ଏହି ମନ୍ଦିରକୁ ସିଲେଇ ହୋଇଥିବା ବସ୍ତ୍ର ପିନ୍ଧି ଯିବା ମନା , ଜାଣନ୍ତୁ ଏଠାରେ ଥିବା ନୀତି ନିୟମ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

ଏ ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହି ରହସ୍ୟମୟ ମନ୍ଦିର ମଧ୍ୟରେ ଓଡ଼ିଶା ର ଦାନ୍ତେଶ୍ୱରୀ ମନ୍ଦିର ହେଉଛି ଅନ୍ୟତମ ।

ତେବେ ଏହି ମନ୍ଦିର ଟି ଓଡ଼ିଶାର ଅନ୍ୟ ସମସ୍ତ ମନ୍ଦିର ଠାରୁ ଭିନ୍ନ ଓ ରହସ୍ୟମୟ ।ଏହାର ସ୍ଥାପନ ଠାରୁ ଆରମ୍ଭ କରି ଏହାର ସମସ୍ତ ନୀତି ନିୟମ ମଧ୍ୟ ଅନ୍ୟ ମନ୍ଦିର ମାନଙ୍କ ଠାରୁ ଅଲଗା ଅଟେ ।ତେବେ ଆସନ୍ତୁ ଜାଣିବା ଏହି ଦେବୀ ମନ୍ଦିର ବିଷୟରେ କିଛି ରହସ୍ୟମୟ ତଥ୍ୟ ।

ସୂଚନା ଅନୁସାରେ , ଓଡ଼ିଶାର ଏହି ରହସ୍ୟମୟ ଦେବୀ ମନ୍ଦିର ଟି ଭୁବନେଶ୍ୱର ଠାରୁ ୩୮୦ କିଲୋମିଟର ଦୁରରେ ଦାନ୍ତେବାଡ଼ା ରେ ସଂଖିନି ଓ ସଂଖିନି ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିର ।ଯାହାର ନାମ ହେଉଛି ମା ଦାନ୍ତେଶ୍ୱରୀ ମନ୍ଦିର ।ତେବେ ଏହି ମନ୍ଦିର ର ଏପରି ନାମକରଣ ପଛରେ ମଧ୍ୟ ଏକ କାହାଣୀ ରହିଛି ।ସେଠାକାର ବୟସ୍କ ଲୋକମାନ ଙ୍କର କହିବା ଅନୁସାରେ ଥରେ ମାତା ସତୀ ଙ୍କର ଦାନ୍ତ ଏହି ସ୍ଥାନରେ ଭାଙ୍ଗି ଯାଇଥିଲା ଆଉ ସେହି କାରଣ ରୁ ଏହାର ଏପରି ନାମକରଣ କରାଯାଇଛି ।

ଏହି ମନ୍ଦିର ର ନିର୍ମାଣ ପଛରେ ମଧ୍ୟ ଏକ କାହାଣୀ ରହିଛି ।କୁହାଯାଏ ଯେ ମହାରାଜା ଅନଙ୍ଗଦେବ ଏହି ମନ୍ଦିର କୁ ନିର୍ମାଣ କରିଥିଲେ ।ସେ ଏଠାରେ ମାତା ଦାନ୍ତେଶ୍ୱରୀ ଏବଂ ମାତା ଭୁବନେଶ୍ୱରୀ ଙ୍କର ଆରାଧନା କରିବା ପାଇଁ ଏହାକୁ ନିର୍ମାଣ କରିଥିଲେ। ଏମିତି ମଧ୍ୟ କୁହାଯାଏ କି ଯେତେବେଳେ ମହାରାଜା ଅନଙ୍ଗଦେବ ମୁଗୋଲ ସମ୍ରାଟ ଙ୍କ ଠାରୁ ପରାସ୍ତ ହୋଇ ଜଙ୍ଗଲରେ ବୁଲୁଥିଲେ ସେତେବେଳେ ତାଙ୍କର କୁଳଦେବୀ ତାଙ୍କୁ ଦର୍ଶନ ଦେଇ କହିଥିଲେ କି ତୁ ଯେଉଁ ସ୍ଥାନକୁ ଯିବୁ ତାହା ତର ହୋଇଯିବ କିନ୍ତୁ ତୁ ପଛକୁ ଦେଖିବୁ ନାହିଁ।

କିନ୍ତୁ ସଂଖିନି ଓ ସଂଖିନି ନଦୀ କୂଳରେ ରାଜା ପଛକୁ ବୁଲି ଦେଖିଦେଲେ ଆଉ ମା ସେଇଠି ରହିଗଲେ ।ଫଳରେ ରାଜା ସେହିଠାରେ ତାଙ୍କର ମନ୍ଦିର ନିର୍ମାଣ କରିଥିଲେ ।ତେବେ କୁହାଯାଏ କି ମା ଦାନ୍ତେଶ୍ୱରୀ ଙ୍କର ମନ୍ଦିର ଏକ ପ୍ରତ୍ୟକ୍ଷ ମନ୍ଦିର ଅଟେ ।

ତେବେ ଏହି ମନ୍ଦିର ରେ ଏକ ନିଆଁର ନିୟମ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଏଠାରେ ନିୟମ ରହିଛି ଯେ କେହି ବି ଭକ୍ତ ଏହି ମନ୍ଦିର କୁ ସିଲେଇ ହୋଇଥିବା ପୋଷକ ପିନ୍ଧି ଯାଇପାରିବେ ନାହିଁ ।ଫଳରେ ଏଠାକୁ ପୁରୁଷ ମାନେ ଲୁଙ୍ଗି ଓ ଧୋତି ପିନ୍ଧି ଯାଇଥାନ୍ତି ଓ ମହିଳା ମାନେ ସିଲେଇ ନ ହୋଇଥିବା ଶାଢୀ ପିନ୍ଧି ପ୍ରବେଶ କରିଥାନ୍ତି ।ଏହି ମନ୍ଦିର କୁ ଯାଉଥିବା ବ୍ୟକ ଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ମଧ୍ୟ ସେଠାରେ ଥିବା ଭକ୍ତ ମାନେ କହିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।