pauranika katha – ମାସିକ ଧର୍ମ ସମୟରେ ଉପବାସ ରଖିବା କଣ ଉଚିତ ? ଜାଣନ୍ତୁ ଆମ ଧର୍ମ କଣ କହିଥାଏ

0

ଭଗବାନ ଏ ଦୁନିଆରେ ମଣିଷ କୁ ତିନିଟି ଜାତି ରେ ବିଭକ୍ତ କରିଛନ୍ତି ତଥା ପୁରୁଷ ଜାତି ,ନାରୀ ଜାତି ଏବଂ ଟ୍ରାନ୍ସଜେଣ୍ଡର ।ଏବଂ ସମସ୍ତ ମଣିଷ ଜାତି ର ନିଜସ୍ଵ ଓ ସ୍ଵତନ୍ତ୍ର ଗୁଣ ରହିଛି ।କିନ୍ତୁ ନାରୀ ଜାତି ହେଉଛି ଏକ ଭିନ୍ନ ଏବଂ ଏନେକ ଗୁଣକୁ ନେଇ ଗଠିତ ହୋଇଥାଏ । ଆମେ ସମସ୍ତେ ଜାଣିଛୁ ଯେ ପ୍ରତ୍ୟେକ ନାରୀ ଙ୍କର ଏକ ନିର୍ଦ୍ଦିଷ୍ଟ ସମୟରେ ତଥା ବୟସରେ ମାସିକ ଧର୍ମ ( ମେନ୍ସ ବା ପିରିୟଡ଼) ହୋଇଥାଏ ଯାହା ଜଣେ ନାରୀ ର ଗର୍ଭ ଧାରଣ କ୍ଷମତାକୁ ସୁଚାଇଥାଏ । ଆମେ ଆପଣଙ୍କୁ ଏବେ ନାରୀ ମାନଙ୍କର ଏହି ମାସିକ ଧର୍ମ ଉପରେ କିଛି କଥା ଜଣେଇବାକୁ ଯାଉଛୁ ।

ଆମେ ଜାଣିଛୁ ଯେ ଦୁନିଆଁ ର ପ୍ରତ୍ୟେକ ମହିଳାଙ୍କୁ ମାସ ରେ ୩ ରୁ ୪ ଦିନ ମାସିକ ଋତୁ ଶ୍ରାବ ହୋଇଥାଏ । ଏହି ସମୟ ରେ ମହିଳା ମାନଙ୍କୁ ପିଠି ପେଟ ଏବଂ ଶରୀର ଯନ୍ତ୍ରଣା ହେବା ସହିତ ଅନେକ ଛୋଟ ଛୋଟ ସମସ୍ୟା ର ସାମ୍ନା କରିବା ପାଇଁ ମଧ୍ୟ ପଡିଥାଏ । ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ଯେ କାହିଁକି ମହିଳା ମାନଙ୍କର ପ୍ରତି ମାସରେ ପିରିୟଡ୍ସ ବା ମାସିକ ଧର୍ମ ହୋଇଥାଏ।

ଉଲେକ୍ଷ୍ୟଯୋଗ୍ୟ ଯେ, ନାରୀ ମାନଙ୍କର ମାସିକ ଋତୁସ୍ରାବ ହେବା ପଛରେ ଏକ ପୌରାଣିକ କାରଣ ରହିଛି । ତେବେ କୁହାଯାଇଛି ଯେ ଦେବରାଜ ଇନ୍ଦ୍ର ଙ୍କର ଅଭିଶାପ ଯୋଗୁଁ ନାରୀ ମାନଙ୍କର ପ୍ରତି ମାସରେ ପିରିୟଡ୍ସ ହୋଇଥାଏ ।ତେବେ ଆମର ଶାସ୍ତ୍ର ଅନୁସାରେ ଥରେ ଗୁରୁ ବୃହସ୍ପତି ଦେବରାଜ ଇନ୍ଦ୍ରଙ୍କ ଉପରେ ରାଗିଗଲେ ଯାହାର ଫାଇଦା ଉଠେଇ ଅସୁର ମାନେ ଦେଵଲୋକ ଉପରେ ଆକ୍ରମଣ କରିଦେଲେ ।

ଏହି କାରଣରୁ ଇନ୍ଦ୍ରଙ୍କୁ ମଧ୍ୟ ନିଜର ଗାଦି ଛାଡିବାକୁ ପଡୁଥିଲା ଏବଂ ନିଜର ଜୀବନ ରକ୍ଷା କରିବାକୁ ଇନ୍ଦ୍ରଦେବ ଭଗବାନ ବ୍ରହ୍ମା ଙ୍କ ପାଖକୁ ଗଲେ ଏବଂ ଏହାର ସମାଧାନ ବିଷୟରେ ପ୍ରଶ୍ନ କଲେ।

ତେବେ ଏହାର ସମାଧାନ ପାଇଁ ବ୍ରହ୍ମା ଇନ୍ଦ୍ରଙ୍କୁ ଜଣେ ବ୍ରହ୍ମଜ୍ଞାନୀ ଙ୍କର ସେବା କରିବାକୁ କହିଲେ । ତେବେ ଇନ୍ଦ୍ର ମଧ୍ୟ ସେହିପରି କଲେ । କିନ୍ତୁ ଇନ୍ଦ୍ର ଯେଉଁ ବ୍ରହ୍ମଜ୍ଞାନୀ ଙ୍କର ସେବା କରୁଥିଲେ ସେ ପ୍ରକୃତରେ ଜଣେ ଅସୁର ଥିଲେ ଯାହା ଫଳରେ ଇନ୍ଦ୍ରଙ୍କ ର ସମସ୍ତ ବିଦ୍ୟା ସେ ଦେବଙ୍କୁ ନକହି ଅସୁର ଙ୍କୁ କହୁଥିଲେ ।ଏହା ଜାଣିବା ପରେ ଇନ୍ଦ୍ର ରାଗିଯାଇ ସେହି ଜ୍ଞାନୀ ଙ୍କର ହତ୍ୟା କରିଦେଲେ ।ଯେହେତୁ ଇନ୍ଦ୍ରଦେଵ ଜଣେ ଜ୍ଞାନୀ ଙ୍କୁ ହତ୍ୟା କରିଥିଲେ ଏହି ପାପରୁ ମୁକ୍ତି ପାଇବା ପାଇଁ ତାଙ୍କୁ ଭଗବାନ ବିଷ୍ଣୁ କହିଥିଲେ କି ତୁମକୁ ଭୂମି ,ଗଛ,ପାଣି ଓ ନାରୀ ଙ୍କୁ ନିଜର ଟିକେ ଟିକେ ପାପ ବାଣ୍ଟିବାକୁ ହେବ ବୋଲି ।

ତେବେ ସେ ନାରୀ ମାନଙ୍କୁ ନିଜ ପାପରୁ ଟିକେ ଦେଇ କହିଥିଲେ ଯେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ସମୟରେ ନାରୀମାନଙ୍କ ର ମେନ୍ସ ହୋଇଥାଏ ।ତେବେ ଏହି ସମୟରେ ସେମାନେ ବ୍ରହ୍ମ ହତ୍ୟା ର ପାପ କୁ ନିଜ ମୁଣ୍ଡରେ ନେଇଥାନ୍ତି। କିନ୍ତୁ ଇନ୍ଦ୍ରଦେବ ବ୍ରହ୍ମ ହତ୍ୟା କରିବା ପରେ ମଧ୍ୟ ଭଗବାନ ବିଷ୍ଣୁ ଙ୍କର ଆରାଧନା କରିଥିଲେ କିନ୍ତୁ ସେ କେଉଁ ମୂର୍ତ୍ତି ବା ମନ୍ଦିର ରେ କରିନଥିଲେ ତେଣୁ ମହିଳା ମାନେ ନିଜର ମାସିକ ଧର୍ମ ସମୟରେ ମନ୍ଦିର କୁ ନଯାଇ ଘରେ ବ୍ରତ ପାଳନ କରିପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।