ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି ତାଙ୍କର ଖାଦ୍ୟ ଓ ବାସଗୃହ ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ

0

ବର୍ତ୍ତମାନ ଲୋକମାନେ ବିଶ୍ୱ ରେକର୍ଡ କରିବା ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।କିଏ ନିଜର ଲମ୍ବା କେଶ କୁ ନେଇ ବିଶ୍ୱ ରେକର୍ଡ କରିଛନ୍ତି ତ କିଏ ନିଜର ଦୌଡ଼ , ଗୀତ ,ଅଭିନୟ ଆଦି କୁ ନେଇ ବିଶ୍ୱ ରେକର୍ଡ କରିଛନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ବିଶ୍ୱ ରେକର୍ଡ କଥା କହିବାକୁ ଯାଉଛୁ ଯାହା ଆପଣ ଆଗରୁ କେବେବି ଶୁଣି ନ ଥିବେ ନିଶ୍ଚିତ ।ତେବେ ଆମେ ଆଜି ଆପଣଂକୁ ଏମିତି ଜଣେ ବ୍ୟକ୍ତି ଙ୍କ ବିଷୟରେ ଜଣେଇବୁ ଯିଏକି ବର୍ତ୍ତମାନ ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତି ଭାବରେ ରେକର୍ଡ କରିଛନ୍ତି ।କଥା ଟା ଟିକିଏ ଆଜିବ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ ।ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ସୂଚନାଯୋଗ୍ୟ ଯେ , କୋରିଆ ର ଜଣେ ୮୩ ବାର୍ଷିକ ବୃଦ୍ଧ ବ୍ୟକ୍ତି ଆମୁକ ବିଶ୍ୱ ଅପରିଷ୍କାର ବ୍ୟକ୍ତି ଭାବରେ ରେକର୍ଡ କରିଛନ୍ତି ।ସେ ବିଗତ ୬୫ ବର୍ଷ ହେଲା ଗାଧେଇ ନାହାନ୍ତି କି ନିଜ ଦେହ ରେ ଏକ ବୁନ୍ଦା ପାଣି ବି ପକେଇ ନାହାନ୍ତି ।ତେବେ ଆମୁକ ଙ୍କର ଏପରି କରିବା ପଛରେ କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମୁକ ଙ୍କର କହିବା ଅନୁସାରେ ତାଙ୍କୁ ପାଣି କୁ ଛୁଇଁବା କୁ ବହୁତ ଡର ଲାଗେ ।ତେଣୁ ସେ ୬୫ ବର୍ଷ ହେବ ଥରେ ବି ଗାଧେଇ ନାହାନ୍ତି । ଖାଲି ଏତିକି ନୁହେଁ ବରଂ ତାଙ୍କୁ ପାଣି କୁ ଦେଖିଲେ ଡର ଲାଗେ ।ସେ ପରିଷ୍କାର ର ରହିବାକୁ ପସନ୍ଦ କରନ୍ତି ନାହିଁ ।ତେଣୁ ସେ ତାଙ୍କ ଗ୍ରାମ ଠାରୁ ଦୂରରେ ମାଟି ତଳେ ଗାତ କରି ରହିଛନ୍ତି ।ସେ କହିଛନ୍ତି ଯେ ସେ ମାଟିରେ ରହୁଛନ୍ତି ଅପରିଷ୍କାର ଭାବରେ ରହୁଛନ୍ତି ସେହି କାରଣ ରୁ ଏବେ ପର୍ଯ୍ୟନ୍ତ ସେ ସୁସ୍ଥ ରହିଛନ୍ତି ।

ତାଙ୍କର ଖାଦ୍ୟ ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ ନିଶ୍ଚିତ । ଆମୁକ ଙ୍କୁ ରନ୍ଧା ଓ ପରିଷ୍କାର ଖାଇବା ଭଲ ଲାଗେ ନାହିଁ ତେଣୁ ସେ ପ୍ରାକୃତିକ ଉପାୟରେ ମରିଯାଇଥିବା ପଶୁପକ୍ଷୀ ଓ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମଣିଷ ଙ୍କର ପଚା ମାଂସ କୁ ନିଜର ଖାଦ୍ୟ ରୂପରେ ଗ୍ରହଣ କରିଥାନ୍ତି। ସେ କହିଛନ୍ତି ଯେ ପାଣି କୁ ଛୁଇଁଲେ ତାଙ୍କ ଦେହ ରେ ଇନଫେକ୍ସନ ହୋଇଥାଏ ।ତେଣୁ ସେ କେବେ ବି ପାଣି କୁ ଛୁଇଁନ୍ତି ନାହିଁ ଏବଂ ଗାଧେଇ ନାହାନ୍ତି।

ସେଠାକାର ଲୋକ ମାନଙ୍କ ର କହିବା ଅନୁସାରେ ଆମୁକ ଙ୍କ ପରିବାର ରେ କେହି ନାହାନ୍ତି ସେ ବହୁତ ଦୀନରୁ ଏପରି ଗ୍ରାମ ଠାରୁ ଦୂରରେ ଏକ ଗାତ କରି ରହୁଥିଲେ ଏବଂ ଏବେ ଲୋକମାନେ ତାଙ୍କ ପାଇଁ ଏକ ଚାଳ ଛପର ଘର ପ୍ରସ୍ତୁତ କରିଛନ୍ତି । ସେମାନେ କହିଛନ୍ତି ଯେ ଆମୁକ ଙ୍କୁ ସିଗାରେଟ ଟାଣିବାକୁ ଭଲ ଲାଗେ ଆଉ ଲୋକମାନେ ତାଙ୍କୁ ତମାଖୁ ଆଣି ଦିଅନ୍ତି କିନ୍ତୁ ଯେତେବେଳେ ତମାଖୁ ସରି ଯାଏ ସେତେବେଳେ ସେ ପଶୁପକ୍ଷୀ ଙ୍କର ପଚା ଶରୀର କୁ ତମାଖୁ ଭାବରେ ଗ୍ରହଣ କରି ସିଗାରେଟ ଟାଣନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।