ଜାଣନ୍ତୁ ଏହି ମନ୍ଦିରର ସ୍ୱତନ୍ତ୍ରତା ବର୍ଷ ରେ ମାତ୍ର ଏହି ଦିନରେ ଖୋଲାଯାଏ ଏହି ମନ୍ଦିର ଏହି ମନ୍ଦିରର ଚମତ୍କାରୀତା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ

0

ଏହି ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ ।ତେବେ ଏହି ରହସ୍ୟମୟ ସ୍ଥାନ ମାନଙ୍କ ମଧ୍ୟରେ ରହିଛି କେତକ ମନ୍ଦିର ଏବଂ ସେହି ମନ୍ଦିର ଗୁଡିକ ନିଜର କିମ୍ବଦନ୍ତୀ ତଥା ପୌରାଣିକ ଗାଥା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥାନ୍ତି । ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହାର ରହସ୍ୟ ସବୁ ଜଣିଲେ ଆପଣ ମଧ୍ୟ ସେହି ମନ୍ଦିର କୁ ଦର୍ଶନ କରିବାକୁ ଇଛା ପ୍ରକାଶ କରିବେ ନିଶ୍ଚିତ ।


ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଏମିତି ଏକ ରହସ୍ୟମୟ ମନ୍ଦିର ବିଷୟରେ ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।ତେବେ ସେହି ମନ୍ଦିର ଟି ହେଉଛି ଉଜୟିନି ରେ ଅବସ୍ଥିତ ନାଗ ଚନ୍ଦରେଶ୍ଵ ମନ୍ଦିର ।ଏହା ଭଗବାନ ତଥା ଦେବ ଙ୍କର ଦେବ ମହାଦେବ ଙ୍କର ମନ୍ଦିର ଅତଏବ। ତେବେ ଆପଣ ମାନେ ତ ଜାଣିଥିବେ କି ଆମ ପୁରାଣ ଶାସ୍ତ୍ର ଅନୁସାରେ ତଥା ଆମର କିମ୍ବଦନ୍ତୀ ଅନୁସାରେ ସମସ୍ତ ଦେବା ଦେବୀ ଙ୍କର ଏକ ବାହାନ ରହିଥାଏ ।ତେବେ ନାଗ ହେଉଛନ୍ତି ଭଗବାନ ଶିବ ଙ୍କର ପ୍ରିୟ ।ତେଣୁ ଏହି ମନ୍ଦିର ର ଏପରି ନାମକରଣ କରାଯାଇ ଥିବାର ଜଣାପଡିଛି ।


ଏହି ମନ୍ଦିର ଟି ଉଜୟିନି ର ସବୁଠାରୁ ଉଚ୍ଚ ମହଲ ର ତୃତୀୟ ମହଲା ରେ ଅବସ୍ଥିତ ଅଟେ ।ତେବେ ଏହି ମନ୍ଦିର ଟି ସମସ୍ତ ମନ୍ଦିର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ସ୍ଵତନ୍ତ୍ର ଅଟେ ।ଏହି ମନ୍ଦିର ଟି ସାରା ବର୍ଷ ରେ କେବଳ ଗୋଟିଏ ଦିନ ହିଁ ଖୋଲା ଯାଇଥାଏ। ଅନ୍ୟ ୩୬୪ ଦିନ ଏହି ମନ୍ଦିର ଦ୍ବାର ବନ୍ଦ ରହିଥାଏ ।ଏହି ମନ୍ଦିର ପ୍ରତ୍ୟେକ ବର୍ଷ ନାଗପଞ୍ଚମୀ ରେ ସମସ୍ତ ଭକ୍ତ ଙ୍କର ପାଇଁ ଖୋଲା ଯାଇଥାଏ। ଏହି ମନ୍ଦିର ଟି ବହୁତ ପ୍ରାଚୀନ ଅଟେ ।ଏମିତି ମଧ୍ୟ କୁହାଯାଏ ଯେ ଏହା ନେପାଳ ରୁ ଆଣି ଏଠାରେ ବସାଯାଇଛି । ଏହି ମନ୍ଦିର ରେ ଭଗବାନ ବିଷ୍ଣୁ ଙ୍କର ଏକ ମୃତ୍ତି ରହିଛି ଯାହାର ଉପରେ ଥିବା ନାଗ ମାନଙ୍କ ମଧ୍ୟରେ ଭଗବାନ ଶିବ ଅବସ୍ଥିତ କରିଛନ୍ତି ।ଏଠାରେ ଭଗବାନ ଶିବ ,ମା ପାର୍ବତୀ ଏବଂ ପ୍ରଭୁ ଗଣେଶ ଙ୍କର ମୃତ୍ତି ପୂଜା ପାଇଥାନ୍ତି।


ଏହି ମନ୍ଦିର ର ଇତିହାସ କିଛି ଏପରି କି , ନାଗରାଜ ଭଗବାନ ଶିବ ଙ୍କୁ ପ୍ରାର୍ଥନା କରୁଥିଲେ ଏବଂ ଶିବ ତାଙ୍କର ପ୍ରାର୍ଥନା ରେ ପ୍ରସନ୍ନ ହୋଇ ତାଙ୍କୁ ଅମର ବର ପ୍ରଦାନ କରିଥିଲେ ।ତେଣୁ ନାଗରାଜା ସବୁଦିନ ପାଇଁ ଭଗବାନ ଶିବ ଙ୍କ ପାଖରେ ଆଶ୍ରୟ ନେଇଥିଲେ। କିନ୍ତୁ ତାଙ୍କର ଗୋଟିଏ ଦାବି ଥିଲା କି ତାଙ୍କୁ ଆରାଧନା ସମୟରେ କେହି ବି ବିଘ୍ନ ନ କରିବାକୁ। ତେଣୁ ତାଙ୍କର ମନ୍ଦିର କେବଳ ନାଗପଞ୍ଚମୀ ରେ ଖୋଲାଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।