ଶୀତ ଦିନେ ଗୋଡ ଫାଟିବାରୁ ରକ୍ଷା କରିବ ଏହି ଗୋଟିଏ ଘୋରଇ ଉପଚାର 100% ଗ୍ୟାରେଣ୍ଟି ଭଲ ହେବ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ସମସ୍ତେ ପ୍ରାୟ ନିଜର ସୁନ୍ଦରତା କୁ ନେଇ ବହୁତ ଚିନ୍ତା ରେ ରହିଥାନ୍ତି । ଏବଂ ନିଜର ଶାରୀରର ତଥା ନିଜର ମୁହଁର ସୁନ୍ଦରତା କୁ ବଜେଇ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାରର ପ୍ରାକୃତିକ ତଥା କୃତିମ ଉପାୟ ମଧ୍ୟ ଆପଣେଇ ଥାଉ ।କେବେ ଏଥିଲାଗି ବାହାର ବଜାରରେ ମିଳୁଥିବା ବିଭିନ୍ନ ପ୍ରଡକ୍ଟ କୁ ଆମେ ବ୍ୟବହାର କରିଥାଉ । ମାତ୍ର ଆମର ମୁହଁ ବା ଚେହେରା କୁ ସୁନ୍ଦର ରଖିବା ପାଇଁ ଅନେକ ପ୍ରକାର ଉପାୟ ରହିଥାଏ ।କିନ୍ତୁ ଯେତେବେଳେ ଆମର ପାଦ ର ଗୋଇଁଠି ଖାସ କରି ଶୀତ ଦିନରେ ଯେତେବେଳେ ଆମର ଗୋଇଁଠି ଫାଟିଯାଇଥାଏ ସେତେବେଳେ ଆମେ ବହୁତ ଚିନ୍ତା ରେ ରହିଥାଉ ।


ତେବେ ଆମେ ଆଜି ଆପଣଙ୍କୁ ଜଣେଇବୁ କି କିପରି ଭାବରେ ଆପଣ ନିଜେ ଏକ ଘରୋଇ କ୍ରିମ ପ୍ରସ୍ତୁତ କରି ନିଜର ଫଟା ଗୋଇଁଠି କୁ ସୁନ୍ଦର କରିପାରିବେ ।  ନିଜର ଗୋଇଁଠି ର ଫାଟ କୁ ଭଲ କରିବା ପାଇଁ କ୍ରିମ ବନେଇବାକୁ ଆବଶ୍ୟକ ହେଉଥିବା ସାମଗ୍ରୀ ଗୁଡିକ ହେଉଛି ।

୧. ଦୁଇଟି ମହମବତୀ
୨. ଗୋଟିଏ ଚାମଚ ସୋରିଷ ତେଲ
୩. ଗୋଟିଏ ଚାମଚ ନଡ଼ିଆ ତେଲ
୪. ଦୁଇ ଚାମଚ ଆଲବେରା ଜେଲ

ଏହି କ୍ରିମ କୁ ପ୍ରସ୍ତୁତ କରିବାର ପ୍ରଣାଳୀ ହେଉଛି:-

ପ୍ରଥମେ ନେଇଥିବା ଦୁଇ ଟି ମହମବତୀ କୁ ଛୁରୀ ସାହଯ୍ୟ ରେ ଛୋଟ ଛୋଟ ଗୁଣ୍ଡ ରେ ପରିଣତ କରନ୍ତୁ ।ଏବଂ ଏହି ମହମ ଗୁଣ୍ଡ ରୁ ଦୁଇ ଚାମଚ ମହମ ଏକ ପାତ୍ର ରେ ନିଅନ୍ତୁ । ତା ପରେ ସେହି ମହମ ଗୁଣ୍ଡ ରେ ଗୋଟିଏ ଚାମଚ ସୋରିଷ ତେଲ ଏବଂ ଗୋଟିଏ ଚାମଚ ନଡ଼ିଆ ତେଲ ପକାନ୍ତୁ ଏବଂ ଶେଷରେ ଏଥିରେ ଦୁଇ ଚାମଚ ଆଲବେରା ଜେଲ ନେଇ ସେଥିରେ ମିଶାନ୍ତୁ ।ଏବଂ ନେଇଥିବା ସମସ୍ତ ଜିନିଷ କୁ ଭଲ ଭାବରେ ମିଶାଇ ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ପ୍ରସ୍ତୁତ ହୋଇଥିବା ପେଷ୍ଟ ଟୀକୁ ଏକ ଷ୍ଟିଲ ପାତ୍ର କୁ ନେଇ ତାହାକୁ କିଛି ସମୟ ପର୍ଯ୍ୟନ୍ତ ଗ୍ୟାସ ରେ ଗରମ କରନ୍ତୁ । ଏହାକୁ ଗରମ କରିବା ପରେ ଦେଖିବେ କି ଏହା ଏକ କ୍ରିମ ରେ ପରିଣତ ହୋଇଯାଇଛି । ତେବେ ବର୍ତ୍ତମାନ ଏହି କ୍ରିମ ଟୀକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା ।


ଏହାକୁ ପ୍ରତିଦିନ ରାତିରେ ଶୋଇବା ସମୟରେ ବ୍ୟବହାର କରନ୍ତୁ ।ପ୍ରଥମେ ନିଜର ପାଦକୁ ଭଲ ଭାବରେ ଧୋଇ ପରିଷ୍କାର କରି ତାହାକୁ ଏକ କପଡା ରେ ପୋଛି ଦିଅନ୍ତୁ ଏବଂ ପରେ ଏହି କ୍ରିମ ଟୀକୁ ମାଲିସ କରିବା ପରି ଫାଟିଥିବା ଗୋଇଁଠି ରେ ଲଗାନ୍ତୁ । ଏହିପରି ୧୦-୧୨ ଦିନ କରିବା ପରେ ଆପଣଙ୍କ ର ଗୋଇଁଠି ଫଟା ସମ୍ପୂର୍ଣ୍ଣ ଭଲ ହୋଇଯିବ ।  ତେବେ ନିଜର ଗୋଇଁଠି କୁ ସୁସ୍ଥ ରଖିବା ପାଇଁ ଆପଣ ସପ୍ତାହ ମଧ୍ୟରେ ଦୁଇ ଥର ଏକ ଉପାୟ କରନ୍ତୁ ।ଉପାୟ ଟି ହେଉଛି ରାତିରେ ଶୋଇବା ପୂର୍ବରୁ ଏକ ବାଉଲ ରେ କିଛି ପାଣି ନିଅନ୍ତୁ ସେଥିରେ ଟିକେ ଲୁଣ, କିଛି ଲେମ୍ବୁ ରସ ଏବଂ ବ୍ୟବହାର କରୁଥିବା ସାମ୍ପୁ ନେଇ ସେଥିରେ ନିଜର ପାଦ କୁ ଭଲ ଭାବରେ ସଫା କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ର ଗୋଇଁଠି କେବେବି ଫାଟିବ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।