HDFC ବ୍ୟାଙ୍କ ତରଫରୁ ଆସିଲା ବଡ ନିଯୁକ୍ତି ଦେଖନ୍ତୁ ସେହି ସୁଯୋଗ ଟି କଣ ଏବଂ କିପରି ତାର ଫାଇଦା ଉଠେଇବେ

0

ପୁଣି ଥରେ ଆସିଲା ନିଯୁକ୍ତି ସୁଯୋଗ। ଯେଉଁମାନେ ନିଯୁକ୍ତି ହେବା ପାଇଁ ଚିନ୍ତିତ ଥିଲେ ସେମାନଙ୍କ ପାଇଁ ଏବେ ଆଉ ଏକ ବଡ ନିଯୁକ୍ତି ସୁଯୋଗ ଆସିଛି। ମୋଟ ପୋଷ୍ଟ ରହିଚି ୪୮୦୬ ଟି ପଦବୀ। ଏହା ସାଧାରତଃ ଓଡ଼ିଶା ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହା HDFC ବ୍ୟାଙ୍କିଙ୍ଗ ଆର୍ଥିକ କ୍ଷେତ୍ରରେ ନିଯୁକ୍ତି ରହିଚି। ତେବେ କରୋନା ସମୟରେ ଓଡ଼ିଶା ସରକାର ନୂଆ ନିଯୁକ୍ତି ସୃଷ୍ଟି କରିବେ ନାହିଁ ବୋଲି ବିଜ୍ଞପ୍ତି ଜାରି ହୋଇଥିଲା। ମାତ୍ର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଏହି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା:-

ଏହି ପଦବୀ ଗୁଡ଼ିକ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି +୨. ଆପଣ ଯେକୌଣସି ଷ୍ଟ୍ରିମ୍ ଯେପରି କଳା, ବାଣିଜ୍ୟ କିମ୍ୱା ବିଜ୍ଞାନ ବିଭାଗରେ ହେଲେ ମଧ୍ୟ ଆବେଦନ କରିଆପରିବେ। ତାହା ସହିତ ଏହି ପଦବୀ ଗୁଡିକ ପାଇଁ ଆପଣ ଯଦି ୨ ପରେ +୩ କରିଥାନ୍ତି ଯାହାକି କୌଣସି ବିଶବବିଦ୍ୟାଳୟରୁ ଅନୁମତି ପ୍ରାପ୍ତ ହୋଇଥିବା ଦରକାର। ସେହିପରି ଯଦି ଆପଣଙ୍କର କମ୍ପ୍ୟୁଟର ରେ ଜ୍ଞାନ ଥାଏ ତାହାଲେ ମଧ୍ୟ ଆବେଦନ କରି ପାରିବେ।

ଦରମା କେତେ ରହିଛି:-

ଏହି ପଦବୀ ଗୁଡିକ ପାଇଁ ଆପଣଙ୍କୁ ଦରମା ୭,୧୦୦ ଟଙ୍କା ମିଳିବ। ତେବେ HDFC ବ୍ୟାଙ୍କ ତରଫରୁ ଏହି ଦରମା ସହିତ ଅନ୍ୟାନ୍ୟ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି ନୋଟିଫିକେଶନ ରହିଛି।

ସିଲେସ୍କନ ପ୍ରୋସେସ:-

ଏହି ପୋଷ୍ଟ ଗୁଡିକରେ ପୂରଣ ପାଇଁ କୌଣସି ପରୀକ୍ଷା ହେବ ନାହିଁ ବୋଲି ଘୋଷଣା ରହିଛି। କିନ୍ତୁ ଚୟନ ପାଇଁ ଅନଲାଇନ୍ ରେ ସାକ୍ଷାତକାର କିମ୍ୱା ସିଧାସଳଖ ଭାବେ ସାକ୍ଷାତକାର ହୋଇପାରେ ବୋଲି ଆଶା କରାଯାଉଛି। ତେଣୁ ଅଧିକ ଜାଣିବା ପାଇଁ ଆପଣ ନିମ୍ନଲିଖିତ ୱେବସାଇଟ ଯାଇ ସବୁକିଛି ତଥ୍ୟ ଜାଣିପାରିବେ।

ବୟସ ସୀମା:-

ଏହି HDFC Bank ତରଫରୁ ଖାଲି ଥିବା ପଦବୀ ପାଇଁ ବୟସ ସୀମା ରହିଛି ୧୮-୪୫।ତେବେ ଏହି ପଦବୀ ପାଇଁ ସର୍ବନିମ୍ନ ବୟସ ସୀମା ହେଉଛି ୧୮ ଏବଂ ସର୍ବାଧିକ ବୟସ ସୀମା ହେଉଛି ୪୫। ତେବେ ପୁର୍ବରୁ ଯେପରି st,sc, ଏବଂ obc ମାନଙ୍କ ବୟସ ସୀମା ସଂରକ୍ଷଣ ର ବ୍ୟବସ୍ଥା ରହିଛି।

ଆବେଦନ କରିବାର ଶେଷ ତାରିଖ:-

ଏହି ଉପରୋକ୍ତ ପଦବୀ ଗୁଡିକ ପାଇଁ ଆବେଦନ କରିବାର ତାରିଖ ଆରମ୍ଭ ହୋଇଯାଇଛି। ଆଉ ଏହି ପଦବୀ ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୩୧/ ୧୨/ ୨୦। ତେଣୁ ଡ଼ିସେମ୍ବର ମାସ ଶେଷ ତାରିଖ ପର୍ଯ୍ୟନ୍ତ ଏହାର ଆବେଦନ ସୀମା ରହିଛି। ଆଉ ଏହା ସହିତ ଏହି ପଦବୀ ଗୁଡ଼ିକ ଆବେଦନ କରିବା ପାଇଁ କୌଣସି ଫି ନାହିଁ। ତା ସହିତ ଆବେଦନ କରିବା ପାଇଁ ଆପଣଙ୍କୁ କେବଳ ଅନଲାଇନ୍ ରେ ଆବେଦନ କରିବାକୁ ପଡ଼ିବ। ତେବେ ଶୀଘ୍ର ଯାଇ ଅନଲାଇନ୍ ରେ ଯାଇ ଆବେଦନ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।