ଆଶ୍ଚର୍ଯ୍ୟ ଏହି ମନ୍ଦିରରେ ବର୍ଷ କୁ ମାତ୍ର 5ଘଣ୍ଟା ପାଇଁ ଖୋଲିଥାଏ ମନ୍ଦିର , ମନ୍ଦିରର ଅଦ୍ଭୁତ ରହସ୍ୟ ଜାଣିଲେ ଅବାକ୍ ହୋଇଯିବେ

0

ଭାରତ ଦେଶ ତ ମନ୍ଦିର ରେ ଭର୍ତ୍ତି, ଭାରତର ପ୍ରତ୍ୟେକ ସ୍ଥାନ ରେ ଭଗବାନ ମାନଙ୍କର ମନ୍ଦିର ଏବଂ ସେମାନଙ୍କ ର ବିଭିନ୍ନ ରୂପ ସବୁ ଦେଖିବାକୁ ମିଳେ। ତେବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ଏବଂ ସେମାନଙ୍କ ର ବାହାନ ମାନଙ୍କୁ ମଧ୍ୟ ପୂଜା କରାଯାଏ। ଆମ ଦେଶରେ ଯେଉଁ ସବୁ ମନ୍ଦିର ଦେଖିବାକୁ ମିଳେ ସେହି ସବୁ ମନ୍ଦିର ରେ ଏକ ଏକ ଆଶ୍ଚର୍ଯ୍ୟକର କଥା ମଧ୍ୟ ଦେଖିବାକୁ ମିଳେ। ଅନେକ ମନ୍ଦିର ମାନଙ୍କ ରେ ତ ଏପରି କିଛି ଆଶ୍ଚର୍ଯ୍ୟ ର କଥା ଦେଖିବାକୁ ମିଳେ ଯାହାକୁ ଲୋକ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଥାଆନ୍ତି ଏବଂ କହିଥାନ୍ତି ଭଗବାନ ଙ୍କ ର ଲୀଳା କେହି ଜାଣି ପାରିବେ ନାହିଁ।

ଆମେ ଆମ ରାଜ୍ୟ ର ବଡଦେଉଳ ଜଗନ୍ନାଥ ଙ୍କ ମନ୍ଦିର ଦେଖିବା ଯଦି ସେହି ମନ୍ଦିର କୁ ନେଇ ଅନେକ ଇତିହାସ, ରହସ୍ୟମୟୀ କଥା ଏବଂ ଆଶ୍ଚର୍ଯ୍ୟକର କଥାକଳା ରହିଛି।

ସେହି ପରି ଆମେ ଆପଣ ମାନଙ୍କୁ ଏହି କିଛୀ ଦିନ ତଳେ ଏକ ମନ୍ଦିର ସମ୍ପର୍କରେ କହିଥିଲୁ ଯେଉଁ ଠାରେ ବର୍ଷ ବର୍ଷ ଧରି ମନ୍ଦିର ରେ ତେଲ ରେ ଦୀପ ଜଳିବା ବଦଳରେ ପାଣି ରେ ଜଳିଥାଏ। ଏବଂ ତାହା ପଛରେ ମଧ୍ୟ ରହସ୍ୟ ଥିଲା ଏବଂ ଆଶ୍ଚର୍ଯ୍ୟ କର କଥା ଏହା ଥିଲା କି ଦୀପ ଟି ପାଣି ରେ ଜଳେ ହେଲେ କେବଳ ସେହି ମନ୍ଦିର ପାଖରେ ଥିବା ନଦୀ ର ପାଣି ରେ ଜଳେ ଆଉ କେଉଁଠାରୁ ପାଣି ଆଣି ଦେଲେ ତାହା ଜଳି ନଥାଏ।

ଆଜି ବି ଆମେ ଆପଣ ମାନଙ୍କୁ ସେହି ପରି ଏକ ମନ୍ଦିର ସମ୍ପର୍କରେ ଏବଂ ଏହି ମନ୍ଦିର ର ଆଶ୍ଚର୍ଯ୍ୟକର କର କଥା ସମ୍ପର୍କରେ କହିବୁ। ତେବେ ଏହି ମନ୍ଦିର ର ଏହି କଥା ସମ୍ପର୍କରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କହିବେ ଆମ ଦେଶରେ ଏବେ ବି ଏପରି ସବୁ ଚମତ୍କାରିତା ଦେଖିବାକୁ ମିଳୁଛି ନା। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ଏହି ମନ୍ଦିର ଟି ହେଉଛି ନିରାଇ ମାତା ଙ୍କ ର ମନ୍ଦିର, ଛତିଶଗଡ଼ ର ଗରାଇବନ୍ଧ ଜିଲ୍ଲା ରୁ ବାର କି. ମି ଦୂର ଏକ ପାହାଡ ଉପରେ ଏହି ମନ୍ଦିର ଅବସ୍ଥିତ। ଏଠାରେ ବିରାଜିତ ଥିବା ମାଆ ନିରାଇ ମାତା ଭକ୍ତ ମାନଙ୍କ ର ଆକର୍ଷଣ କାରଣ ସାଜନ୍ତି। ନିରାଇ ମାଆ ଙ୍କ ଠାରେ ସିନ୍ଦୂର, ସୁହାଗ, ଶ୍ରୀଙ୍ଗାର, କୁମକୂମ୍, ଗୁଲାଲ୍ ଚନ୍ଦନ ଆଦି ଚଢା ଯାଇନଥାଏ, ଏଠାରେ ମାଆ କେବଳ ଅଗରବତୀ ଓ ନଡିଆ ରେ ମାଆ ପୂଜା ପାଇ ଥାଆନ୍ତି। ଦେଶରେ ଅନେକ ସବୁ ମନ୍ଦିର ରହିଛି ଯେଉଁ ସବୁ ସକାଳ ଠାରୁ ଖୋଲି ରହି ରାତି ରେ ବନ୍ଦ ହୋଇଥାଏ,

ହେଲେ ଏଠାରେ ଭୋର୍ ଚାରି ଟାରୁ ସକାଳ ନଅ ଟା ପର୍ଯ୍ୟନ୍ତ କେବଳ ପାଞ୍ଚ ଘଣ୍ଟା ପାଇଁ ଏହି ମନ୍ଦିର ଖୋଲା ଯାଇଥାଏ। ଏହି ଦେବୀ ମନ୍ଦିର ର ସ୍ୱତନ୍ତ୍ରତା ହେଉଛି, ଏଠାରେ ପ୍ରତ୍ୟେକ ବର୍ଷ ଚୈତ୍ର ନବରାତ୍ର ସମୟ ରେ ସ୍ୱତଃ ଜ୍ୟୋତି ପ୍ରଚଳିତ ହୋଇଥାଏ। ଏହି ଦିବ୍ୟ ଚମତ୍କାରିତା ଯୋଗୁଁ ଲୋକ ମାନେ ମାଆ ଙ୍କ ଉପରେ ଅପାର ଭକ୍ତି ରଖି ଥାଆନ୍ତି। ଏହି ଜ୍ୟୋତି କିପରି ପ୍ରଜ୍ଜଳିତ ହୁଏ ଏହା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।