ହେ ଭଗବାନ ! ଘରୁ ଫେରାର ହୋଇ ଏହି ଦୁଇ ଭଉଣୀ ପରସ୍ପରକୁ କରିନେଲେ ବିବାହ ! ବିଶ୍ବାସ ନହେଲେ ବି ସତ୍ୟ ଘଟଣା ! ଆପଣ ଙ୍କ ମତରେ କଣ ଏହି ବିବାହ କୁ ସମାଜ ଗ୍ରହଣ କରିବ ?

0

ପ୍ରେମ ତ ସମସ୍ତେ କରନ୍ତି, ଆଜି କାଲି ଦୁନିଆରେ ପ୍ରେମ କିଏ କରୁନି ଛୋଟ ପିଲା ମାନେ ଆଜି କାଲି ପ୍ରେମ କରିଲେଣି। ଯେଉଁ ବୟସ ରେ ପିଲା ମାନେ ଖେଳକୁଦ କରିବା କଥା, ପାଠ ସାଠ ପଢିବା କଥା ସେହି ସମୟ ରେ ସେମାନେ ପ୍ରେମ କରୁଛନ୍ତି। ତେବେ ଆମେ ମାନେ ଆଗ କାଳ ରୁ ବି ଦେଖି ଆସିଛେ କି ପୁଅ ଝିଅ ମାନେ ପରସ୍ପର କୁ ଭଲ ପାଆନ୍ତି, ଏବଂ ପରସ୍ପର କୁ ବିବାହ କରିବା ପାଇଁ ମଧ୍ୟ ମନସ୍ଥ କରନ୍ତି।

ଆମେ ମାନେ ଆଗରୁ ମଧ୍ୟ ଦେଖିଆସିଛେ କି ସାଧାରଣତଃ ପିଲା ମାନେ ପରସ୍ପରକୁ ଭଲ ପାଆନ୍ତି ହେଲେ ଘର ଲୋକ ସେମାନଙ୍କ ବିବାହ କୁ ଅନୁମତି ଦିଅନ୍ତି ନାହିଁ, ସେମାନେ ନିଜ ଭଲପାଇବାକୁ ଭୁଲି ଯାଇ ଘରେ ଠିକ୍ କରିଥିବା ଲୋକ ଙ୍କ ସହ ବିବାହ କରନ୍ତି।

ଆଜି କାଲି ଆପଣ ମାନେ ଶୁଣୁଥିବେ ନିହାତି, କିପରି ଭାବେ ପୁରୁଷ ମାନେ କିନ୍ନର ମାନଙ୍କୁ ଭଲପାଇ ବିବାହ କରୁଛନ୍ତି, ଏବଂ ସେମାନେ ସେହି ବିବାହ ରେ ବହୁତ ଖୁସି ବୋଲି କହୁଛନ୍ତି, କେବେବି ଜୀବନରେ ପରସ୍ପର ର ହାତ ଛାଡିବେନି ବୋଲି ମଧ୍ୟ କହୁଛନ୍ତି। ଆପଣ ମାନେ ଆଗରୁ ଶୁଣିଥିବେ ଦୁଇଟି ଝିଅ ଯେଉଁ ମାନେ କି ଦୁହିଁଜଣ ବହୁତ ଭଲ ସାଙ୍ଗ ଥିଲେ।

ସେମାନେ ପରସ୍ପର କୁ ଭଲ ପାଇ ବିବାହ କରିଥିଲେ, ସେମାନଙ୍କୁ ତାହାର କାରଣ ପଚାରିବାରୁ ସେ କହିଥିଲେ କି ଆଜିକାଲି ଦୁନିଆରେ ଯେଉଁ ଭଳି ଘଟଣା ସବୁ ଘଟୁଛି ସେମାନଙ୍କୁ ସେହିସବୁ କୁ ବହୁତ ଖରାପ ଲାଗୁଛି ସେଥିପାଇଁ ସେମାନେ ଏହିପରି ଡିସିସନ୍ ନେଇଛନ୍ତି।

ଆମେ ମାନେ ଆଜି ଆପଣ ମାନଙ୍କୁ ସେହିପରି ଆଉ ଏକ ଘଟଣା ସମ୍ପର୍କରେ କହିବୁ, ଯେଉଁ ଠାରେ କି ଦୁଇ ଜଣ ଝିଅ ପୁଣିଥରେ ପରସ୍ପର କୁ ଭଲପାଇ, ପରସ୍ପର କୁ ବିବାହ ମଧ୍ୟ କରିଛନ୍ତି। ତେବେ ଏହି ଝିଅ ଦୁଇ ଜଣ କେହି ଅଜଣା ନୁହନ୍ତି, ସେମାନେ ପରସ୍ପର କୁ ଜନ୍ମ ବେଳୁ ଜାଣିଛନ୍ତି ଅର୍ଥାତ୍ ସେମାନେ ଦୁହେଁ ଦୁଇ ଭଉଣୀ ,ଏବଂ ପରସ୍ପରକୁ କୁ ଭଲପାଇ ବିବାହ ମଧ୍ୟ କରିଛନ୍ତି। ତେବେ ଆସନ୍ତୁ ଜାଣିବା କାହିଁକି, କେଉଁ କାରଣରୁ ସେମାନେ ଏହିପରି ଡିସିସନ୍ ନେଲେ।
ଏହି ଘଟଣା ଟି ଘଟିଛି ଝାଡଖଣ୍ଡ ର ରାଜଧାନୀ ରାଞ୍ଚି ଠାରୁ ପ୍ରାୟ ୧୬୦ କି. ମି ଠାରୁ ଦୂର କୋଡର୍ମା ଜିଲ୍ଲାର। ଏଠାରେ ଏମାନେ ସମଲିଙ୍ଗୀ ବିବାହ କରିଛନ୍ତି, ଏମାନେ ସମ୍ପର୍କରେ ଦୁଇ ଭଉଣୀ ଅଟନ୍ତି। ଏମାନେ ପାଞ୍ଚ ବର୍ଷ ଧରି ପରସ୍ପର କୁ ଭଲପାଉଥିଲେ, ୨୦୨୦ ମସିହା ନଭେମ୍ବର ୮ ତାରିଖ ଦିନ ଏମାନେ କୋଡେର୍ମା ର ଝୁମେରୀ ତାଲୈୟା ସ୍ଥିତ ଏକ ଶିବ ମନ୍ଦିର ରେ ବିବାହ କରିଥିଲେ। ଜଣଙ୍କର ବୟସ ୨୪ ବର୍ଷ ଓ ଆଙ ଜଣଙ୍କର ୨୦ ବର୍ଷ ,ଜଣେ ସ୍ନାତକୋତ୍ତର ଅଧ୍ୟୟନ କରିଛନ୍ତି, ଆଉ ଜଣେ +2 ପାଠ ଅଧ୍ୟୟନ କରିଛନ୍ତି।

ସେମାନେ କହିଛନ୍ତି କି ସମଲିଙ୍ଗୀ ସମ୍ପର୍କ ବର୍ତ୍ତମାନ ଆଇନଗତ ଭାବରେ ବୈଧ ଅଟେ, ଦମ୍ପତି କହିଛନ୍ତି କି ନ୍ୟୁୟର୍କରେ ରହୁଥିବା ଅଞ୍ଜଳି ଚକ୍ରବର୍ତ୍ତୀ ଓ ସୁଫି ଚପଲ ଙ୍କ ସମ୍ପର୍କ ତାଙ୍କୁ ପ୍ରଭାବିତ କରିଛି। ସେମାନେ କହିଛନ୍ତି କି ଜୀବନରେ ଯେତେ ଯାହା କଷ୍ଟ ଆସିଲେ ବି ସେମାନେ ପରସ୍ପର ର ହାତ ଛାଡିବେନି ବୋଲି କହିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି କି ସେମାନେ ନିଜକୁ ଲେସବିୟାନ୍ ଦମ୍ପତି କହିବାକୁ ଲଜ୍ଜା କରୁ ନାହାଁନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।