ମହାରଥିଙ୍କ ଦେହତ୍ୟାଗ ପରେ ପଲ୍ଲବୀ ଓ ରୁଦ୍ର ଦେଲେ ବହୁତ ବଡ ଖୁସି ଖବର କ’ଣ ସତରେ

0

ମୃତ୍ୟୁ କାହାକୁ ଆଉ କେବେ କବଳିତ କରିବ ତାହା କେହି କହି ପାରିବେ ନାହିଁ। କାରଣ ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ। ଏହାକୁ କେହି ଚାହିଁଲେ ବି ଏଡାଇ ଦେଇ ବାରିବେ ନାହିଁ। ତେଣୁ ତେଣୁ ମୃତ୍ୟୁ କୁ ସାମ୍ନା କରିବା ଛଡା ଆଉ କିଛି ଉପାୟ ନାହିଁ ଆମ ପାଖରେ। ତେବେ ଏହି ସବୁ କଥା କହିବାର କାରଣ କିଛି ଦିନ ତଳେ ଓଡ଼ିଶା ର ଜଣେ ଆଗ ଧାଡ଼ିର ସୁପରିଚିତ ନେତା ପ୍ରଦୀପ ମହାରଥୀ ଙ୍କ ର ଦେହାନ୍ତ ହୋଇ ଯାଇଥିଲା। ତାହା ପୁଣି ପରିଣତ ବୟସ ପାଇଁ ନୁହେଁ। ଏହାକୁ ଆକସ୍ମିକ ମୃତ୍ୟୁ ବୋଲି କୁହାଯିବ। ଏହାକୁ ସହଜରେ ସାଧାରଣ ଲୋକେ ବିଶ୍ୱାସ କରି ପାରିଲେ ନାହିଁ।


ପ୍ରଦୀପ ମହାରଥୀ ଙ୍କ ବ୍ୟକ୍ତିତ୍ୱ ଯେମିତି ଥିଲା ତାଙ୍କର ସେଥିପାଇଁ ଦେହାନ୍ତ ହେବା ନେଇ ଖବର ପ୍ରସାରଣ ହେବା ଥିଲା ଅତ୍ୟନ୍ତ ଦୁଃଖଦ ପୂର୍ଣ। ତାହା ଛଡ଼ା ସବୁଠାରୁ ବଡ଼ ଦୁଃଖ ପୂର୍ଣ୍ଣ ଥିଲା ତାଙ୍କ ପରିବାର ଙ୍କ ର କାନ୍ଦଣା। ତାଙ୍କର ପୁଅ, ବୋହୂ ଏବଂ ଝିଅ ତାହା ସହିତ ପତ୍ନୀ ଙ୍କ ଆଖି ର ଲୁହ ସାଧରଣ ଲୋକ ଜଣେ ସହ୍ୟ କରି ପାରିବ ନାହିଁ। ତେବେ ତାଙ୍କ ର ମୃତ୍ୟୁ ପରେ ତାଙ୍କ ପରିବାର ର ସଦସ୍ୟ ମାନଙ୍କର ଆଖିରୁ ଲୁହ ଶୁଖି ନଥିବା ବେଳେ ଏକ ପରିବାର ପାଇଁ ସୁଖ ବା ଖୁସି ଖବର ଆସି ପହଂଚିଛି। ମହାରଥୀ ଙ୍କ ପରିବାର ରେ ଗୋଟିଏ ପଟେ ଜଣେ ସଦସ୍ୟ ଛାଡ଼ି ଚାଲି ଯାଇଥିବ ବେଳେ ଆଉ ଜଣେ ନୂଆ କୁନି ସଦସ୍ୟ ଆସିଛନ୍ତି।


ପରିବାର ର ଦୁଃଖ ଏବେ କିଛି ମାତ୍ରାରେ ଲାଘବ କରିବା ପାଇଁ ତାଙ୍କ ପରିବାର ରେ କୁନି ଝିଅ ର ଜନ୍ମ ହୋଇଛି। ଯିଏକି ପ୍ରଦୀପ ମହାରଥୀ ଙ୍କ ନାତୁଣୀ ହେବେ। ମହାରଥୀ ଜେଜେ ଡାକ ଶୁଣିବା ପୂର୍ବରୁ ଆଖି ବୁଜି ଦେଲେ। ତେବେ ଏହା ହେଉଛି ତାଙ୍କ ପରିବାର ପ୍ରତି ଏକ ସୁଖ ର ମୁହୂର୍ତ୍ତ। ଆପଣ ଜାଣିଥିବେ ମହାରଥୀ ଙ୍କ ଝିଅ ହେଲେ ପଲ୍ଲବୀ ମହାରଥୀ। ଯିଏକି କିଛି ମାସ ହେଲା ଓଡ଼ିଆ ସିନେ ଷ୍ଟାର ଅର୍ଦ୍ଧେନ୍ଦୁ ଙ୍କୁ ବିବାହ କରିଛନ୍ତି। ତେବେ ସେମାନେ ଏହି ବିବାହ ବନ୍ଧନରେ କିଛି ମାସ ହେଲା ବାନ୍ଧି ହୋଇଛନ୍ତି।


କିନ୍ତୁ ଅପର ପକ୍ଷରେ ମହାରଥୀ ଙ୍କର ପୁଅ ରୁଦ୍ର ପ୍ରତାପ ମହାରଥୀ। ଯିଏକି ବିବାହ କରିଥିଲେ ଜାଗୃତି ମହାରଥୀଙ୍କୁ ଅର୍ଥାତ ମହାରଥୀ ଙ୍କ ବୋହୂ ହେଲେ ଜାଗୃତି। ତେଣୁ ଏହି ନୂଆ ଅତିଥି ଜଣକ ହେଲେ ରୁଦ୍ର ପ୍ରତାପ ଙ୍କ ଝିଅ । ତେଣୁ ମହାରଥୀ ଜେଜେ ହୋଇଗଲେ ତାଙ୍କ ମୃତ୍ୟୁ ପରେ। ତେବେ ଏହାକୁ ନେଇ ତାଙ୍କ ପରିବାର ଲୋକେ କିଛି ମାତ୍ରାରେ ଆନନ୍ଦ ପାଇ ପାରିଛନ୍ତି। କିନ୍ତୁ ଅପର ପକ୍ଷରେ ପ୍ରଦୀପ ମହାରଥୀ ଯେଉଁ ଛାପ ଛାଡି ଯାଇଛନ୍ତି ରାଜନୀତି ଦୁଅନିଆର ତାର ଭରପାଇ କେହି କରି ପାରିବେ ନାହିଁ। ତାଙ୍କର ଵ୍ୟକ୍ତିତ୍ୱ ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।