ଶୀତରେ ଥରୁଥିଲେ ଏହି ବୃଦ୍ଧା ମହିଳା ଜଣଙ୍କ ,ମହିଳା ପୋଲିସ କର୍ମଚାରୀ ଜଣଙ୍କ ଦେଖି ଏମିତି କିଛି କାମ କରିଦେଲେ ଜାଣିଲେ ଗର୍ବିତ ହେବେ ! ଏହି ମହିଳା ପୋଲିସ ପାଇଁ ଗୋଟିଏ ସେୟାର ….

0

ଭଗବାନ ଙ୍କ ଠାରୁ କେବଳ ମଣିଷ ଜନ୍ମ ପାଇଗଲେ ସମସ୍ତେ ମଣିଷ ହୋଇ ଯାଆନ୍ତିନି, ଗୋଟେ ମଣିଷ ର ମଣିଷ ପଣିଆ ଜଣା ପଡେ ତାର କାର୍ଯ୍ୟକଳାପ ରୁ। ଲୋକ ମାନଙ୍କ ର କଥା ବାର୍ତ୍ତା ର ଢଙ୍ଗ ମଧ୍ୟ ଜଣାଇ ଦିଏ କି ସେହି ମଣିଷ ଟି କିପରି ହୋଇଥିବ ଏବଂ ତାର ମନ ଟି କିପରି ହୋଇଥିବ। କୁହାଯାଇଥାଏ ଭଗବାନ ଆମକୁ ଜନ୍ମ ଦିଅନ୍ତି ସତ ହେଲେ ସେ ଆମକୁ କର୍ମ ଦେଇ ନାହାଁନ୍ତି କିମ୍ବା ଆମ ଭାଗ୍ୟ ଲେଖି ନାହାଁନ୍ତି, ଆମେ ଏହି ଦୁନିଆରେ ଯେପରି କାମ କରିବା ସେହିପରି ଭାବେ ଫଳ ପାଇବା ଏବଂ ଆମ ଭାଗ୍ୟ ସେହି ଅନୁସାରେ ଲେଖା ହୋଇ ଚାଲିଥିବ।

ଆଜିର ଦୁନିଆ ତ ଏତେ ସ୍ୱାର୍ଥ ପର ହୋଇଗଲାଣି ଯେ କେହି କାହାର ଦୁଃଖ ବେଳେ ଆହା ପଦେ ମଧ୍ୟ କରୁନାହାନ୍ତି।ଏବେର ଦୁନିଆରେ ତ ବାପା ମାଆ ମାନେ ବି ନିଜର ନୁହଁନ୍ତି ଆଉ କାହା କଥା କଣ କହିବେ। ଏବେତ ବାପା ମାଆ ବି ନିଜର ସ୍ୱାର୍ଥ କୁ ହାସଲ କରିବା ପାଇଁ ନିଜ ପିଲା ର ଜୀବନ କୁ ବାଜି ରେ ଲଗାଇ ଦେଉଛନ୍ତି, ବାପା ମାଆ ଙ୍କୁ ଏହି ଦୁନିଆରେ ଚଳନ୍ତି ଠାକୁର ବୋଲି ଏବଂ ସବୁଠାରୁ ବଡ ରକ୍ଷକ ବୋଲି କୁହାଯାଏ,ହେଲେ ସେହି ବାପା ମାଆ ମାନେ ହିଁ ଆଜି ସେମାନଙ୍କ ପିଲା ମାନଙ୍କ ପାଇଁ ଭକ୍ଷକ ସାଜି ଯାଉଛନ୍ତି।

ଆମେ ମାନେ ତ ଏହି କରୋନା ସମୟ ରେ ଦେଖିଥିବା କି ଡାକ୍ତର ଓ ପୋଲିସ୍ ମାନଙ୍କ ର ନିଜ ଦେଶ ପାଇଁ ବଳିଦାନ୍। ଏହି କରୋନା ସମୟ ରେ ଯେତେବେଳେ ଲୋକ ମାନେ ଏହି ମହାମାରୀ କୁ ଡରି ଘରେ ବସୁଥିଲେ, ସେତେବେଳେ ଏହି ମାନେ ବାହାରକୁ ବାହାରି କରୋନା ସହ ସିଧା ସିଧି ଭାବେ ଲଢୁଥିଲେ। ଆମ ଓଡିଶାରେ କୁହାଯାଏ କି, “ ମାଛ ଖାଇବୁ ଇଲିସି, ଓ ଚାକିରି କରିବୁ ପୋଲିସି ” କାରଣ ପୋଲିସ୍ ଚାକିରି ରେ ବହୁତ୍ ଟଙ୍କା ମିଳେ, ହେଲେ ଏହି ପୋଲିସ୍ ଚାକିରି କୁ ଲୋକ ମାନେ ଯେତେ ସହଜ ବୋଲି ଭାବନ୍ତି ତାହା ସେତେ ସହଜ ହୋଇ ନଥାଏ,

ପୋଲିସ ର ଅଫିସର୍ ମାନେ ସବୁବେଳେ ଆମ ମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ପଛରେ ଲାଗିଥାଆନ୍ତି। ପୋଲିସ୍ ମାନେ ନିଜର ଡିୟୁଟି ବ୍ୟତୀତ ଏପରି ବି କିଛି କାମ କରି ଥାଆନ୍ତି ଯେଉଁଥି ପାଇଁ କି ସେମାନେ ଲୋକ ମାନଙ୍କ ପାଖରେ ଏକ ପ୍ରଶଂସା ର ପାତ୍ର ହୋଆଥାଆନ୍ତି। ଏବେ ମଧ୍ୟ ସେହି ପରି ଜଣେ ପୋଲିସ୍ କର୍ମଚାରୀ ଙ୍କ ର ଏକ ମହାନ୍ କାର୍ଯ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ପୁଣି ଥରେ ଲୋକ ମାନେ ପୋଲିସ୍ ଟିମ୍ କୁ ସେଲୁଟ୍ ମାରିଛନ୍ତି।

ଏହି କର୍ମ ଟି ଜଣେ ମହିଳା ଆଇଏସ୍ ଅଫିସର କରିଛନ୍ତି ଯାହାଙ୍କ ନାମ ହେଉଛି ଏକତା ସିଂ। ଏକତା ନିଜ ଡିୟୁଟି ରେ ଥିବା ବେଳେ ଦେଖିଥିଲେ କି ଜଣେ ବୃଦ୍ଧ ମହିଳା ଏହି ଥଣ୍ଡା ଦିନରେ ଖାଲି ପାଦରେ ବୁଲୁଥିଲେ, ସେ ସେହି ମହିଳା ଜଣଙ୍କୁ ଏହାର କାରଣ ପଚାରିଥିଲେ ସେହି ମହିଳା ଜଣକ କହିଥିଲେ ତାଙ୍କ ପାଖରେ ଯୋତା କିଣିବା ପାଇଁ ଟଙ୍କା ନାହିଁ। ଏହାପରେ ଏକତା ସେହି ମହିଳା ଙ୍କୁ ଖାଲି ଜୋତା କିଣି ଦେଇଥିଲେ ତାହା ନୁହେଁ ଜୋତା କିଣିବା ପରେ ସେ ତାଙ୍କ ହାତରେ ସେହି ମହିଳା ଙ୍କୁ ଜୋତା ଟି ପିନ୍ଧାଇ ଦେଇଥିଲେ। ଏହି ମାମଲା ଟି ଉତ୍ତରପ୍ରଦେଶ ର ମେଲପୁର ଜିଲ୍ଲାର ଅଟେ। ଏହି କଥା ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବାପରେ ଅନେକ ଲୋକ ଏକତା ଙ୍କୁ ସୋସିଆଲ ମିଡ଼ିଆ ରେ ଅନେକ ସାବାସି ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।