ରାତାରାତି ପଥର କରିଦେଲା ଏ ଗରିବ ଲୋକକୁ କୋଟିପତି, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା, ଯାହାକୁ ନେଇ ଏବେ ସାରା ବିଶ୍ୱ ରେ ଚର୍ଚ୍ଚା ର ବିଷୟ।

0

କଥା ରେ ଅଛି ଭାଗ୍ୟ ଯେତେବେଳେ ସପକ୍ଷରେ ଆସେ ତେବେ ରାତା ରାତି ସାଧାରଣ ଲୋକ ଜଣେ କୋଟିପତି ହୋଇ ଯାଆନ୍ତି। ସେହି ପରି ଘଟଣା କେବଳ ଖୁବ ଅଳ୍ପ ଜଣଙ୍କ ଭାଗ୍ୟରେ ଘଟି ଥାଏ। ତେବେ ଆଜି ଏକ ସେପରି ସତ୍ୟ ଘଟଣା ଆପଣଙ୍କ ସାମ୍ନା ରେ ରଖିବାକୁ ଯାଉଛୁ ଆମେ। ଆସନ୍ତୁ ଜାଣିବା କିପରି ଏହି ବ୍ୟକ୍ତି ଜଣକ ରାତା ରାତି କୋଟି ପତି ସାଜିଗଲେ। ସେ ନିଜେ ମଧ୍ୟ ଏହାକୁ ସହଜରେ ବିଶ୍ୱାସ କରି ପାରି ନଥିଲେ। କାରଣ ଏହା କେବଳ ଖୁବ ଅଳ୍ପ ସମୟରେ ଘଟି ଯାଇଥିଲା। ତେବେ ସମ୍ପୂର୍ଣ୍ଣ ଘଟଣା କଣ ଆସନ୍ତୁ ଶୁଣିବା।


ଏହି ଘଟଣା ଟି ଘଟିଥିଲା ଆଫ୍ରିକା ଦେଶ ର ତାଞ୍ଜାନିଆ ଅଂଚଳରେ। ଏହି ଅଂଚଳ ରେ ଅନେକ ଶ୍ରମିକ ଜାତିର ଲୋକ ବାସ କରନ୍ତି। ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନ ଥିବାରୁ ସେମାନେ ଶ୍ରମିକ ଭାବରେ ଦିନ ମଜୁରିଆ କରନ୍ତି। ତେବେ ସେହି ପରି ଜଣେ ଶ୍ରମିକ ହେଲେ ଲାଇଜର। ସେ ପ୍ରାୟ ପ୍ରତିଦିନ ଏପରି ଏକ ମଜୁରିଆ ଭାବରେ ଅର୍ଥ ଉପାର୍ଜନ କରି ନିଜ ପରିବାର ପୋଷଣ କରନ୍ତି। ଲାଇଜର ସାଧାରଣତଃ ଏକ ଖଣି ଶ୍ରମିକ ଭାବରେ କାମ କରିଥାନ୍ତି। କାରଣ ତାଞ୍ଜାନିଆ ରେ ଅନେକ ଖଣି ଖାଦାନ ରହିଛି। ଏହି ଖଣି ଖାଦାନ ରେ ଅନେକ ରତ୍ନ ସବୁ ମିଳିଥାଏ। ଯାହାକୁ ସରକାର ନେଇ ଅନ୍ୟ ଦେଶ କୁ ପଠେଇ ଥାନ୍ତି।

କିନ୍ତୁ ଲାଇଜର ସେଦିନ ନିଜ ଅଞ୍ଚଳରେ କିଛି ଖଣି ଖୋଳୁ ଥିବା ବେଳେ ତାଙ୍କୁ ତିନିଟି ପଥର ଖଣ୍ଡ ମିଳିଥିଲା। ଆଉ ଏହି ପଥର ଖଣ୍ଡ ତାଙ୍କୁ ଏମିତି କୋଟି ପତି କରିଦେବ ବୋଲି ସେ ମଧ୍ୟ ଭାବି ନଥିଲେ। କାରଣ ସେହି ପଥର ଖଣ୍ଡ ଗୁଡିକ କୌଣସି ସାଧାରଣ ପଥର ନଥିଲା। ଏଗୁଡିକ ରତ୍ନ ଥିଲା। ତେଣୁ ସେ ପାଇଥିବା ତିନିଟି ପଥର ଖଣ୍ଡ ର ମୁଲ୍ୟ ପ୍ରାୟ ୩୨ କୋଟି ରୁ ଅଧିକା ଥିଲା।


ସୂଚନା ଅନୁଯାୟୀ ଲାଇଜର ଏହି ପଥର ଖଣ୍ଡ ଗୁଡିକୁ ନେଇ ବିକ୍ରି କରିବା ପରେ ସେଥିରୁ ପ୍ରାୟ ୩୨ କୋଟି ରୁ ଅଧିକ ଟଙ୍କା ଚେକ ଆକାରରେ ପାଇଥିଲେ। ତାଙ୍କ କହିବା କଥା ଦୁଇଟି ପଥର ସେ ପ୍ରଥମେ ପାଇଥିଲେ। ଯାହାର ଓଜନ ଥିଲା ୧୪ କେଜି। ଆଉ ଏମାନଙ୍କର ମୁଲ୍ୟ ବି ସେପରି ଥିଲା। ଦ୍ୱିତୀୟ ର ଯେତେବେଳେ ସେ ଅନ୍ୟ ପଥର ଖଣ୍ଡ ଟି ପାଇଲେ ତାର ଓଜନ ଥିଲା ୬ କେଜି। ତେବେ ଏହି ତିନିଟି ପଥର ଯାକ ର ସମ୍ପୂର୍ଣ୍ଣ ମୂଲ୍ୟ ଥିଲା ୩୨ କୋଟିରୁ ଅଧିକ।  ତେବେ ଲାଇଜର କହିଥିଲେ ଏହି ଟଙ୍କା କୁ ନେଇ ସେ ତାଙ୍କ କମ୍ୟୁନିଟି ରେ ଏକ ହସ୍ପିଟାଲ, ଏକ ବିଶ୍ୱବିଦ୍ୟାଳୟ ଏବଂ ଜନ ମଙ୍ଗଳ କାମ କରିବାର ଯୋଜନା ରଖିଛନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।