ଚର୍ଚ୍ଚା ରେ କଟକ ର ଧବଳେଶ୍ବର ଶିବ ମନ୍ଦିର ପୂଜା ସମୟରେ ଘଟିଲା କିଛି ଏମିତି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…..

0

ଏବେ ଆମେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛୁ ଯାହାର ଜୀବନ୍ତ ଉଦାହରଣ ହେଉଛି ଆମ ବିଜ୍ଞାନ ର ଅଗ୍ରଗତି ଏବଂ ପ୍ରଯୁକ୍ତି ବିଦ୍ୟାର ଅବଦାନ ଯୋଗୁଁ ସମ୍ଭବ ହୋଇପାରିଛି । ମାତ୍ର ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଲୋକମାନେ ଏବେବି ଭଗବାନ ଙ୍କ ଉପରେ ଭରସା ରଖିଥାନ୍ତି କାରଣ ଏବେ ପର୍ଯ୍ୟନ୍ତ ବିଜ୍ଞାନ ଭଗବାନ ଙ୍କୁ ଜିତି ପାରିନାହିଁ ।ତେବେ ଲୋକମାନଙ୍କ ର ଭକ୍ତି ବି ମଧ୍ୟ କେବେ କେବେ ଭଗବାନ ବିବାସ କରିଦେଇଥାଏ ଏହି ମର୍ତ୍ତ୍ୟମଣ୍ଡଳ ଆସିବାକୁ ।ତେବେ ଏହି ପରି ଏକ ଆଶ୍ଚର୍ଯ୍ୟ ଜନକ ଏବଂ ଚମତ୍କାର ଘଟଣା ବିଷୟରେ ଆମେ ଆପଣଙ୍କୁ ଜାଣେଇବୁ ।

ଆମ ପୁରାଣ ଶାସ୍ତ୍ର ଅନୁସାରେ ସବୁ ଦେବା ଦେବୀ ଙ୍କ ଠାରୁ ଭଗବାନ ଶିବ ହେଉଛନ୍ତି ପ୍ରତ୍ୟକ୍ଷ ଦେବତା । ଏହି ସଂସାରର ପାଳନ କର୍ତ୍ତା ଓ ବିନାଶ କର୍ତ୍ତା ଭଗବାନ ଶିବ ହୋଇଥାନ୍ତି। ଏମିତି ମଧ୍ୟ କୁହାଯାଏ ଯେ ,ଭଗବାନ ଶିବ ତାଙ୍କର ଭକ୍ତ ମାନଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।ସେ ଦୁଇ ପ୍ରକାରର ବର ବା ଆଶୀର୍ବାଦ ଦେଇଥାନ୍ତି ତାଙ୍କର ଭକ୍ତ ମାନଙ୍କୁ ।

 

ସେ ରାଗିଲେ ମଧ୍ୟ ତାଙ୍କର ଭକ୍ତ କୁ ଦର୍ଶନ ଦେଇଥାନ୍ତି ଓ ଭକ୍ତ ଙ୍କର ପୂଜାର୍ଚ୍ଚନା ରେ ସନ୍ତୁଷ୍ଟ ହେଲେ ମଧ୍ୟ ଆଶୀର୍ବାଦ ପ୍ରଦାନ କରିଥାନ୍ତି ।ତେବେ ସେ ଭକ୍ତ ମାନଙ୍କୁ ନାଗ ସାପ ରୂପରେ ଦର୍ଶନ ଦେଇଥିବାର ମଧ୍ୟ ଲୋକମାନେ କହିଥାନ୍ତି ।କାରଣ ସେ ସବୁବେଳେ ନିଜ ସହ ନାଗ ସାପ କୁ ରଖିଥାନ୍ତି ।ତେଣୁ ଲୋକମାନେ ବିଶ୍ୱାସ କରନ୍ତି ଯେ ନାଗ ସାପ ର ଦର୍ଶନ ହୋଇଛି ତ ସୋୟଂ ଭଗବାନ ମହାଦେବ ଙ୍କର ଦର୍ଶନ ମିଲିଛି।

ତେବେ କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆ ରେ କଟକ ର ଧବଳେଶ୍ବର ମନ୍ଦିର ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବା ରେ ଲାଗିଛି ।ତେବେ ସେହି ଭିଡ଼ିଓ ଟି ଦେଖିଲେ ଆପଣ ଚକିତ ହୋଇଯିବେ ନିଶ୍ଚିତ ଭାବରେ ।ତେବେ ଏହି ଧବଳେଶ୍ବର ମନ୍ଦିର ଟି ବହୁ ପୁରାତନ ମନ୍ଦିର ଅଟେ ।ଏହା ଏକ ଶିବ ମନ୍ଦିର ହୋଇଥିବା ରୁ ଏଠାରେ ସବୁଦିନ ଭକ୍ତ ମାନଙ୍କ ର ଭିଡ଼ ଲାଗିଥାଏ ।ଏବଂ ଭଗବାନ ମହାଦେବ ମଧ୍ୟ ତାଙ୍କ ଭକ୍ତ ମାନଙ୍କ ର ଦୁଃଖ ସୁଖ ରେ ସାହା ହୋଇଥାନ୍ତି ବୋଲି ସେଠାକାର ଲୋକ ମାନେ କହିଛନ୍ତି ।

ତେବେ ଗତ ପୂର୍ଣ୍ଣିମା ରେ ଯେତେବେଳେ ନନା ଧବଳେଶ୍ବର ମନ୍ଦିର ରେ ପ୍ରଭୁ ଧବଳେଶ୍ବର ଙ୍କର ପୂଜାର୍ଚ୍ଚନା କରୁଥିଲେ ଏବଂ ଭଗବାନ ଙ୍କୁ ଆଳତି କରୁଥିଲେ ସେତେବେଳେ ଭଗବାନ ଶିବ ଙ୍କର ମୃତ୍ତି ପାଖରେ ଆକସ୍ମିକ ଭାବରେ ଏକ ନାଗ ସାପ ଆବିର୍ଭାବ ହେଲେ। ଯାହାକୁ ଦେଖି ସେଠାରେ ଥିବା ଭକ୍ତ ଙ୍କ ସହ ପୂଜା କରୁଥିବା ବ୍ରାହ୍ମଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ।ଏବଂ ଏହା ଭଗବାନ ଙ୍କର କୃପା ବୋଲି ମାନି ନେଇଥିଲେ ।ତେବେ ଏହାକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିବା ପରେ ଏହା ବର୍ତ୍ତମାନ ନିଆଁ ପରି ଭାଇରଲ ହେବା ରେ ଲାଗିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।