଥା ଉପରେ ସ୍ୱର ଉଠାଇଲା ତେବେ ତାକୁ ମାଡ ମାରୁଛନ୍ତି, ଜୀବନରୁ ମାରିଦେଉଛନ୍ତି ଏବଂ ନହେଲେ ଜୋରଜବରଦସ୍ତ କରି ଘରୁ ତୋଡି ଦେଉଛନ୍ତି। ଆଜି ର ନାରୀ ମାନେ ଏହି ସବୁ ରୁ ମୁକ୍ତି ପାଇବା ପାଇଁ ବାହାଘରେ ପରେ ଯଦି କିଛି ଅସୁବିଧା ହେଉଛି ତେବେ ସିଧାସଳଖ ଆଇନ୍ ପାଖକୁ ଯାଉଛନ୍ତି,ଆଇନ୍ ମଧ୍ୟ ସେମାନଙ୍କୁ ନ୍ୟାୟ ଦେଉଛନ୍ତି। ତେବେ ସେହି ବୋହୂ ମାନଙ୍କ ଉପରେ ସୁପ୍ରିମକୋର୍ଟ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ନିଷ୍ପତ୍ତି ଟି କଣ ଏବଂ ଏହା ଦ୍ୱାରା ବୋହୂ ମାନଙ୍କୁ କଣ ସୁବିଧା ମିଳିବ।


ସୁପ୍ରିମକୋର୍ଟ ଏବେ ଏକ ବଡ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ବିବାହିତା ମହିଳା ମାନେ ବି ଏବେ ପାଇବେ ସମାନ ଅଧିକାର,ଏନେଇ ଏକ ବଡ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ। ବାହାଘର ପରେ ଘରୋଇ ହିଂସା ହେଲେ ବୋହୂ କୁ ତାଙ୍କ ସ୍ୱାମୀ ଙ୍କ ବାପା, ମାଆ ଙ୍କ ଘରେ ଅର୍ଥାତ୍ ତାଙ୍କ ଶାଶୁ, ଶ୍ୱଶୁର ତାଙ୍କ ଶାଶୁ ଘରେ ରହିବା ପାଇଁ ସମାନ ଅଧିକାର ମିଳିବ,ଆଉ ଘରୋଇ ହିଂସା ହେଲେ ବୋହୂ କୁ ଦୋଷ ଦେଇ ଶାଶୂ ଘର ଲୋକ ଘରୁ ବାହାର କରି ଦେଇ ପାରିବେ ନାହିଁ। ଏନେଇ ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ୍ ଅଶୋକ ଭୂଷଣ ଙ୍କ ଅଧ୍ୟକ୍ଷତାରେ ରେ ଏକ ତିନି ଜଣିଆ ବିଚାରପତି ଙ୍କ ଖଣ୍ଡପିଠ ତରୁଣ ବାତ୍ରା ଙ୍କ ମାମଲା ରେ ଦୁଇଜଣିଆ ବିଚାରପତି ଙ୍କ ଖଣ୍ଡପିଠରେ ନିଷ୍ପତ୍ତି କୁ ବଦଳାଇ ଦେଇଛନ୍ତି, ପୂର୍ବରୁ ଥିବା ନିୟମ କୁ ବଦଳା ଯାଇ ଆଉ ଏକ ନୂତନ ନିୟମ ସଂସ୍କରଣ ତିଆରି କରାଯାଇଛି। ପୂର୍ବ ନିଷ୍ପତ୍ତି ଥିଲା କି ତରୁଣ ବାତ୍ରା ଙ୍କ ମାମଲା ରେ ଦୁଇ ଖଣ୍ଡପୀଠ କହିଥିଲେ ଯେ ଜଣେ ବୋହୂ ତାଙ୍କ ଶାଶୁ ,ଶ୍ୱଶୁର ଙ୍କ ସମ୍ପତ୍ତି ରେ ରହିପାରିବେ ନାହିଁ।


ଏହି ନିଷ୍ପତି କୁ ଏବେ ବଦଳାଇ ଦିଆଯାଇଛି, ଏହାକୁ ନେଇ କୋର୍ଟ କହିଛନ୍ତି ସ୍ୱାମୀ ଙ୍କ ଭିନ୍ନ ଭିନ୍ନ ସମ୍ପତ୍ତି ନୁହେଁ ବରଂ ଶାଶୁ, ଶ୍ୱଶୁର ଙ୍କ ର ସମ୍ପତ୍ତି ରେ ବୋହୂ ର ସମାନ ଅଧିକାର ରହିଛି। କାରଣ ସେ ବାହା ହୋଇ ସେହି ଘରକୁ ସେ ଆସିଛନ୍ତି, ସେ ସେହି ଘର ର ବୋହୂ।ତାଙ୍କ ସ୍ୱାମୀ ଙ୍କ ର ତାଙ୍କ ବାପା ଙ୍କ ସମ୍ପତ୍ତି ଉପରେ ଯେତିକି ଅଧିକାର ରହିଛି ସମାନ ଅଧିକାର ବୋହୂ ର ମଧ୍ୟ ତାଙ୍କ ଶାଶୁ, ଶ୍ୱଶୁର ଙ୍କ ସମ୍ପତ୍ତି ଉପରେ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।