Acharya Ramakrushana – ତମ୍ବା ପାତ୍ରରେ ପାଣି ପିଉଥିବା ବ୍ୟକ୍ତିଙ୍କୁ ହୁଏ ନାହିଁ ଏହି ସବୁ ରୋଗ ଜାଣି ରଖନ୍ତୁ

0

ଯେତେବି ଧର୍ମ ଏହି ଦୁନିଆରେ ରହିଛି, ସେହି ସବୁ ଧର୍ମ ମାନଙ୍କ ମଧ୍ୟରୁ ହିନ୍ଦୁ ଧର୍ମ କୁ ବହୁତ ପବିତ୍ର ଏବଂ ଶ୍ରେଷ୍ଠ ଧର୍ମ ବୋଲି ମନା ଯାଇଥାଏ। ହିନ୍ଦୁ ଧର୍ମ ବି ସବୁ ଧର୍ମ ଠାରୁ ପୁରା ଅଲଗା, ହିନ୍ଦୁ ଧର୍ମ ବି ଆଉ କୌଣସି ଧର୍ମ ସହ ସମାନତା ବି ନାହିଁ। ତେବେ ଆମ ହିନ୍ଦୁ ଧର୍ମ ରେ ଅନେକ ନିୟମ ସବୁ ରହିଛି, ଯେଉଁ ସବୁ ନିୟମ ଆମ ନିତିଦିନ ର ଜୀବନଶୈଳୀ ସହ ଯୋଡିତ ରହିଛି। ଆମେ ମାନେ ପ୍ରତ୍ୟେକ ଦିନ ଯେଉଁ ସବୁ କାମ କରୁଛୁ ସେହି ସବୁ କାମ ଗୁଡିକ ସହ ଆମ ବାସ୍ତୁ ଶାସ୍ତ୍ର ମଧ୍ୟ ଯୋଡି ହୋଇ ରହିଛି। ଆମେ ମାନେ ଆଜି ଆପଣମାନଙ୍କୁ ସେହି ପରି ଏକ କାର୍ଯ୍ୟ ସମ୍ପର୍କରେ କହିବୁ, ଯାହାକି ଆମେ ମାନେ ପ୍ରତିଦିନ କରିଥାଉ, କିନ୍ତୁ ସେହି ଭୁଲ୍ ଟି କୁ ଆମକୁ କରିବା କଥା ନୁହେଁ।

ଆମେ ମାନେ ସାଧାରଣତଃ ଯେତେବେଳେ ଖାଦ୍ୟ ଖାଇଥାଉ ସେଥିପାଇଁ ଷ୍ଟିଲ୍, କାଚ କିମ୍ବା ଫାଇବର୍ ପ୍ଲେଟ୍, ଚାମଚ, ବାଉଲ୍ ଆଦି ବ୍ୟବହାର କରିଥାଉ। ଏହି ସବୁରେ ଆମର ଖାଦ୍ୟ ଖାଇବାର ଅଭ୍ୟାସ ବି ହେଇଗଲାଣି, ଏହି ଦୁନିଆରେ ତ ଅନେକ ପ୍ରକାରର ଧାତୁ ସବୁ ରହିଛି ସେହି ମଧ୍ୟରୁ କେତେକ ଧାତୁ କୁ ବୈଜ୍ଞାନିକ ମାନେ ବାହାର କରି ସାରିଲେଣି ଯାହାକୁ ଆମେ ମାନେ ଜାଣିଛୁ ବ୍ୟବହାର କରିଛୁ ତଥା ପାଠରେ ମଧ୍ୟ ପଢୁଛୁ, ଆହୁରି ଅନେକ ଧାତୁ ସବୁ ରହିଛି ଯାହାକୁ ସେମାନେ ବାହାର କରି ପାରି ନାହାଁନ୍ତି।

ତେବେ ପୁରୁଣା କାଳରେ ଲୋକ ମାନେ ଏହି ଷ୍ଟିଲ୍, କାଚ ଆଦି ମାନଙ୍କ ରେ ଖାଦ୍ୟ ଖାଉନଥିଲେ, ବେଶୀ କରି ସେମାନେ କଂସା, ଏବଂ ତମ୍ବା ଆଦି ଧାତୁ ରେ ତିଆରି ଜିନିଷ ମାନଙ୍କ ରେ ଖାଦ୍ୟ ଖାଉଥିଲେ। ଆମେ ମାନେ ଦେଖିଥିବା ଏବେବି ଅନେକ ଙ୍କ ଘରେ ତମ୍ବା ପାତ୍ର ରେ ଖାଦ୍ୟ ଖାଆନ୍ତି, ପାଣି ରଖବା, ପିଇବା ଆଦି କାର୍ଯ୍ୟ ମଧ୍ୟ କରନ୍ତି। ଏହି ତମ୍ବା ରେ ଅନେକ ପ୍ରକାର ର ଆୟୁର୍ବେଦ ଗୁଣ ମଧ୍ୟ ରହିଛି, ଆୟୁର୍ବେଦ ରେ ଏକ ବିଶ୍ୱାସ ରହିଛି କି ତମ୍ବା ପାତ୍ର ରେ ଜଳ ରଖିଲେ ତାହା ତିନୋଟି ଦୋଷ କୁ ସନ୍ତୁଳିତ କରେ, ଯଥା ବାତ, କଫ ଏବଂ ପିତ୍ତ। ତେବେ ଆସନ୍ତୁ ଜାଣିବା ଏହାର ଆହୁରି କେତେକ ଉପକାରିତା ସମ୍ପର୍କରେ।

ଏହା ଆମ ଶରୀର ରେ ହୃଦୟକୁ ସୁସ୍ଥ ରଖିବା ସହ ରକ୍ତଚାପ କୁ ନିୟନ୍ତ୍ରଣ କରି ଖରାପ କୋଲେଷ୍ଟ୍ରଲ୍ କୁ ନିୟନ୍ତ୍ରଣ କରାଥାଏ। ଏହାର ବ୍ୟବହାର ଆମ ସ୍ମୃତି ଶକ୍ତି କୁ ମଜବୁତ୍ କରିବା ସହ ମନକୁ ତୀକ୍ଷ୍ଣ କରିଥାଏ। ବାତ, ପିତ, କଫ ଆଦି ସମସ୍ୟା ମଧ୍ୟ ଏହା ଦ୍ୱାରା ଦୂର ହୋଇଥାଏ। ତମ୍ବାରେ ଏପରି ଔଷଧୀୟ ଗୁଣ ରହିଛି, ଯାହା ଆମ ପେଟରେ ଥିବା କିଛି ଖରାପ ବ୍ୟାକ୍ଟେରିଆ କୁ ମାରିଥାଏ, ଯେଉଁ ବ୍ୟାକ୍ଟେରିଆ ଗୁଡିକ ଆମ ଶରୀର ରେ ପେଟକୁ ନଷ୍ଟ କରିଦେଇଥାଆନ୍ତି ଏବଂ ଅଲସର୍ ଓ ଇନଫ୍ୟୁଜନ୍ ଆଦି ରୋଗ ସୃଷ୍ଟି କରି ଥାଆନ୍ତି। ଏହା ଏହିଡିଟି, ଏବଂ ଗ୍ୟାସ୍ ପରି ପେଟ ରୋଗ କୁ ମଧ୍ୟ ରୋକିଥାଏ।

ଏହା ଆମ ପେଟର ଯକୃତ ଏବଂ କିଡନୀ କୁ ସୁରକ୍ଷା ଦେଇଥାଏ। ଏହି ତମ୍ବା ରେ ଥିବା ଆଣ୍ଟି, ଇନଫ୍ଲାମେଟୋରୀ ଗୁଣ ଶରୀର ର ଗୋଡ ହାତ, ପିଠି ଆଦି ଯନ୍ତ୍ରଣା କୁ ଦୂର କରିଥାଏ। ଏହା ତ୍ୱଚାକୁ ଅତି ବାଇଗଣି ରଶ୍ମି ରୁ ରକ୍ଷା କରିବା ପାଇଁ ମେଲୋନିନ୍ ଉତ୍ପାଦନରେ ତମ୍ବା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ଓ ହଜମ ପ୍ରକ୍ରିୟା ରେ ଉନ୍ନତି ଆଣେ, ଏବଂ ଶରୀର ରୁ ଖରାପ ଚର୍ବି ବାହାର କରିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।