କେଶ ସମସ୍ୟା କୁ ନେଇ ଚିନ୍ତିତ ଥିଲେ କରନ୍ତୁ ଏହି ସହଜିଆ ଘରୋଇ ଉପଚାର 100% ଗ୍ୟାରେଣ୍ଚି କେଶ ସମସ୍ୟାରୁ ଦୂର ହେବ

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ । କିନ୍ତୁ ବର୍ତ୍ତମାନ ପ୍ରାୟତଃ ସବୁ ମହିଳାଙ୍କର କେଶ ଝଡିବା ଏବଂ ପତଳା ହୋଇଯିବା ଏକ ବଡ ସମସ୍ୟା । ଏହି କେଶ ଝଡିବା ଏବଂ କେଶ ପତଳା ହେବାର ବହୁତ କାରଣ ରହିଥାଏ। ଏହାର ସମାଧାନ ପାଇଁ ଆମେ ବହୁତ ଚେଷ୍ଟା କରିଥାଉ ଓ କେବେକେଵ ଏହା କାର୍ଯ୍ୟକାରୀ ହୋଇଥାଏ ତ କେବେକେବେ ଆମେ ନିରାଶ ମଧ୍ୟ ହୋଇଥାଉ ।ତେବେ ଆମେ ଆଜି ଆପଣଙ୍କ ପାଇଁ ନେଇଆସିଛୁ କିଛି ସହଜ ଉପାୟ ଯାହା ଆପଣଙ୍କ କେଶ ଝଡ଼ିବାକୁ କମ କରିବା ସହ କେଶ କୁ ଘନ,ମଜଭୁତ ଏବଂ ଲମ୍ବା କରିବାରେ ସାହାଯ୍ୟ କରିବ । ଏହା ହେଉଛି ଏକ ସରଳ ଏବଂ ସହଜ ଘୋରାଇ ଉପାୟ ଯାହା ଆପଣଙ୍କ କେଶ ଜନିତ ଅସୁବିଧା କୁ ସମାଧାନ କରିବାରେ ସାହାଯ୍ୟ କରିବ ।

ତେବେ ଆଜି ଆମେ ଆପଣଙ୍କୁ ଏକ ସରଳ ଘୋରଇ ଉପାୟ ଜଣେଇବୁ ଯାହା କି ଆପଣଙ୍କ ର ସମସ୍ତ ପ୍ରକାରର କେଶ ଜନିତ ସମସ୍ୟା ତଥା କେଶ ଝଡ଼ିବା , ଅଧାରୁ ଛିଣ୍ଡିବା ,ପତଳା ହେବା ଆଦି ସମସ୍ୟା କୁ ଚୁଟିକି ରେ ସମାଧାନ କରିବା ସହ ଆପଣଙ୍କୁ ଲମ୍ବା, ଘନ ଓ ସୁନ୍ଦର କେଶ ବନେଇବା ରେ ମଧ୍ୟ ସାହାଯ୍ୟ କରିବ ।

 

ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି:-

୧.କିଛି ଚାଉଳ ଗୁଣ୍ଡ
୨.ଦହି
୩.ମହୁ ଏବଂ
୪. ନଡ଼ିଆ ତେଲ

ଏହାକୁ ପ୍ରସ୍ତୁତ କରିବା ର ପ୍ରଣାଳୀ:-

ପ୍ରଥମେ ଏକ ପାତ୍ର ରେ ଆପଣଙ୍କ ର କେଶ ଅନୁଯାୟୀ ଆବଶ୍ୟକ ଚାଉଳ ଗୁଣ୍ଡ ନିଅନ୍ତୁ ।ସେଥିରେ ୨ ଚାମଚ ମହୁ ମିଶାନ୍ତୁ ଏବଂ ୪ ଚାମଚ ଦହି ମିଶାନ୍ତୁ ଏହା ଯାହାକି ଆପଣଙ୍କ ର କେଶ କୁ ଗ୍ଲ କରିବାରେ ସାହାଯ୍ୟ କରିବ ।ପରେ ଏଥିରେ ୨-୩ ଚାମଚ ନଡ଼ିଆ ତେଲ ମିଶାଇ ତାହାକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ ।ବର୍ତ୍ତମାନ ଆମର ସାମ୍ପୁ ଟି ପ୍ରସ୍ତୁତ ହୋଇଗଲା।

ବ୍ୟବହାର କରିବାର ପ୍ରଣାଳୀ:-

ପ୍ରସ୍ତୁତ କରିଥିବା ଏହି ପେଷ୍ଟ କୁ ଆପଣ ଭଲ ଭାବରେ ନିଜର କେଶ ର ମୂଳ ଠାରୁ ଅଗ ପର୍ଯ୍ୟନ୍ତ ଭଲ ଭାବରେ ଲଗେଇ ଦିଅନ୍ତୁ ।ଏହାକୁ ଭଲ ଭବାରେ ଲଗେଇ ସାରିବା ପରେ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ନିଜର ଆଙ୍ଗୁଳି ମାଧ୍ୟମରେ କେଶ ର ମୂଳ କୁ ମାଲିସ କରନ୍ତୁ ।ତା ପରେ ଏହାକୁ ଶୁଖିବାକୁ ୩୦ ମିନିଟ ଛାଡି ଦିଅନ୍ତୁ ।୩୦ ମିନିଟ ପରେ ଆପଣ ବ୍ୟବହାର କରୁଥିବା ସାମ୍ପୁ ସାହାଯ୍ୟ ରେ ନିଜର କେଶ କୁ ଧୋଇ ନିଅନ୍ତୁ।  ଏହି ପରି ଭାବରେ ସପ୍ତାହ ରେ ୨ ଥର କେଶ ରେ ଲଗେଇବା ଦ୍ବାରା ଆପଣଙ୍କ ର କେଶ ଝଡ଼ିବା ବନ୍ଦ ହେବା ସହ ଏକ ଲମ୍ବା ସୁନ୍ଦର ଓ ଘନ କେଶ ଆପଣ ମାନେ ପାଇପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।