ସର୍ଭେ ରିପୋର୍ଟ ମୁତାବିକ୍ ନବୀନ ହେଉଛନ୍ତି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ , ତଥାପି କାହିଁକି ଓଡିଶାକୁ ଗରିବ ରାଜ୍ୟ ମାନଙ୍କ ମଧ୍ୟରେ ଗଣନା କରାଯାଏ ! ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ଜଣାନ୍ତୁ ?

0

ଆମ ଓଡ଼ିଶା ଯାହା କୁ ନେଇ ଆମେ ଗର୍ବିତ, ଓ ଆମର ଓଡ଼ିଶା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅଟେ। ମାତ୍ର ଏବେ ଏହି ସମୟ ରେ ପ୍ରଶ୍ନ ଉଠୁଛି ଯେ ଓଡ଼ିଶା ରେ ସମସ୍ତ ପ୍ରାକୃତିକ ସୌନଦର୍ଯ୍ୟ ରହି ମଧ୍ୟ , ସମସ୍ତ ପ୍ରାକୃତିକ ସମ୍ବଳ ଥାଇ ମଧ୍ୟ ଓଡ଼ିଶା ଏତେ ତଳେ କାହିଁକି, ଏତେ ଗରିବ କାହିଁକି?? ଗୋଟିଏ ରାଜ୍ୟ ସେତେବେଳେ ଗରିବ ହୋଇଥାଏ ।

ଯେଉଁ ସମୟରେ ସେହି ରାଜ୍ୟ ର ଲୋକମାନଙ୍କର ମୁଣ୍ଡ ପିଛା ଆୟ ସେହି ରାଜ୍ୟ ର ଜିଡିପି ଏବଂ ସେହି ରାଜ୍ୟ ର ପପୁଲେସନ୍ କୁ ବିଭାଜିତ କଲେ ବାହାରିବା । ତେବେ ଓଡ଼ିଶା ର ଏଭଳି ଅନେକ ଗ୍ରାମ ଅଛି ଯେଉଁଠି ଭଲ ରାସ୍ତା ଅଛି ନା ଭଲ ବିଦ୍ୟୁତ୍ ସଂଯୋଗ ଅଛି।

ତେବେ ଏବେ କା ସମୟରେ ବିକାଶ ର ଏକ ମୁଖ୍ୟ ମାଧ୍ୟମ ହେଉଛି ଇଣ୍ଟରନେଟ୍, ହେଲେ ଓଡ଼ିଶାରେ ମଧ୍ୟ କିଛି ଏଭଳି ସ୍ଥାନ ରହିଛି ଯେଉଁଠି ନେଟ୍ ର ଆଦୋ ସୁବିଧା ଉପଲବ୍ଧ ନାହିଁ। ଏବଂ ପ୍ରତ୍ୟେକ ସ୍ଥାନ ରେ ମେଡିକାଲ୍ ର ଉପସ୍ଥିତି। ଯଦି କୌଣସି ବ୍ୟକ୍ତି ର ହଟାତ୍ କିଛି ହୁଏ ତାହା ମେଡିକାଲ୍ ଅଭାବରୁ ଚିକିତ୍ସିତ ହୋଇ ପାରୁନାହାଁନ୍ତି । ଓଡ଼ିଶା ରେ ରହୁଥିବା ଆଦିବାସୀ ଜନ ଜାତି ର ଲୋକ ମାନଙ୍କ ର ବିକାଶ ନିହାତି ଆବଶ୍ୟକ ଅଟେ । ଏହା ସହିତ ଓଡ଼ିଶା ର ବିକାଶ ଓ ପ୍ରାକୃତିକ ପରିବେଶ କୁ ସାମ୍ନା ରେ ରଖି କାର୍ଯ୍ୟ କରିବା ଉଚିତ୍ ।

କାରଣ ଓଡ଼ିଶା ଯେତେ ବିକାଶ ପଥ କୁ ଗଲେ ମଧ୍ୟ ଓଡ଼ିଶାର ପ୍ରତ୍ୟେକ ବର୍ଷ ହେଉଥିବା ବନ୍ୟା,ବାତ୍ୟା ଓଡ଼ିଶା କୁ ବହୁତ୍ ଅର୍ଥନୈତିକ କ୍ଷତି ସହିବାକୁ ପଡୁଛି । ନ୍ୟାସନାଲ କ୍ରାଇମ୍ ରିପୋର୍ଟ୍ ଅନୁସାରେ ଓଡ଼ିଶା ସରକାରୀ ଅଫିସ୍ ମାନଙ୍କ ରେ କରପରେସନ୍ ରେ ଦ୍ଵିତୀୟ ସ୍ଥାନ ରେ ରହିଛି ।

ତେବେ ଯେଉଁ ରାଜ୍ୟ ର କରପସନ୍ ବଢ଼ି ଚାଲିବ ସେ ରାଜ୍ୟ ନିଶ୍ଚିତ ଭାବେ ତଳକୁ ଯିବ ଓ ଯାହା ଦ୍ଵାରା କୌଣସି କମ୍ପାନୀ ସେ ରାଜ୍ୟ କୁ ଆସିବେ ନାହିଁ । ତେବେ ସରକାର ବହୁତ୍ ଗୁଡାଏ ସ୍କିମ୍ ର ଆରମ୍ଭ କରିଛନ୍ତି ମାତ୍ର ଯେଉଁ ମାନେ ଏହି ସବୁ ର ଲାଭ ପାଇବା କଥା ବା ସରକାର ଯେଉଁ ମାନଙ୍କ ପାଇଁ ଏ ସବୁ କରୁଛନ୍ତି ତାହା ତାଙ୍କ ପାଖରେ ପହଞ୍ଚି ପାରୁନାହିଁ । ହେଲେ ଅନ୍ୟ ଲୋକ ମାନେ ଏହାର ଫାଇଦା ଉଠାଉଛନ୍ତି ।

ଏଥି ସହିତ ମଧ୍ୟ ରାଜ୍ୟ ର ବିକାଶ ରାଜ୍ୟ ର ଲୋକ ମାନଙ୍କ ଉପରେ ବହୁତ୍ ପ୍ରଭାବ ପକାଇ ଥାଏ । ଓଡ଼ିଶା ର ଲୋକ ମାନେ ନିଜର ସଂସ୍କୃତି କୁ ଓ ନିଜର ଭାଷା କୁ ଭୁଲି ଅନ୍ୟ ରାଜ୍ୟ ର ସଂସ୍କୃତି ,ଭାଷା କୁ ଅନୁସରଣ କରୁଛନ୍ତି । ଏହା ସହିତ ମଧ୍ୟ ନାରୀ ମାନଙ୍କୁ ଅସମାନିତ କରିବା , ଏବଂ ନାରୀ ମାନଙ୍କୁ ସ୍ଵାଧୀନତା ନ ଦେବା ଏହା ସବୁ ମଧ୍ୟ ଗୋଟିଏ ଗୋଟିଏ ମାଧ୍ୟମ ରାଜ୍ୟ କୁ ଗରିବ କରିବାରେ ।

ଆମ ଓଡ଼ିଶା ସବୁ ରେ ପରିପୂର୍ଣ୍ଣ ଅଟେ। ହେଲେ ଯେଉଁ ସବୁ କାରଣ ପାଇଁ ଓଡ଼ିଶା କୁ ଗରିବ ରାଜ୍ୟ ବୋଲି କୁହା ଯାଉଛି ତାହା କୁ ବଦଳାଇବା ବହୁତ୍ ଆବଶ୍ୟକ ଅଟେ। ଓଡ଼ିଶା କୁ ଉନ୍ନତୀ ଦିଗରେ ଆଗେଇନେବା ଆମ ସମସ୍ତ ଓଡ଼ିଶା ବାସୀ ଙ୍କ ର ଦାୟିତ୍ଵ।।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।