Dating Chloride international sex guide ethiopia best sites to meet for sex adult game reviews

ଯଦି ଆପଣ ବି ତିଳକ ଲଗାନ୍ତି ତେବେ ଏହି କଥା ନିଶ୍ଚିତ ଜାଣି ରଖନ୍ତୁ ! ଲଗାଇବା ଦ୍ୱାରା କଣ ଲାଭ ହୋଇଥାଏ

0

ପ୍ରାୟତଃ ଲୋକମାନେ ମନ୍ଦିରକୁ ଗଲେ ତିଳକ ଲଗାଇଥାନ୍ତି ଏବଂ ନିଜେ ମଧ୍ୟ ପୂଜା ବିଧି ସାରି ମସ୍ତକରେ ତିଳକ ଲଗାଇଥାନ୍ତି । ତିଳକ ବିଭିନ୍ନ ପ୍ରକାରର ହୋଇଥାଏ ଯଥା ଚନ୍ଦନ, କୁଙ୍କୁମ , ମାଟି ହଳଦୀ ,ଭସ୍ମ ଆଦିର ତିଳକ ଲଗାଇବାର ବିଧାନ ମଧ୍ୟ ଅଛି । ଯଦି ଯେଉମାନେ ତିଳକ ଲଗାଇବାର ଲାଭ ପାଇବାକୁ ଚାହିଥାନ୍ତି ଏବଂ ଏହାକୁ ଦେଖାଇ ହେବାର ଇଚ୍ଛା ମନରେ ରଖି ନଥାନ୍ତି ତେବେ ଶାସ୍ତ୍ରରେ ମଧ୍ୟ ଏହାର ଉପାୟ ରହିଛି । କୁହାଯାଇଥାଏ କି ଏମିତି ପରିସ୍ଥିତିରେ ଜଳର ତିଳକ ଲଲାଟ ଉପରେ ଲଗାଇ ପାରନ୍ତି ଏହା ଦ୍ୱାରା ପ୍ରତ୍ୟକ୍ଷ ଭାବରେ କିଛି ଲାଭ ସହଜରେ ମିଳିଯାଇଥାଏ । ତିଳକ କଲେ ବ୍ୟକ୍ତିକ୍ତ ବହୁତ ପ୍ରଭାବ ଶାଳୀ ହୋଇଥାଏ ଏବଂ ତିଳକ ଲଗାଇଲେ ମନ ବୈଜ୍ଞାନିକ ପ୍ରଭାବ ପକାଇଥାଏ ।


କାହିଁକିନା ଏହାଦ୍ୱାରା ବ୍ୟକ୍ତିର ଆତ୍ମ ବିଶ୍ସାସ ଓ ଆତ୍ମ ବଳ ଭରପୁର ବୃଦ୍ଧି ହୋଇଥାଏ । ବୈଜ୍ଞାନିକ ମାନଙ୍କ ମତ ଅନୁସାରେ ମସ୍ତକରେ ଚନ୍ଦନର ତିଳକ ଲଗାଇବା ଦ୍ୱାରା ମସ୍ତିଷ୍କରେ ଶାନ୍ତି , ସ୍ଥିରତା ତଥା ଶୀତଳତା ଲାଗିରହିଥାଏ । ଏହା ଦ୍ୱାରା ମସ୍ତିକରେ ସେଟା ଟର୍ନିନ ଓ ବିଟା ଏଣ୍ଡରଫିନ ନାମକ ରସାୟନର ସନ୍ତୁଳନ ହୋଇଥାଏ ।


ତା ସହିତ ମେଧା ଶକ୍ତି ବଢିଥାଏ ଏବଂ ଲଲାଟରେ ନିୟମିତ ତିଳକ ଲଗାଇବା ଦ୍ୱାରା ମସ୍ତିକରେ ସ୍ଥିରତା ଆସିଥାଏ ଲୋକେ ଶାନ୍ତି ଓ ଆରାମ ପାଇଥାନ୍ତି । ଏହା ଅନେକ ପ୍ରକାରର ମାନସିକ ରୋଗରୁ ରକ୍ଷା କରିଥାଏ । ତିଳକ ଲଗାଇବା ସମୟରେ ମୁଣ୍ଡରେ ଏଥି ପାଇ ହାତ ରଖିଥାନ୍ତି କାରଣ ସକାରାତ୍ମକ ଶକ୍ତି ଆମ ଶୀର୍ଷଚକ୍ରରେ ଏକତ୍ରିତ ହେବା ତଥା ଆମର ବିଚାର ସକରାତ୍ମକ ହେବ। ମସ୍ତିଷ୍କରେ ସେଟା ଟର୍ନିନ୍ ଓ ବିଟା ଏଣ୍ଡରଫିନ ନାମକ ରସାୟନର ସନ୍ତୁଳିତ ହୋଇଥାଏ ।

ଯାହାଦ୍ୱାରା ସଦା ସିନତା ଦୂର ହୋଇଥାଏ ଏବଂ ଉତ୍ସାହ ଲାଗିଥାଏ । ଏହି ଉତ୍ସାହ ଲୋକ ମାନଙ୍କର ଭଲ କାମରେ ଲାଗିଥାଏ ଏବଂ ଭଗବାନଙ୍କୁ ଚନ୍ଦନ ଅର୍ପଣ କରିବାର ଭାବ ଅଟକି ଆପଣଙ୍କ ଜୀବନରେ କୃପାର ସୁଗନ୍ଧରେ ଭରିଯାଉ । ଆମ ମସ୍ତିଷ୍କ ଶୀତଳ ରହୁ ଯାହା ଫଳରେ ଆମେ ଥଣ୍ଡା ମସ୍ତିଷ୍କରେ କାମ କରି ପାରିବୁ । ଳଲାଟରେ ଚନ୍ଦନ ଲଗାଇବା ଦ୍ୱାରା ଉତ୍ତେଜନା କାବୁରେ ଆସିଥାଏ ଓ ମୁଣ୍ଡ ଯନ୍ତ୍ରଣା ସମସ୍ୟା ମଧ୍ୟ ଦୂର ହୋଇଥାଏ ।


ପ୍ରାୟତଃ ଭାରତ ଛଡା କୌଣସି ଦେଶରେ ତିଳକ ଲଗାଇବାର ପ୍ରଥା ପରିଚଳିତ ନାହିଁ । ଏହି ପ୍ରଥା ଅତ୍ୟନ୍ତ ପ୍ରାଚୀନ ଅଟେ ମାନାଯାଏ ଯେ ମନୁଷ୍ୟର ମସ୍ତକ ମଧ୍ୟରେ ବିଷ୍ଣୁ ଭଗବାନଙ୍କର ବାସ ଅଟେ । ତିଳକ ଠିକ ସେହି ସ୍ଥାନରେ ଲଗାଯାଏ ଯାହା ଦ୍ୱାରା ମନୁଷ୍ୟର ସମସ୍ତ ରୋଗ ବ୍ୟାଦି ଦୂର ହୋଇଥାଏ । ମସ୍ତକରେ ତିଳକ ଲଗାଇଲେ କୌଣସି ଅଶୁଭ ଶକ୍ତିର ପ୍ରଭାବ ସାଧାରଣ ମଣିଷ ଉପରେ ପଡିନଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।