ଟ୍ରେନ୍ ଚଳାଉଥିବା ଡ୍ରାଇଭର ମାନଙ୍କ ଦରମା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଜାଣନ୍ତୁ ଲୋକ ପାଇଲଟ୍ ମାନଙ୍କ ର ମାସିକ ଦରମା ସହିତ ପ୍ରମୋସନ ର ସବୁ କିଛି ତଥ୍ୟ

0

ଭାରତରେ ଅନେକ କ୍ଷେତ୍ର ରେ ଚାକିରୀ କରିବା ପାଇଁ ଅନେକ ଯୁବକ ଯୁବତୀ ଅପେକ୍ଷା କରି ରହିଛନ୍ତି। ଏହା ସହିତ ଅନେକ ମଧ୍ୟ ନିଜ ନିଜ ପସନ୍ଦ ର ଚାକିରୀ କରିବା ପାଇଁ ସର୍ବଦା ଅଗ୍ରାହ ଥାନ୍ତି। ସବୁଠାରୁ ବଡ଼ କଥା ହେଲା ପ୍ରାୟ ୯୦ ପ୍ରତିଶତ ଯୁବ ପିଢ଼ି ସରକାରୀ ଚାକିରୀ ପାଇଁ ଆଶାୟୀ ଅଟନ୍ତି।

ଏହା ସହିତ ସେମାନେ ମଧ୍ୟ କେନ୍ଦ୍ର ସରକାର ଅଧିନରେ ଚାକିରୀ କରି ଅଧିକ ଦରମା ପ୍ରାପ୍ୟ ପାଇଁ ସ୍ବପ୍ନ ଦେଖନ୍ତି। ତେବେ ମାତ୍ର ଅଳ୍ପ କେତେକଙ୍କ ର ଏହି ସ୍ଵପ୍ନ ପୂରଣ ହୋଇଥାଏ। ତେବେ ଯେଉଁ ମାନେ ରେଳବାଇ ଅଧୀନ ରେ କାର୍ଯ୍ଯ କରିବାକୁ ଚାହୁଁଥାନ୍ତି ସେମାନଙ୍କ ପାଇଁ ଆମେ ଲୋକ ପାଇଲଟ୍ ର ଚାକିରୀ ର ଜବ ପ୍ରୋଫାଇଲ୍ ନେଇ ଆସିଛୁ।

ରେଳବାଇ ହେଉଛି କେନ୍ଦ୍ର ସରକାର ଅଧିନରେ ଏକ ଆରାମ ଦାୟକ ସରକାରୀ ଚାକିରୀ। ଏହାକୁ ପାଇବାକୁ ହେଲେ ଅନେକ ପରୀକ୍ଷା ଦେଇ ଗତି କରିବାକୁ ହୁଏ। ଆଉ ଯଦି ଆପଣ ରେଳବାଇ ଅଧିନରେ ଥିବା ଲୋକ ପାଇଲଟ୍ ପଦବୀ ପାଇଁ ଆଶାୟୀ ଅଟନ୍ତି ତେବେ ଏହି ଲେଖା ନିହାତି ସମ୍ପୁର୍ଣ୍ଣ ରୁପେ ପଢ଼ିବା ଦରକାର। ଆସନ୍ତୁ ଜାଣିବା ଏହି ପଦବୀ ରେ କେତେ ବର୍ଷକୁ ଥରେ ପ୍ରମୋସନ୍ ମିଳେ ଏହା ସହିତ କେତେ ଦରମା ମିଳେ ସବୁ କିଛି ଆସନ୍ତୁ ଜାଣିବା।

ALP ନାମରେ ଏକ ପରୀକ୍ଷା ରେଳବାଇ ପକ୍ଷରୁ କରାଯାଏ ଏହି ଲୋକ ପାଇଲଟ୍ ପଦବୀ ପୂରଣ ପାଇଁ। ଏହି ପରୀକ୍ଷା ଦେଇ ଯେଉଁମାନେ ଚୟନ ହୁଅନ୍ତି ସେମାନଙ୍କ ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଆସିଷ୍ଟାଣ୍ଟ ଲୋକ ପାଇଲଟ୍ ପଦବୀ ରେ ପ୍ରବେଶ କରାଇ ଦିଆଯାଏ। ଏହି ପଦବୀରେ ପ୍ରଥମେ ଡ୍ରାଇଭର ଙ୍କ ପାଖରେ ବସି ସବୁ ଜିନିଷ ଶିଖିବାକୁ ପଡେ। ଆଉ ୪-୫ ବର୍ଷ ପରେ ମାଲବାହୀ ଟ୍ରେନ ଚଳାଇବା ପାଇଁ ସୁଯୋଗ ମିଳେ। ଆଉ ପ୍ରୋମୋସନ୍ ହୋଇ ଲୋକ ପାଇଲଟ୍ ହେବାର ସୁବିଧା ମିଳେ।

ଏହି ପଦବୀ ରେ ଆପଣଙ୍କୁ ପ୍ରାୟ ବେଶିକ୍ ପେ ୧୯,୯୦୦ ରୁ ଆରମ୍ଭ ହୋଇଥାଏ। ଏହା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ଯେପରି ରେଣ୍ଟ , ଯାତାୟାତ ପରି ଅନେକ ଭତ୍ତା ମିଶି ୪୪,୯୦୦ ପର୍ଯ୍ୟନ୍ତ ଦରମା ମିଳିଥାଏ। ଏହା ସହିତ ଯଦି ଆପଣ ଏକ୍ସଟ୍ରା କାର୍ଯ୍ଯ କରନ୍ତି କିମ୍ବା ଦୂର ସ୍ଥାନକୁ ଯାତ୍ରା କରନ୍ତି ତେବେ ଆପଣଙ୍କ ଅଧିକ ଦରମା ମିଳିଥାଏ। ଏହା ସହିତ ଆଉ ଯଦି ରାତ୍ରି ସମୟ ରେ ଡ୍ରାଇଭିଂ କରନ୍ତି ଏଥିପାଇଁ ମଧ୍ୟ ଅଧିକ ଦରମା ମିଳିଥାଏ।

ଆଉ ଜାଣି ରଖନ୍ତୁ ଯଦି ଆପଣ ମେଟ୍ରୋ ସିଟି ଯେପରି ମୁମ୍ବାଇ, ଦିଲ୍ଲୀ, କଲିକତା ଓ ଚେନ୍ନାଇ ପରି ସହର ରେ ଟ୍ରେନ ଚଳାଚଳ କରନ୍ତି ତେବେ ଆପଣଙ୍କ ର ଦରମା ଅନ୍ୟ ମାନଙ୍କ ଠାରୁ ଅଧିକ ରହିଥାଏ। ଏହା ସହିତ ସିନିୟର୍ ହେଲା ପରେ ଆପଣଙ୍କୁ ୨୦ ବର୍ଷ ବେଳକୁ ୮୦ ହଜାର ରୁ ୧ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିଥାଏ। ତେଣୁ ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଥାନ୍ତି ତେବେ ପରିଶ୍ରମ କରନ୍ତୁ ଏହି ପରୀକ୍ଷା ରେ ପାସ ହେବା ପାଇଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।