ଦେଖନ୍ତୁ ବୈଜ୍ଞାନିକ ମାନଙ୍କ ସବୁଠାରୁ ବଡ ରିସର୍ଚ୍ଚ ଗାୟବ ହୋଇଯିବ ବିଶ୍ୱର ୧୦ଟି ବଡ଼ ସହର ! ଜାଣନ୍ତୁ କେଉଁ କେଉଁ ସହର

0

ଆମ ପୃଥିବୀର ଅନେକ ଗଛ, ଲତା, ଜୀବଜନ୍ତୁ, ପାହାଡ, ଝରଣା ଏହି ସବୁ ଜିନିଷ ଦିନ କୁ ଦିନ ବିଲୁପ୍ତ ହେବାରେ ଲାଗିଛନ୍ତି। ପାଞ୍ଚଶହ ବା ହଜାରେ ବର୍ଷ ପୂର୍ବରୁ ଆମେ ଆମ ପୃଥିବୀରେ ଯେଉଁ ସବୁ ବୃକ୍ଷଲତା, ଜୀବଜନ୍ତୁ, ପଶୁ ପକ୍ଷୀ ସବୁ ଦେଖୁଥିଲେ ବା ଯାହାର ଜୀବାଶ୍ମ ମିଳିଛି ସେହି ପ୍ରଜାତି ର ପ୍ରାଣୀ ମାନେ ଏହି ପୃଥିବୀ ରୁ ଗାଏବ୍ ହୋଇ ଯାଇଛନ୍ତି। ଏବେ ବୈଜ୍ଞାନିକ ମାନେ ଜୀବଜନ୍ତୁ,ଗଛଲତା,ପାହାଡ,ପର୍ବତ କୁ ନେଇ ଆକଳନ କରୁନାହାଁନ୍ତି ବରଂ କେତେକ ସହର କୁ ନେଇ ଆକଳନ କରୁଛନ୍ତି, ଯେଉଁ ଗୁଡିକ କି ନିକଟ ଭବିଷ୍ୟତରେ ବିଲୁପ୍ତ ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛନ୍ତି।

ଆଉ ସେହି ସହର ଗୁଡିକ ଗୋଟେ କିମ୍ବା ଦୁଇଟି ନୁହେଁ ବରଂ ଦଶଟି ସହର ଆଗକୁ ବିଲୀନ ହେବାକୁ ଯାଉଛି। ତେବେ ଏହି ସବୁ ସହର ବିଲୁପ୍ନ ହେବା ପଛରେ କିଛି ଛୋଟ ମୋଟ କାରଣ ନାହିଁ, ବରଂ ରହିଛି ବହୁତ ବଡ କାରଣ ଯାହା ହେଉଛି ପ୍ରାକୃତିକ ପରିବର୍ତ୍ତନ। ଏହି ପ୍ରାକୃତିକ ପରିବର୍ତ୍ତନ ଯୋଗୁଁ ଗଛଲତା, ପାହାଡ, ପର୍ବତ, ଝରଣା, ଜୀବଜନ୍ତୁ ସବୁ ବିଲୁପ୍ତ ହେଉଥିଲେ ଏବେ ସହର ଗୁଡିକ ସବୁ ବିଲୁପ୍ତ ହେବାକୁ ଯାଉଛନ୍ତି। ଆମେ ଆଜି ଆପଣ ମାନଙ୍କୁ କହିବୁ କେଉଁ ଦଶଟି ପ୍ରମୁଖ ସହର ଆଗକୁ ବିଲୁପ୍ତ ହେବାକୁ ଯାଉଛି।

1 . ସାନଫ୍ରାନ୍ସିସ୍କୋ :- ଏହି ସହର ର ନାମ ଆମେ ମାନେ ସମସ୍ତେ ଜାଣିଥିବା, ଏହି ସହର ଟି ବହୁତ ବଡ ସହର ମଧ୍ୟ। ଏହି ସହର ଆଗାମୀ ଭବିଷ୍ୟତରେ ଏକ ବହୁତ ହିଁ ବଡ ବିପଦ କୁ ସାମ୍ନା କରିବାକୁ ଯାଉଛି, ଆଉ ସେହି ବିପଦ କୁ ସେ ସାମ୍ନା କରିବା ପରେ ସେହି ସହର ର ଅସ୍ତିତ୍ୱ ହିଁ ଲିଭିଯିବ। ବୈଜ୍ଞାନିକ ମାନେ ଆକଳନ କରୁଛନ୍ତି 2086 ମସିହା ଆଗରୁ ଏହି ସହର ଏକ ବହୁତ ହିଁ ବଡ ଭୂମିକମ୍ପ କୁ ସାମ୍ନା କରିବାକୁ ଯାଉଛି, ଆଉ ଏଠାରେ ଭୂକମ୍ପ ର ମାତ୍ରା ବହୁତ ଅଧିକ ମଧ୍ୟ ଥାଏ।

2. ଡେଟ୍ରୋଏଡ୍ :- ଆମେରିକାରେ ଏକ ବହୁତ ହିଁ ଭଲ ସହର ରହିଛି ଯାହାର ନାମ ହେଉଛି ଡେଟ୍ରୋଏଡ୍। ଏହି ସହରରେ ଦିନକୁ ଦିନ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ଆଉ ଯଦି ଏହିପରି ଭାବରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗେ, ତେବେ ଏଠାରୁ ଦିନେ ସବୁ ଲୋକ ଲୋପ ପାଇଯିବେ ଏବଂ ଏହା ବିଲୁପ୍ତ ତାଲିକାରେ ଲେଖା ହୋଇ ରହିଯିବ। ଏଠାକାର ଆୟତନ ଅନୁସାରେ ଏହାର ଜନସଂଖ୍ୟା ବହୁତ କମ୍ ଅଟେ।


3 . ଇଭାନୋଭା :- ଏହି ସହର ବିଷୟ ରେ ଲୋକ ମାନେ ଏତେ ଜାଣନ୍ତି ନାହିଁ, ତେଣୁ ଆପଣ ମାନେ ବି ହୁଏତ ଏହା ସମ୍ପର୍କରେ ପ୍ରଥମ ଥର ପାଇଁ ଶୁଣୁଥିବେ। ଏହା ରୁଷ୍ ର ଏକ ବହୁତ ହିଁ ସୁନ୍ଦର ସହର ଅଟେ। ଏଠାରେ ବି ମଧ୍ୟ ସେହି ଜନସଂଖ୍ୟା, ଏଠାରେ କାମ କରିବା ପାଇଁ ଏତେ ସୁବିଧା ନାହିଁ ତେଣୁ ଲୋକ ମାନେ ଅନ୍ୟତ୍ର ଯାଇ ବସବାସ କରିବାକୁ ଲାଗିଲେଣି। ଏହି ପରି ଯଦି ହୁଏ ତେବେ ଏଠାରୁ ଜନସଂଖ୍ୟା ପୁରାପୁରି ବିଲୁପ୍ତ ହୋଇଯିବ ଓ ଏହା ଏକ ବିଲୁପ୍ତ ସହର ହୋଇଯିବ।

4 . ବେନିସ୍ :- ଏହା ଇଟାଲୀ ର ଏକ ସୁନ୍ଦର ସହର, ଏହାର ସହର ମଧ୍ୟର ପାଣିର ସୌନ୍ଦର୍ଯ୍ୟ କୁ ଦେଖି ଯେ କେହି ବି ଲୋଭେଇ ଯିବ। ଏହି ସହର ର ପାଣି ହିଁ ଏହାକୁ ବିଲୁପ୍ତ କରିଦେବ, ଏହା ଏହି ପାଣିରେ ବୁଡିବାକୁ ଲାଗୁଛି। ତେବେ ଏହା ପାଖରେ ଥିବା ସମୁଦ୍ର ର ଜଳସ୍ତର ଧିରେ ଧିରେ ବଢିବାରେଲାଗିଛି, ଏହିପରି ହେଲେ ଏହାଦିନେ ସମ୍ପୂର୍ଣ୍ଣ ଭାବେ ସେହି ସମୁଦ୍ର ରେ ବୁଡିଯିବ।

5 . ମେକ୍ସିକୋ :- ଏହି ସହର ଟି ଏକ ଜଣାମାନା ସହର ଅଟେ, ଏହି ସହର ଟି ବହୁତ ହିଁ ସୁନ୍ଦର ସହର ଅଟେ। ଏଠାକୁ ଅନେକ ଲୋକ ମାନେ ବୁଲିବାକୁ ଆସନ୍ତି। ଏହି ସହର ଟି ଏକ ଶୁଖିଲା ଝିଲ୍ ଉପରେ ରହିଛି, ଏହା ଏତେବଡ ସହର କୁ ସମ୍ଭାଳି ପାରିବନି। ଏହି ସହର ପ୍ରତିବର୍ଷ ଚାରି ଇଞ୍ଚ ତଳକୁ ଖସି ଯାଉଛି ଏହିପରି ଯଦି ହୁଏ ତେବେ ଏହି ସହର ଦିନେ ମାଟି ରେ ମିଶିଯିବ।

6. ବେନ୍ଜଲ୍ :- ଏହି ସହର ଟି ଗାମ୍ବିଆ ଦେଶର ରାଜଧାନୀ। ଏହି ସହର ମଧ୍ୟ ଏକ ସମୁଦ୍ର କୂଳରେ ଅବସ୍ଥିତ, ଏଠାରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗୁଛି। ତେବେ ଏହିପରି ଯଦି ହୁଏ ଏହି ସହର ଦିନେ ସେହି ସମୁଦ୍ର ରେ ଡୁବି ଯିବ।

7 . ବ୍ୟାଙ୍କକ୍ :- ଏଠାରେ ମଧ୍ୟ ସେହି ପରିସ୍ଥିତି, ଏଠାକାର ସମୁଦ୍ର ର ଜଳସ୍ତର ବଢିବାରେ ଲାଗିଛି ଓ ଭୂଭାଗର ସ୍ତର କମିବାରେ ଲାଗିଛି। ଏହିପରି ହେଲେ ଏହି ସହର ସମ୍ପୂର୍ଣ୍ଣ ଭାବେ ଦିନେ ସମୁଦ୍ର ରେ ମିଶିଯିବ ଏବଂ ବ୍ୟାଙ୍କକ୍ ର ନାମ ସବୁଦିନ ପାଇଁ ଲିଭିଯିବ।

8 . ତିମ୍ବକ୍ଟୁ :- ଏହି ସହର ମାଳି ଦେଶର ଏକ ବହୁତ ବଡ ସହର ଅଟେ। ଏହି ସହର ମଧ୍ୟ ଏକ ବହୁତ ବଡ ବିପଦର ସାମ୍ନା କରୁଛି। ଏଠାରେ ବହୁତ ଧୂଳି ଉଡିଥାଏ ଏବଂ ଏହି ଧୂଳି ବାଲି ରେ ପରିବର୍ତ୍ତନ ହେଉଛି। ଏହି ସହର ଧିରେ ଧିରେ ସେହି ବାଲି ରେ ଧସି ହୋଇ ଯାଉଛି। ଏହି ପରି ହେଲେ ଏହି ସହର ଦିନେ ବାଲି ରେ ଲୀନ ହୋଇଯିବ।

9 . ନେପାଲ୍ସ :- ଏହା ହେଉଛି ଇଟାଲୀ ର ଆଉ ଏକ ବଡ ସହର। ଏହି ସହରକୁ ଏକ ଜ୍ୱାଳାମୁଖି ଲାଗିରହିଛି, ଏହା ଯେକୌଣସି ମୁହୂର୍ତ୍ତରେ ବି ଫାଟି ପାରେ। ଏପରି ହେଲେ ଏହି ସହର ଧ୍ୱଂସ ହୋଇଯିବ।

10 . ମାଳଦ୍ୱୀପ :- ଏହି ସହର ଏକ ଦ୍ୱୀପ ସ୍ୱମୂହ ର ଦେଶ ,ଏହା ଏକ ବହୁତ ହିଁ ସୁନ୍ଦର ଦେଶ। ଏହି ସହର କୁ ଚାରିପଟୁ ସମୁଦ୍ର ଘେରି ରହିଛି ଏହାର ଜଳସ୍ତର ମଧ୍ୟ ଦିନକୁ ଦିନ ବଡିବାରେ ଲାଗିଛି। ଏପରି ହେଲେ ଏହି ସହର ଦିନେ ସମୁଦ୍ର ରେ ମିଶିଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।