ଜାଣନ୍ତୁ ଶିଶୁ ଅନନ୍ତ କିପରି ସାରା ବିଶ୍ୱ କୁ ରକ୍ଷା କରି ଥିଲେ। କିପରି ଭାବରେ ସେ ନିଜ ଶକ୍ତି ବଲରେ ଆଗତ ଭବିଷ୍ୟତ ଜାଣି ପାରିଥିଲେ।

0

ଏବେ ସାରା ବିଶ୍ୱ କୋରନା ମହାମାରୀ ପାଇଁ ଅନେକ ଅସୁବିଧା ମଷ୍ୟ ଦେଇ ଗତି କୃଚ୍ଜି। ଏହି ଭାଇରସ ର ଉତ୍ପତ୍ତି ସ୍ଥଳ ଚିନ କୁହାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାର କୌଣସି ସଠିକ ତଥ୍ୟ ମିଳି ପାରି ନାହିଁ। କିନ୍ତୁ ଏହିଏହାମାରି ବିଷୟରେ 600 ବର୍ଷ ପୂର୍ବେ ମାଳିକା ରୁ ପ୍ରମାଣ ମିଳିସାରିଛି। ସେହି ମାଳିକା ଯାହା କି ପଞ୍ଚସଖା ଙ୍କ ସମେତ ଅନେକ ମହାପୁରୁଷ ରଚନା କରିଥିଲେ।

ତେବେ ମହାପୁରୁଷ ଅଚ୍ୟୁତା ନନ୍ଦ ନିଜ ମାଳିକା ବଚନ ରେ ଯାହା ସବୁ ଲେଖିଥିଲେ ତାହା ଏବେ ଧୀରେ ଧୀରେ ସତ ହେବାରେ ଲାଗିଛି। ଯୋଉଥି ପାଇଁ କି ମାଳିକା ଯେ ସତ ତାହା ପ୍ରମାଣିତ ହେବାରେ ଲାଗିଛି। ଏଥି ସହିତ କେବଳ ମହାପୁରୁଷ ଅଚ୍ୟୁତା ନନ୍ଦ ନୁହନ୍ତି ତାଙ୍କ ସମେତ ପଞ୍ଚସଖା ଓ ମହା ପୁରୁଷ ହଡି ଦାସ ମଧ୍ୟ ଆଗତ ଭବିଷ୍ୟ ମାଳିକା ର ରଚନା କରିଛନ୍ତି। ଯାହା କି ଏବେ ସବୁ ସତ ହେବାରେ ଲାଗିଛି।


ତେବେ ଯେଉପଞ୍ଚ ସଖା ମାଳିକା ରଚନା କରିଥିଲେ ତାଙ୍କ ମଧ୍ୟରୁ ଶିଶୁ ଅନନ୍ତ ଦାସ ହେଉଛନ୍ତି ଅନ୍ୟତମ। ମହାପୁରୁଷ ଶିଶୁ ଅନନ୍ତ ଦାସ ରଚନା କରିଥିବା ମାଳିକା ଏବେ ସବୁ ସତ୍ୟ ହେବାରେ ଲାଗିଛି। ତେବେ ଶିଶୁ ଅନନ୍ତ ଙ୍କ ର ଆବିର୍ଭାବ ସମ୍ପର୍କିତ ଘଟଣା ବିଷୟରେ ପ୍ରାୟତ ଅନେକ ଜାଣିନାହାନ୍ତି। ଆସନ୍ତୁ ଜାଣିବା ପୃଥିବୀ ପୃଷ୍ଠ କୁ ରକ୍ଷା କରିବାକୁ ଯାଇ କିପରି ଭାବରେ ସ୍ୱୟଂ ଅନନ୍ତ ଶିଶୁ ଅନନ୍ତ ରୂପରେ ସୃଷ୍ଟି ହେଲେ।


ମହାପୁରୁଷ ଜଗନ୍ନାଥ ଦାସ ନିଜର ନାରୀତ୍ବ ର ପ୍ରମାଣ ଦେବାକୁ ଯାଇ ନିଜର ବକ୍ଷ କୁ ଖୋଲି ଦେଇଥିଲେ। ସେହି ସମୟରେ ତାଙ୍କ ବକ୍ଷ ରୁ ଧାରା ଧାରା ହୋଇ କ୍ଷୀର ବାହାରିବାକୁ ଲାଗିଲା। କ୍ଷୀର ର ପରିମାଣ ଏତେ ଥିଲା କି ସାରା ବିସ୍ୱ ସେହି କ୍ଷୀର ର ପ୍ରଭଵ ରେ ନାଶ ହୋଇ ଯାଇଥାନ୍ତା। କିନ୍ତୁ ବିଶ୍ୱ କୁ ରକ୍ଷା କରିବାକୁଯାଇ ସ୍ୱୟଂ ଅନନ୍ତ ଶିଶୁ ଅନନ୍ତ ରୂପରେ ଆବିର୍ଭାବ ହେଲେ ଓ ସ୍ତନ୍ୟ ପାନ କରି ସାରା ବିଶ୍ୱ କୁ ଏହି ମହାବିପତି ରୁ ରକ୍ଷା କରି ଥିଲେ।

ଶିଶୁ ଅନନ୍ତ ଙ୍କ ପରିଚୟ ସ୍ଥାନ ହେଉଛି ବାଲିପାଟଣା। ଯାହାର ମହତ୍ଵ ଅନେକ ରହିଛି। ଏହି ବାଲିପାଟଣା ଠାରେ ହିଁ ଶିଶୁ ଅନନ୍ତ ଙ୍କ ର ପରିଚୟ ସୃଷ୍ଟି ହୋଇଥିଲା। ଏହି ସ୍ଥାନଟି ଏତେ ପବିତ୍ର ଅଟେ ଯେ ଯିଏ ଏହି ସ୍ଥାନକୁ ଥରେ ଆସେ ତାର ସବୁ ଦୁଃଖ କଷ୍ଟ ଦୁର ହୋଇଯାଏ। କୁଶଭଦ୍ରା ନଦୀ କୂଳରେ ଥିବା ଏହି ବାଲି ପାଟଣା ହିଁ ମହାପୁରୁଷ ଶିଶୁ ଅନନ୍ତ ଙ୍କ ର ଏକ ମାତ୍ର ପରିଚୟ ସ୍ଥଳୀ। ତେଣୁ ଏହି ସ୍ଥାନର ଥିବା ପ୍ରତ୍ୟକ ବାଲି କଣିକା ପବିତ୍ର ଅଟେ। ତେଣୁ ଏହି ବାଲି ପାଟଣା ସ୍ଥାନଟି ଅତି ଧର୍ମୀୟ ଓ ପବିତ୍ର ସ୍ଥାନ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।