ମୁଣ୍ଡରୁ ଉକୁଣୀ ମାନଙ୍କୁ ହଟାଇବା ପାଇ ଚାହୁଥିଲ ବ୍ୟବହାର କରନ୍ତୁ ଏହି ପ୍ରାକୃତିକ ଘରୋଇ ଉପଚାର

0

ଅଧିକାଂଶ ଲୋକମାନଙ୍କର ମୁଣ୍ଡରେ ଉକୁଣି ରହିଥାଏ । ସେହି ଉକୁଣି ଗୁଡିକ ମୁଣ୍ଡରେ ରହି ଘା ସୃଷ୍ଟି କରିଥାନ୍ତି । ନିଜ ମୁଣ୍ଡରୁ ଉକୁଣୀକୁ ଦୂର କରିବା ପାଇ ସେମାନେ ବିଭିନ୍ନ ପ୍ରକାର କୀଟ ନାଶକ ଔଷଧ ବ୍ୟବହାର କରିଥାନ୍ତି । ଯାହା ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହା ଆପଣଙ୍କର ଚୁଟି ମଧ୍ୟ ଡେମେଜ କରିଥାଏ । ସେହି ସମସ୍ୟାକୁ ଦୂର କରିବାକୁ ହେଲେ ଏହି ପେଷ୍ଟକୁ । ଆସନ୍ତିୁ ଜାଣିବା ଏହାର ପ୍ରସ୍ତୁତି ।

ନମ୍ୱର -1 ରସୁଣ । ଚାରି ପାଞ୍ଚଟି ରସୁଣର କୋଶି ନିଅନ୍ତୁ । ଏହାକୁ ପେଷ୍ଟ କରି ଅନ୍ୟ ପାତ୍ରରେ ଏକ ଚାମଚ ନିଅନ୍ତୁ । ରସୁଣର ଗନ୍ଧ ଉକୁଣୀ ସହ୍ୟ କରିପାରି ନଥାଏ ଏବଂ ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି କରିଥାଏ । ଯାହା ଫଳରେ ଉକୁଣୀ ମାନେ ମୁଣ୍ଡରୁ ବାହାରିଯାଇଥାନ୍ତି ।


ନମ୍ୱର – 2 ଲେମ୍ୱୁ । ଏକ ଫାଳ ଲେମ୍ୱୁର ରସ ନେଇ ସେହି ରସୁଣ ପେଷ୍ଟରେ ମିଶାନ୍ତୁ । ଏହାକୁ ଭଲ ଭାବରେ ଗୋଳାଇ ଏକ ସୁନ୍ଦର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଲେମ୍ୱୁ ମଧ୍ୟ ଆପଣଙ୍କ ମୁଣ୍ଡରୁ ଉକୁଣୀକୁ ଦୂର କରିବାର ଏକ ମାଧ୍ୟମ ହୋଇଥାଏ । ଏହାକୁ ଲଗାଇବା ପୂର୍ବରୁ ଆପଣଙ୍କ ମୁଣ୍ଡରେ ତେଲ ଲଗାଇ ଥିଲେ କିମ୍ୱା ମୁଣ୍ଡ ଅପରିଷ୍କାର ହୋଇଥିଲେ ପ୍ରଥମେ ଚୁଟିକୁ ସେମ୍ପରେ ଧୋଇ ନିଅନ୍ତୁ । ଚୁଟିକୁ ଧୋଇ ସାରିବା ପରେ ଏହି ପେଷ୍ଟକୁ ଲଗାନ୍ତୁ । ଏହାକୁ ଆଙ୍ଗୁଳି ସାହାର୍ଯ୍ୟରେ ଚୁଟିର ମୂଳରେ ଏହାକୁ ଲଗାନ୍ତୁ । ଏହାକୁ ସମ୍ପୂର୍ଣ୍ଣ ଲଗାଇ ସାରିବା ପରେ ଏହାକୁ 1 ଘଣ୍ଟା ପର୍ଯ୍ୟନ୍ତ ଏହାକୁ ରଖନ୍ତୁ ।


ନମ୍ୱର – 3 ଗରମ ପାଣି । ସେହି ପେଷ୍ଟକୁ ଘଣ୍ଟାଏ ଚୁଟିରେ ଲଗିବା ପରେ ଆପଣଙ୍କ ସହିବା ମୁତାବକ ଗରମ ପାଣି ବ୍ୟବହାର କରନ୍ତୁ । ଏହି ଗରମ ପାଣି ସାହାର୍ଯ୍ୟରେ ମୁଣ୍ଡ ଧୋଇଲେ ଉକୁଣୀ ମାନେ ବାହାରି ଯାଇଥାନ୍ତି । ଏବଂ ଆମ ମୁଣ୍ଡ ମଧ୍ୟ ପରିଷ୍କାର ହୋଇଯାଇଥାଏ ।

ନମ୍ୱର – 4 ନଡିଆ ତେଲ । ମୁଣ୍ଡ ଧୋଇ ସାରିବା ପରେ ଏହି ନଡିଆ ତେଲକୁ ବ୍ୟବହାର କରନ୍ତୁ । ଏହି ତେଲ ମୁଣ୍ଡରେ ମସାଜ କରନ୍ତୁ । ପ୍ରସ୍ତୁତ କରାଯାଇଥିବା ପେଷ୍ଟକୁ ସପ୍ତାହରେ ଦୁଇ ତିନି ଥର ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ପରେ ଆପଣ ନିଜେ ଜାଣି ପାରିବେ ସେଥିରେ ଆପଣ କେତେ ଉପକୃତ ହୋଇ ପାରୁଛନ୍ତି । ଏହା ଆପଣଙ୍କର ମୁଣ୍ଡରୁ ଉକୁଣୀକୁ ସମ୍ପୂର୍ଣ୍ଣ ଦୂର କରିବ । ଯଦି ଆପଣଙ୍କର ମୁଣ୍ଡରେ ଅଧିକ ମାତ୍ରାରେ ଉକୁଣୀ ରହିଥାଏ ତେବେ ଏହାକୁ ସପ୍ତାହରେ ତିନି ଚାରି ଥର ବ୍ୟବହାର କରନ୍ତୁ । ତେବେ ଯାଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଏବଂ ସୁସ୍ଥ ମଧ୍ୟ ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।