ଅପରାଜିତା ଷଡ଼ଙ୍ଗୀ ଆରମ୍ଭ କଲେ ” ସମର୍ଥ ” ଟ୍ରଷ୍ଟ ।। ମାଗଣା ରେ ପିଲାଙ୍କୁ ପଢ଼ାଇବେ ପାଠ, ଅପରାଜିତା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ…

0

ରାଜନୀତି ରେ ଜନତା ସେବା କରିବା ହେଉଛି ବଡ଼ ଧର୍ମ। ଦୁଃଖୀ ଗରିବ ଙ୍କ ସାହାଯ୍ୟ କରି ଜନତା ଙ୍କ ମନ ଜିଣିବା ସହିତ ଦେଶ ଏ ଉନ୍ନତି କରିବା ଏହାର ମୂଳ ଲକ୍ଷ । ତେବେ ଏହାର ସୁ ଉଦାହରଣ ରେ ଆମେ ଆମ ପ୍ରଧାନମନ୍ତ୍ରୀ ଙ୍କୁ ରଖି ପାରିବା ଯିଏ କି ଜନତା ଙ୍କ ଦୁଃଖ ସୁଖ ସବୁ ବୁଝି ଥାଆନ୍ତି ଓ ଦେଶ କୁ ବହୁତ୍ ଉପରକୁ ଉଠି ସାରିଲାଣି। ରାଜନୀତି ରେ ପାଦ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ତରଫ ରୁ ଲୋକ ସଭା ସାଂସଦ ର କାର୍ଯ୍ୟ ରତ ଅଛନ୍ତି,

ତେବେ ଆପଣ ମାନେ ଅପରାଜିତା ଷଡ଼ଙ୍ଗୀ ଙ୍କୁ ନିଶ୍ଚିତ ରୂପେ ଜାଣିଥିବେ। ସବୁବେଳେ ନିଜ ସୁକର୍ମ ଦ୍ଵାରା ଚର୍ଚ୍ଚା ରେ ଥାନ୍ତି ଅପରାଜିତା ଷଡ଼ଙ୍ଗୀ। ଜନତା ସହ ଅତି ନିଜର ଭାବେ ମିଶି ଦୁଃଖ ସୁଖ ସବୁ ବୁଝି ଥାଆନ୍ତି। ତେବେ ସାଂସଦ ଭାବେ ନିର୍ବାଚିତ ହେବା ପରେ ଜନତା ଙ୍କ ସହ ନିଜର ଭାବେ ଖୁବ୍ ଖେଳି ମେଳି ଯାଆନ୍ତି। ଲୋକ ମାନଙ୍କ ସହିତ ଖୁବ୍ ଭଲ ସମ୍ପର୍କ ଯୋଗୁଁ ଲୋକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି ତାଙ୍କୁ,ବର୍ତ୍ତମାନ ସେ କିଛି ସମାଜସେବୀ କାର୍ଯ୍ୟ ପାଇଁ ଚର୍ଚ୍ଚା ରେ ଆସିଛନ୍ତି।

ତେବେ ସେ ନିକଟ ରେ ଏକ ଟ୍ରଷ୍ଟ ଆରମ୍ଭ କରିଛନ୍ତି। ବୁଦ୍ଧି ଜିବି, ବୃତ୍ତି ଧରି ଓ ବରିଷ୍ଠ ବ୍ୟକ୍ତି ମାନଙ୍କ ଅନୁରୋଧ କୁ ରକ୍ଷା କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ସମର୍ଥ ନାମ ରେ ଗୋଟିଏ ଟ୍ରଷ୍ଟ ଆରମ୍ଭ କରିଛନ୍ତି। ଏହି ଟ୍ରଷ୍ଟ ଜନତା ଙ୍କ ଉପକାରିତା ପାଇଁ ହୋଇଛି। ସେହି ଟ୍ରଷ୍ଟ ମାଧ୍ୟମ ରେ ବସ୍ତି ଅଞ୍ଚଳ ଓ ଅନ୍ୟ ଅଞ୍ଚଳ ରେ ୫୦ ଟି ଶିକ୍ଷାନୁସ୍ଥାନ ଆରମ୍ଭ ହେବ। ଏହି ଟ୍ରଷ୍ଟ ରେ ବିକଳାଙ୍ଗ ମନକୁ ଚିହ୍ନଟ କରା ଯାଇଛି।

ସେମାନଙ୍କୁ ସମସ୍ତ ପ୍ରକାର ର ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆ ଯିବ ବୋଲି ସେ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି। ତେବେ ଏହି ଟ୍ରଷ୍ଟ ଦ୍ଵାରା ଭୁବନେଶଵରଠାରେ ଉତ୍ତର, ମଧ୍ୟ,ଓ ଏକାମ୍ର ତିନୋଟି ନିର୍ବାଚନ ମଣ୍ଡଳୀ ରେ ଥିବା ପାର୍କ ରେ ମାଗଣା ଯୋଗ ଶିବିର ମଧ୍ୟ ଆରମ୍ଭ ହେବ।

ତେବେ ଅନାଥ ପିଲାମାନଙ୍କ ପାଇଁ ସମସ୍ତ ଆବଶ୍ୟକତା ପୂରଣ କରାଯିବ ବୋଲି ଲକ୍ଷ ରହିଛି। ଏହା ସହିତ ବରିଷ୍ଠ ମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପ୍ରବଚନ ଦେବାରେ ସୁବିଧା ମଧ୍ୟ କରା ଯିବ। ବିଭିନ୍ନ ପ୍ରକାର ସେମିନାର ସହିତ ଆଲୋଚନା ଚକ୍ର ମଧ୍ୟ ଆରମ୍ଭ କରାଯିବ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ସମାଜ ର ଉନ୍ନତି ଓ ବିକାଶ ପାଇଁ ସାମର୍ଥ୍ୟ କାର୍ଯ୍ୟ ଆରମ୍ଭ କରା ଯିବ।୧୫ ସେପ୍ଟେମ୍ବର ୨୦୧୮ ରେ ରାଜନୀତି ରେ ପାଦ ଦେଇଥିଲେ ଅପରାଜିତା ଷଡ଼ଙ୍ଗୀ। କଲେକ୍ଟର ପଦବୀ ରୁ ଓହରି ଜନତା ଙ୍କ ସେବା ରେ ମନ ବୋଲାଇ ଥିଲେ ସେ।

ତେବେ ୨୦୧୯ ମସିହା ରେ ଭାରତୀୟ ଜନତା ପାର୍ଟି ତରଫ ରୁ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ଥିଲେ। ଭୁବନେଶ୍ୱର ଲୋକସଭା ଆସନ ରୁ ନିର୍ବାଚନ ରେ ବିଜୟ ଲାଭ କରି ସାଂସଦ ଭାବେ ପର୍ଲିଆମେଣ୍ଟ ରେ ଯୋଗ ଦେଇଥିଲେ। ପରେ ସେ ରାଜନୀତି ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ସେ ୨୦୧୮ ମସିହା ରେ ନରେନ୍ଦ୍ର ମୋଦି ଙ୍କ ଅନୁପ୍ରାଣିତ ହୋଇ ରାଜନୀତି ରେ ପାଦ ରଖିଥିଲେ। ଲୋକ ମାନଙ୍କ ହୀତ ପାଇଁ କିଛି କରି ଖୁବ୍ ପ୍ରଶଂସା ସାଉଁଟି ଆଣି ପାରିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଦାୟିତ୍ଵ କୁ ଭଲ ଭାବରେ ତୁଲାଇଚନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।