ଆଗକୁ ଆସିବାକୁ ଯାଉଛି ଏବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ। ଜାଣନ୍ତୁ ଏଯାଏଁ କେତେ ଶୁଭ ଓ କେତେ ଅଶୁଭ।

0

୨୦୨୦ ବର୍ଷ ଟି ଅନ୍ୟ ବିଗତ ହଜାର ହଜାର ବର୍ଷ ମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ୱତନ୍ତ୍ର ଅଟେ ।ଏହି ବର୍ଷ ରେ ଗୋଟିଏ ପରେ ଗୋଟିଏ ଅଦ୍ଭୂତପୂର୍ବ ଘଟଣା ଘଟିବାରେ ଲାଗିଛି । ତେବେ ଚଳିତ ବର୍ଷର ଆରମ୍ଭ ରୁ ହିଁ ଏକ ଅଜଣା ଭୂତାଣୁ ତଥା କରନା ଭୂତାଣୁ (COVID-19) ର ଆତଙ୍କ ଆରମ୍ଭ ହୋଇଥିଲା ଯାହାକି ଏବେ ପର୍ଯ୍ୟନ୍ତ ଥମିବାର ନାମ ନେଉନାହିଁ। ତା ସଙ୍ଗରେ ପୁଣି ଚଳିତ ବର୍ଷର ପାଣିପାଗ ମଧ୍ୟ ଆମ ପରିବେଶର ଖିଲାଫ ଯାଉଛି । ଖାଲି ଏତିକି ନୁହେଁ ବରଂ ଏ ବର୍ଷ ରେ ପ୍ରାୟ ୪ ରୁ ୫ ଥର ସାମୁଦ୍ରିକ ଝଡ଼ ସହ ପ୍ରବଳ ବର୍ଷା ସହ ଘୁର୍ଣ୍ଣିବଳୟ ମଧ୍ୟ ଦେଖାଯାଉଛି ।


ଏହା ଛଡ଼ା ଚଳିତ ବର୍ଷ ପ୍ରାୟ ୩ ଥର ଚନ୍ଦ୍ର ରେ ଗ୍ରହଣ ଲାଗିଥିଲା । ଏବଂ ସେହି ତିନୋଟି ଚନ୍ଦ୍ର ଗ୍ରହଣ ଯଥାକ୍ରମେ ୧୦ ଜାନୁୟାରୀ ୨୦୨୦ , ୫ ଜୁନ ଏବଂ ୫ ଜୁଲାଇ ୨୦୨୦ ରେ ଲାଗିଥିଲା । ତେବେ ଏହି ବର୍ଷ ର ଚତୁର୍ଥ ତଥା ଶେଷ ଚନ୍ଦ୍ର ଗ୍ରହଣ ଆଗାମୀ ଦିନରେ ଲାଗିବାକୁ ଯାଉଛି । ସେହି ଚନ୍ଦ୍ର ଗ୍ରହଣ ଟି ନଭେମ୍ବର ୩୦ ତାରିଖ ତଥା କାର୍ତ୍ତିକ ପୂର୍ଣ୍ଣିମା ରେ ଲାଗିବାର ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ପୂର୍ବନୁମାନ ଦେଇଛନ୍ତି । ଆମର ସଂସ୍କୃତି ଅନୁସାରେ ଚନ୍ଦ୍ର ଗ୍ରହଣ ର ୩ ଘଣ୍ଟା ପୂର୍ବରୁ ଏବଂ ଏହାର ୪ ଘଣ୍ଟା ପର୍ଯ୍ୟନ୍ତ ହାଣ୍ଡି ଛାଡ଼ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ ଟି ବିଷୟରେ ସଂକ୍ଷିପ୍ତ ଟିପିଣୀ ।  ସୂଚନା ଅନୁସାରେ , ଏହି ଚନ୍ଦ୍ର ଗ୍ରହଣ ଟି ଏହି ବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ ହେବ। ଏହା ଭାରତ ସହ ଉତ୍ତର ଆମେରିକା ,ଦକ୍ଷିଣ ଆମେରିକା ଏବଂ ଇଉରୋପ ର ଆକାଶରେ ଦେଖା ହେବ । ଏହି ଚନ୍ଦ୍ର ଗ୍ରହଣ ଟି ଦିନରେ ଲାଗିବ ବୋଲି ଜଣାଯାଇଛି । ସଂକ୍ଷିପ୍ତ ଟିପିଣୀ :-


୧.ଏହି ଚନ୍ଦ୍ରଗ୍ରହଣ ଟି ନଭେମ୍ବର ୩୦ ତାରିଖ ସୋମବାର ଦିନ ଆପରାହ୍ଣ ରେ ଲାଗିବାକୁ ଯାଉଛି ଯାହାକୁ ଉପଛାୟା ଚନ୍ଦ୍ରଗ୍ରହଣ କୁହାଯାଇଛି । ଏହାର ଲାଗିବାର ସମୟସୀମା ଆରମ୍ଭ ହେଉଛି ଅପରାହ୍ନ ୧ ଟାଏ ୪ ମିନିଟ ସମୟରେ ଏବଂ ଶେଷ ହେବ ୫ ଟା ୨୨ ମିନିଟ ରେ । ତେବେ ସର୍ବାଧିକ ଗ୍ରାସ ସମୟ ହେଉଛି ୩ ଘଟିକା ୧୩ ମିନିଟ ଅଟେ ।

୨. ଏହି ଗ୍ରହଣ ଟି ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଏଥିରେ ପାକଛାଡ଼ ବା ହାଣ୍ଡିଛାଡ଼ ହେବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

୩. ଏହି ଚନ୍ଦ୍ରଗ୍ରହଣ ଟି ଲୋକମାନଙ୍କୁ ଖାଲି ଆଖିରେ ଦେଖାଯିବ ନାହିଁ । ତେଣୁ ଏଥିରେ ପାକଛାଡ଼ ତଥା କୌଣସି ଦେବସ୍ନାନ ବିଧି ବନ୍ଦ ହେବ ନାହିଁ ।

୪. ଏହି ଚନ୍ଦ୍ରଗ୍ରହଣ ଟି ଗର୍ଭବତୀ ମହିଳାଙ୍କ ପାଇଁ ଅତ୍ୟନ୍ତ ଅଶୁଭ ରହିଛି । ତେଣୁ ଗର୍ଭବତୀ ମହିଳାଙ୍କୁ ବାହାରକୁ ଯିବାକୁ ତଥା ଚନ୍ଦ୍ରଗ୍ରହଣ କୁ ଦେଖିବାକୁ ମଧ୍ୟ ବାରଣ କରାଯାଇଛି ।

୫.ଏହି ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ କଳା ରଙ୍ଗର ବସ୍ତ୍ର ପରିଧାନ ନକରିବାକୁ କୁହାଯାଇଛି । ସେମାନଙ୍କୁ କୌଣସି ଜିନିଷ କୁ କାଟିବାକୁ ବା ଛିଣ୍ଡିବାକୁ ମଧ୍ୟ ବାରଣ କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।