“ଫୋନ ପେ” ବ୍ୟବହାର କରୁଥିଲେ ଦେଖନ୍ତୁ ୯୦ ହଜାର ଟଙ୍କା ହରେଇଛନ୍ତି ଏହି ବ୍ୟକ୍ତି , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ କିଭଳି ଲୁଟୁଛନ୍ତି ସାଇବର ଫ୍ରଡ଼

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ର ଦୁନିଆଁ ରେ ସମସ୍ତ ବ୍ୟକ୍ତି ପୁରାତନ ପଦ୍ଧତି କୁ ନଆପଣେଇ ଟେକ୍ନୋଲୋଜି କୁ ବାଛିଥାନ୍ତି। ତେବେ କୁହାଯାଏ କି ସବୁ ଜିନିଷ ର ଉଭୟ ଭଲ ଓ ଖରାପ ଗୁଣ ରହିଥାଏ ।ସେହି ପରି ଆମେ ବ୍ୟବହାର କରୁଥିବା ଟେକ୍ନୋଲୋଜି ର ମଧ୍ୟ ଉଭୟ ଭଲ ଗୁଣ ଓ ଖରାପ ଗୁଣ ରହିଥାଏ। ଆମେ ନିଜ କୁ ଆଧୁନିକତାର ବ୍ୟକ୍ତି ବୋଲି କହି ଡିଜିଟାଲ ଭାରତକୁ ବ୍ୟବହାର କରିଛୁ।

କିନ୍ତୁ ଏମିତି କେତେକ ଅସାମାଜିକ ବ୍ୟକ୍ତି ରହିଛନ୍ତି ଯେଉଁ ମାନେ କି ନିଜର କୁକର୍ମ କୁ ସାଧନ କରିବା ପାଇଁ ଡିଜିଟାଲ ପଦ୍ଧତି କୁ ଆପଣେଇଛନ୍ତି ।ତେବେ ବର୍ତ୍ତମାନ ପ୍ରାୟ ସମସ୍ତ କାର୍ଯ୍ୟ ଡିଜିଟାଲ ବା ମୋବାଇଲ ର ଆପ ଗୁଡିକ ଦ୍ବାରା ସମ୍ଭବ ହୋଇପାରିଛି ।ଖାସ କରି ମନୀ ଟ୍ରାନଜାକସନ ।ଲୋକମାନେ ବର୍ତ୍ତମାନ କାହାକୁ ଟଙ୍କା ପଠାଇବାକୁ ବା କାହାଠୁ ଟଙ୍କା ନେବାକୁ ଆଉ ବ୍ୟାଙ୍କ ଯାଉ ନାହାଁନ୍ତି।

ବରଂ ନିଜ ମୋବାଇଲ ସାହାଯ୍ୟ ରେ ଘରେ ବସି ଏସବୁ କାର୍ଯ୍ୟ କରୁଛନ୍ତି। ସେହି ପରି ଏକ ଆପ ହେଉଛି ଫୋନ ପେ ଆପ। ଏହି ଆପ ଟି ବଧେ ଭାରତ ର ୮୦% ଲୋକ ବ୍ୟବହାର କରିଥାନ୍ତି। କିନ୍ତୁ ଜଣେ ବ୍ୟବସାୟୀ ଫୋନ ପେ ଆପ ବ୍ୟବହାର କରି ୯୦ ହଜାର ଟଙ୍କା ହରେଇଛନ୍ତି। ତେବେ ଆସାନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।

ଉଲ୍ଲେଖ ଯୋଗ୍ୟ ଯେ , ପାରାଦୀପ ର ସୋରଜ କୁମାର ମଣ୍ଡଳ ନାମକ ଜଣେ ମାଛ ବ୍ୟବସାୟୀ ଫୋନ ପେ ଆପ ରେ ତାଙ୍କର ୯୦ ହଜାର ଟଙ୍କା ହରେଇଛନ୍ତି ।ଏବଂ ଶିକାର ହୋଇଛନ୍ତି ସାଇବର ଫ୍ରଡ଼ ର ।ତାଙ୍କ କହିବା ଅନୁସାରେ ସେ ତାଙ୍କର ଜଣେ ବ୍ୟବସାୟୀ ଙ୍କୁ ୮ ହଜାର ଟଙ୍କା ପଠାଇ ଥିଲେ କିନ୍ତୁ ଟଙ୍କା ତାଙ୍କ ପାଖକୁ ନଯାଇ ପେଣ୍ଡିଙ୍ଗ ଦେଖାଗଲା ।ତେବେ ସେ ୨୪ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କଲେ ମାତ୍ର ତାଙ୍କ ନ ଫେରିବା ରୁ ସେ ଫୋନ ପେ କେୟାର କୁ କଲ କରିଥିଲେ ।ଆଉ ଶିକାର ହୋଇଥିଲେ ସାଇବର ଫ୍ରଡ଼ ର ।

ତେବେ ସେ ଫୋନ କରିଥିବା କେୟାର ନମ୍ବର ଟି ଥିଲା ଏକ ଫ୍ରଡ଼ ର ଯିଏକି ତାଙ୍କୁ ଟଙ୍କା ଫେରେଇବାର ବିଭିନ୍ନ ପ୍ରଣାଳୀ ଦେଖାଇ ଠକି ନେଇଥିଲା ୯୦ ହଜାର ଟଙ୍କା ।ସୋରଜ ଙ୍କର କହିବା ଅନୁସାରେ , ସେହି ବ୍ୟକ୍ତି ତାଙ୍କୁ ଟଙ୍କା ଫେରେଇବ କହି ପ୍ରଥମେ ଫୋନ ପେ ଅପନ କରିବାକୁ କହି ପ୍ରଥମେ ଫେଲ ହୋଇଥିବା ଟ୍ରାନଜାକସନ ଆଇଡି ମାଗିଥିଲା ଓ ପରେ ତାଙ୍କୁ ୨ ୪ ୯ ୦ ୧ ଏକ କଡ଼ ଦେଇ ଲୋଗ ଇନ କରିବାକୁ କହିଥିଲା। କିନ୍ତୁ ସେ ଯେତେବେଳେ ଏହାକୁ ଲୋଗ ଇନ କଲେ ସେତେବେଳେ ତାଙ୍କ ଆକାଉଣ୍ଟ ରୁ ଥର ଥର କରି ତିନି ଥର ମୋଟ ୯୦ ହଜାର ଟଙ୍କା କଟିଯାଇଥିଲା ।

ତେବେ ସେ ଠକେଇ ର ଶିକାର ହୋଇଛନ୍ତି ବୋଲି ଜାଣିପାରିବା ପରେ ,ପାରାଦ୍ୱୀପ ଥାନା ଓ ଭୁବନେଶ୍ୱର ବାଣିଜ୍ୟ ଥାନା ରେ ଏତଲା ଦେଇ ଏକ ମାମଲା ରୁଜ୍ଜୁ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।