ଜାଣନ୍ତୁ ଶ୍ରୀ ଜଗନ୍ନାଥ ମନ୍ଦିର ର ଏହି ୭ଟି ଅଦ୍ଭୁତ ରହସ୍ୟ , ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

ଓଡ଼ିଶା ଏକ ମନ୍ଦିର ମାଳିନୀ ରାଜ୍ୟ। ଏଠାରେ ସବୁ ଦେବା ଦେବୀ ପୂଜା ପାଇଥାନ୍ତି। ତେବେ ଏଠାରେ ଚାରୋଟି ଧାମ ଦେଖିବାକୁ ମିଳିଥାଏ। ଚାରୋଟି ଧାମ ଭିତରୁ ଗୋଟିଏ ଧାମ ଜଗନ୍ନାଥ ଧାମ। ଏହା ପୁରୀ ଜିଲ୍ଲାରେ ଅବସ୍ଥିତ। ପୁରାଣ ରେ ଜଗନ୍ନାଥଙ୍କ ପୁରୀ କୁ ପୃଥିବୀ ର ବୈକୁଣ୍ଠ ବୋଲି କୁହା ଯାଇ ଥାଏ। ଚାରୋଟି ଧାମ ରେ ବିଷ୍ଣୁ ଭଗବାନ ଙ୍କ ଚାରୋଟି ଅବତାର ଦେଖିବାକୁ ମିଳିଥାଏ,ସେମାନଙ୍କ ମଧ୍ୟରୁ ଏକ ଅବତାର ହେଉଛନ୍ତି ଜଗନ୍ନାଥ।

ଏହାକୁ ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ନୀଳା ଚଳ, ନୀଳଗିରି ଓ ଶ୍ରୀ ଜଗନ୍ନାଥଙ୍କ ପୁରୀ ଧାମ ମଧ୍ୟ କୁହାଯାଏ। ସଂସାର ର ବଡ଼ ଠାକୁର ଭାବେ ଜଗନ୍ନାଥ ପୂଜା ପାଇଥାନ୍ତି। ଏହି ମନ୍ଦିର ର ମହାତ୍ମା ବହୁତ୍ ସୁନ୍ଦର। ଆଜି ଆମେ ଆପଣ ବଡ଼ ଦେଉଳ ର ରହସ୍ୟ ବିଷୟ ରେ ଜଣାଇବୁ ଯାହା ଆପଣ ମାନେ ଅବଗତ ନାହାଁନ୍ତି।

ମାଆ ଲକ୍ଷ୍ମୀ ଙ୍କ ପାଇଁ ଜଗନ୍ନାଥ ଅନେକ ଲୀଳା କରିଛନ୍ତି। ବ୍ରହ୍ମା ଓ ସ୍କନ୍ଧ ପୁରାଣ ଅନୁସାରେ ପୁରୀ ରେ ପ୍ରଭୁ ବିଷ୍ଣୁ ପୁରୁଷୋତ୍ତମ ନୀଳ ମାଧବଙ୍କ ଅବତାର ଧାରଣ କରିଥିଲେ। ଶବର ଜାତି ଙ୍କ ଠାକୁର ଭାବେ ପୂଜା ପାଉଥିଲେ। ତେବେ ଜଗନ୍ନାଥ ମନ୍ଦିରର ମହିମା ଦେଶ ରେ ନୁହଁ ବିଶ୍ଵ ରେ ପ୍ରସିଦ୍ଧି ଲାଭ କରିଛି। ହିନ୍ଦୁ ମାନଙ୍କ ମୁଖ୍ୟ ଦେବତା ଭାବେ ପୂଜା ପାନ୍ତି ବଡ଼ ଠାକୁର, ଭକ୍ତ ଙ୍କ ଦୁଃଖ ସୁଖ ରେ ସାହା ହୋଇ ଘଣ୍ଟ ର ଛାୟା ଘୋଡାଇ ରଖିଥାନ୍ତି ବୋଲି ଓଡ଼ିଶା ବାସୀ ଙ୍କ ବିଶ୍ୱାସ।

ବର୍ଷ ବର୍ଷ ଧରି ନିଷ୍ଠା ସହିତ ପୂଜା କରୁଛନ୍ତି ଭକ୍ତ ମାନେ। ମନ୍ଦିର ଭିତରେ ଶବର ଜାତି ର ପୂଜାରୀ ସହିତ ବ୍ରାହ୍ମଣ ଜାତିର ପୂଜାରୀ ମାନେ ମଧ୍ୟ ଅଛନ୍ତି। ପ୍ରତ୍ୟେକ ଦିନ ବହୁ ସଂଖ୍ୟା ର ଭକ୍ତ ଦର୍ଶନ ଲାଗି ଆସିଥାନ୍ତି। ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଠାରୁ ଆଷାଢ଼ ମାସ ପୂର୍ଣ୍ଣିମା ଯାଏ ଶବର ଜାତି ର ଦଇତା ପତି ମାନେ ପ୍ରଭୁ ଙ୍କ ରୀତି କରିଥାନ୍ତି। ଦେଉଳ ଭିତରେ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ଉଭା ହୋଇଛନ୍ତି କୋଟି କୋଟି ଭକ୍ତ ଙ୍କ ସାଆନ୍ତ କାଳିଆ ଠାକୁର। ପ୍ରତି ବର୍ଷ ରଥ ଯାତ୍ରା ଦେଖିବାକୁ ମିଳି ଥାଏ। ଏହା ସଂସାର ର ପ୍ରସିଦ୍ଧ ଯାତ୍ରା ଅଟେ।

1.ଶ୍ରୀ ମନ୍ଦିର ର ଉପର ଚୁଳି ରେ ଲାଲ୍ ପତାକା ଉଡୁ ଥାଏ। ଏହା ପବନ ର ବିପରୀତ ଦିଗରେ ଉଡି ଥାଏ। ଏହା ର କାରଣ ଆଜି ଯାଏ ଜଣା ପଡି ନାହିଁ। ତେବେ ପ୍ରତି ଦିନ ସନ୍ଧ୍ୟା ରେ ପତାକା ବଦଲା ଯାଇ ଥାଏ,ପତାକା ରେ ଶିବ ଙ୍କ ଚନ୍ଦ୍ର ଚିହ୍ନ ଦେଖିବାକୁ ମିଳିଥାଏ।

2.ଦ୍ଵିତୀୟ ରହସ୍ୟ ହେଉଛି ସୁଦର୍ଶନ ଚକ୍ର। ଚୁଳୀ ର ଉପରେ ଏକ ସୁଦର୍ଶନ ଚକ୍ର ଲାଗିଛି,ତାହା କୌଣସି ଦିଗରୁ ଦେଖିଲେ ଲାଗିବ ଆପଣ ଙ୍କ ଆଡ଼କୁ ହୋଇଛି। ଏହାକୁ ନୀଳ ଚକ୍ର ମଧ୍ୟ କୁହାଯାଏ। ଏହା ଅଷ୍ଟ ଧାତୁ ରେ ତିଆରି ଓ ଅଧିକ ପବିତ୍ର ବୋଲି ମନା ଯାଏ। 3.ତୃତୀୟ ରେ କୌଣସି ଦିଗ ରେ ମନ୍ଦିର ର ଛାଇ ପଡି ନଥାଏ।ଏହା ଦୁନିଆ ର ସବୁ ଠୁ ବଡ଼ ମନ୍ଦିର।

4.ଚତୁର୍ଥ ରେ ପବନ ର ବେଗ। ସବୁବେଳେ ସମୁଦ୍ର ରୁ ଭୂମୁ ଆଡକୁ ଯାଇଥାଏ,କିନ୍ତୁ ଏଠାରେ ବିପରୀତ ଭୂମି ରୁ ସମୁଦ୍ର ଆଡକୁ ଯାଇଥାଏ।
5.ପଞ୍ଚମ ହେଉଛି ମନ୍ଦିର ର ଶିଖର ରେ କୌଣସି ପକ୍ଷୀ ଯାଏ ନାହି କି ବସେ ନାହି ଏମିତି କି ଉଡା ଜାହାଜ ମଧ୍ୟ ଯାଏ ନାହି।
6.ଷଷ୍ଠ ରେ ହେଉଛି ମହାପ୍ରସାଦ ଯାହାକି ଗୋଟେ ଦିନ ରେ ୨୦ ଲକ୍ଷ ଭକ୍ତ ଖାଇଥାନ୍ତି,ହେଲେ ଚମତ୍କାର ହେଉଛି ଯେ ୭ ଟି ହାଣ୍ଡି ଗୋଟେ ଉପରେ ଗୋଟେ ରଖି ଚୁଲି ରେ ରୋଷେଇ ହୋଇ ଥାଏ ହେଲେ ସବୁଠୁ ଉପରେ ଥିବା ହାଣ୍ଡି ପ୍ରଥମେ ରୋଷେଇ ହୋଇଥାଏ।
7.ସପ୍ତମ ରେ ସମୁଦ୍ର ର ଧ୍ଵନି ମନ୍ଦିର ର ପ୍ ପ୍ରଥମେ ପାଦ ଦେଉ ଦେଉ ସମୁଦ୍ର ର ଧ୍ଵନି ଶୁଣା ଯାଏ ନାହି ହେଲେ ଯେମିତି ବାହାରେ ପାଦ ରଖିବେ ଶୁଣା ଯାଉଥାଏ ସନ୍ଧ୍ୟା ସମୟରେ ଏହାର ଅନୁଭବ ଅଲୌକିକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।