ହେ ପ୍ରଭୁ ! ଦୁଇ ପୁଅ, ଜଣେ ବଡ ନେତା ଅନ୍ୟ ଜଣେ ସରକାରୀ ଅଫିସର, ମା’ ରାସ୍ତାରେ ପଡି ଦେହ ରେ ପୋକ ଲାଗି ମୃତ୍ୟୁ ସହ ଲଢେଇ କରୁଛନ୍ତି, ଏଭଳି ପୁଅ ପାଇଁ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

0

ଯେତେବେଳେ ଶିଶୁ ଟିଏ ଜନ୍ମ ଗ୍ରହଣ କରି ସମାଜ କୁ ଆସିଥାଏ ସେତେବେଳେ ସେହି ଶିଶୁ ଟି ନିଜ ପିତାମାତା ଙ୍କ ଦ୍ବାରା ଲାଳନ ପାଳନ ହୋଇଥାଏ। ଏତେବଡ ଦୁନିଆରେ ସେ ନିଜ ପିତାମାତାଙ୍କ ମାଧ୍ୟମରେ ପ୍ରତିଷ୍ଠିତ ହୁଏ।ସେମାନ ଙ୍କ ଆଖିରେ ଦୁନିଆକୁ ଦେଖେ, ଏବଂ ପିତାମାତା ହିଁ ନିଜ ସନ୍ତାନର ଜୀବନ ନିର୍ମାଣରେ ମୂଳଦୁଆ ହୋଇଥାନ୍ତି। ପିଲାଟି ଏ ଜନ୍ମ ହେଲେ ବାପା ମାଆ ତାକୁ ବହୁ କଷ୍ଟରେ ପାଳି ପୋଷି ବଡ କରିଥାନ୍ତି ଏବଂ ଏହା କୁ ନେଇ ପିତାମାତା ଙ୍କ ମନରେ ଛୋଟ ଆଶା ଥାଏ ଯେ,

ସେମାନଙ୍କର ବୟସ ହୋଇଗଲେ ସେମାନଙ୍କ ର ସନ୍ତାନଟି ତାର ଯତ୍ନ ନେବ। ବୃଦ୍ଧାବସ୍ଥା ରେ ସେମାନଙ୍କ ସେବା ଶୁଶ୍ରୁଷା କରିବ। ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ଝିଅ ମାନଙ୍କ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହେବା ପରେ ସେମାନେ ନିଜ ଶାଶୂ ଘରକୁ ଚାଲିଯାଆନ୍ତି, କିନ୍ତୁ ପୁଅ ମାନେ ନିଜ ପିତାମାତା ଙ୍କ ପାଖରେ ରହନ୍ତି।

ପ୍ରତ୍ୟେକ ସନ୍ତାନ ର କର୍ତ୍ତବ୍ଯ ହେଉଛି ନିଜର ପିତାମାତା ବୃଦ୍ଧା ହେବାପରେ ସେମାନଙ୍କ ଯତ୍ନ ନେବେ,କିନ୍ତୁ ଆଜିକାଲିର ପିଲାମାନେ ବାପା ମାଆ ବୃଦ୍ଧା ହୋଇଗଲେ ସେମାନଙ୍କୁ ପଚାରୁ ନାହାନ୍ତି ବରଂ ନିଜର କର୍ତ୍ତବ୍ୟକୁ ଭୁଲି ପିତାମାତାଙ୍କୁ ଅଣଦେଖା କରୁଛନ୍ତି।ତେବେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ପଞ୍ଜାବର ଭଟିଣ୍ଡା ଠାରେ। ବର୍ତ୍ତମାନ ଏପରି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ୮୦ ବର୍ଷର ମାଆ ରାସ୍ତା କଡରେ ପଡିରହିଛନ୍ତି ଏବଂ ଦେହରେ ତାଙ୍କର ଲାଗିଗଲାଣି ପୋକ।

ସୂଚନା ଆନୁସାରେ ଜଣେ ବୃଦ୍ଧା ମାଆ ରାସ୍ତା କଡରେ ପଡ଼ିଥିଲେ ଏବଂ ତାଙ୍କ ଦେହରେ ଲାଗିଯାଇଥିଲା। ଏହିପରି ଦୟନୀୟ ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଅନୁମାନ କରିଥିଲେ ଯେ ବୃଦ୍ଧା ମହିଳା ଜଣଙ୍କର କେହି ନାହାନ୍ତି ତେଣୁ ସେମାନେ ପୋଲିସ ଏବଂ ଏନଜିଓକୁ ମଧ୍ୟ ଖବର ଦେଇଥିଲେ। ଏହା ପରେ ବୃଦ୍ଧା ମହିଳା ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ସେହି ବୃଦ୍ଧା ମା ଙ୍କ କହିବା ଅନୁସାରେ ତାଙ୍କର ଦୁଇଜଣ ପୁଅ । ଜଣେ ପୁଅ ବଡ ସରକାରୀ ଅଧିକାରୀ ଏବଂ ଆଉ ଜଣେ ବଡ ରାଜନେତା। ଏହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ,କାରଣ ମହିଳା ଜଣଙ୍କ ଅତ୍ୟନ୍ତ ପ୍ରତିଷ୍ଠିତ ପରିବାର ର। ବୃଦ୍ଧା ମହିଳା ଜଣଙ୍କର ବୟସ ପ୍ରାୟତଃ ୮୦ ବର୍ଷ ହୋଇଯିବ ବୋଲି ଯାହା ଅନୁମାନ କରାଯାଉଛି। ତେବେ ମହିଳା ଜଣଙ୍କୁ ଘରୁ କାହିଁକି ବାହାର କରିଦେଇଥିଲେ ସେ ବିଷୟ ରେ ସେ କିଛି ପ୍ରତିକ୍ରିୟା ରଖି ନାହାନ୍ତି। ମହିଳା ଜଣଙ୍କ ପରିବାର ଅତ୍ୟନ୍ତ ସ୍ୱଚ୍ଛଳ ଏବଂ ପ୍ରତିଷ୍ଠିତ ପରିବାର ହୋଇ ଏବଂ ଦୁଇ ପୁଅ ଥାଇ ମଧ୍ୟ ମହିଳାଙ୍କୁ ରାସ୍ତା କଡ଼ରେ ଏବଂ ପୋକ ଲାଗିଯାଇ ଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଏସବୁ ଘଟଣା ପରେ ମହିଳାଙ୍କର ଘର ଲୋକଙ୍କୁ ଖବର ଦିଆଯାଇଥିଲା ଏବଂ ସେମାନଙ୍କର କିଛି ପ୍ରତିକ୍ରିୟା ମିଳିନଥିଲା। ଯେଉଁ ବାପା ମାଆ ନିଜ ରକ୍ତକୁ ପାଣି କରି ନିଜ ସନ୍ତାନ କୁ ଛୋଟରୁ ବଡ କରିଥିଲେ ସେମାନଙ୍କୁ କେଉଁ ପ୍ରକାର ପୁରସ୍କାର ପ୍ରଦାନ କରୁଛନ୍ତି ତାହା ଆପଣ ମାନେ ଏହି ଘଟଣାରୁ ବେଶ ଭଲ ଭାବରେ ଜାଣି ପାରୁଥିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।