ଚୀନର ଆକାଶ ରେ ଦେଖିବାକୁ ମିଳିଲା ତିନିଟି ସୂର୍ଯ୍ୟ। ଯାହା ଦୀର୍ଘ ତିନି ଘଣ୍ଟା ଧରି ଆକାଶରେ ଦୃଶ୍ୟମାନ ହୋଇଥିଲା। ଜାଣନ୍ତୁ ଏପରି କଣ ପାଇଁ ହୋଇଥିଲା।

0

ପ୍ରକୃତି ର ଅନେକ ଏମିତି ଦୃଶ୍ୟ ଦେଖିବାକୁ ମିଳେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। କାରଣ ଏହା ସାଧାରଣ ହୋଇ ନଥାଏ ଏହା ଦେଖିବାକୁ ଅଦ୍ଭୁତ ଏବଂ ମଜାଦାର ଦୃଶ୍ୟ ହୋଇଥାଏ। ଅନେକ ଜଣ ଏପରି ଦୃଶ୍ୟ ଦେଖିବାର ସୌଭାଗ୍ୟ ପାଇଥାନ୍ତି। ତେବେ ଏହାକୁ ବିଜ୍ଞାନ ନିଜ ଦୃଷ୍ଟି କୋଣ ରୁ ଅଲଗା ନଜରିଆ ରେ ଦେଖେ। ସେହି ପରି କିଛି ଦୃଶ୍ୟ ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଉଠିବେ। ଆଜି ସେମିତି କିଛି ଦୃଶ୍ୟ ବିଷୟରେ ଆଲୋଚନା କରିବା।

ଆପଣ ଦେଖିଥିବେ ଆକାଶରେ ଗୋଟିଏ ମାତ୍ର ସୂର୍ଯ୍ୟ ଦେଖା ଯାଆନ୍ତି। କିନ୍ତୁ ଏହା କିପରି ଭାବରେ ଦୁଇ କିମ୍ବା ତିନିଟି ହୋଇ ପାରିବ। ଆପଣ ନିହାତି ଏହାକୁ ଭ୍ରମ ବୋଲି କହି ପାରନ୍ତି। ଆପଣ ଯଦିଓ ଭ୍ରମ ବୋଲି ଏହାକୁ ଭାବୁଛନ୍ତି କିନ୍ତୁ ଏପରି ଦୃଶ୍ୟ ଦେଖୁଥିବା ଲୋକ କିନ୍ତୁ ଏହାକୁ ସତ୍ୟ ବୋଲି ଅବିଶ୍ୱାସ ମଧ୍ୟ କରି ପାରିବନି। ତେବେ ସେମିତି କିଛି ଦୃଶ୍ୟ କ୍ୟାମେରା ରେ କଏଦ ହୋଇଥିଲା। ଆଉ ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଘୁରିବୁଲୁଥିଲା।


ଚୀନ ଆକାଶରେ ସେଦିନ ପ୍ରାୟ ସକାଳ ସମୟରେ ହିଁ ତିନିଟି ସୂର୍ଯ୍ୟ ଦେଖିବାକୁ ଆକାଶ ମାର୍ଗ ରେ ମିଳିଥିଲା। ଏହାକୁ ଦେଖି ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଚୀନ ର ଉତ୍ତର ରେ ଥିବା ମାହେ ସହରରେ। ଯେଉଁମାନେ ଏହାକୁ ଦେଖୁଥିଲେ ସେମାନେ ନିଜ କ୍ୟାମେରା ଏବଂ ମୋବାଇଲେ ରେ ସୁଟିଂ କରିବାକୁ ଲାଗିଲେ। ଏହା ଦେଖିବାକୁ ଅତି ସୁନ୍ଦର ରମଣୀୟ ଦୃଶ୍ୟ ଥିଲା।  ତେବେ ଏହାକୁ ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ିଥିଲେ। ଏହି ପରି ଦୃଶ୍ୟ କେବେ ହୁଏତ କେହି ଦେଖି ନଥିବେ। ବୈଜ୍ଞାନିକ ମାନଙ୍କ କହିବା କଥା ଏହା ହେଉଛି ଏକ ଇଲୁଜନ ଯାହା ଆଖିକୁ ଭ୍ରମିତ କରୁଛି। ସୂର୍ଯ୍ୟ ଙ୍କ ଏହି ଛାୟା ମୂର୍ତ୍ତି ପ୍ରାୟ ଚୀନ ଆକାଶରେ ତିନି ଘଣ୍ଟା ଧରି ଦୃଶ୍ୟ ମାନ ହୋଇଥିଲା।


ଏପରି ଘଟିବାର କାରଣ ହେଲା ଆଲୋକର ପ୍ରତିସରଣ। ବାଦଲ ର ସ୍ପୁଟିକ ଦେଇ ଆଲୋକ ରଶ୍ମି ଗତି କରିବା ହେତୁ ଏପରି ସୂର୍ଯ୍ୟଙ୍କ ର ଦୁଇଟି ଛାୟା ମୂର୍ତ୍ତି ଦୁଇ ସାଇଡ ରେ ସୃଷ୍ଟି ହୋଇଥିଲା। ତେବେ ପାଣିପାଗ ବିଭାଗ ମଧ୍ୟ ଏପରି ଦୃଶ୍ୟ ର କାରଣ ପାଣିପାଗ ର ବିଶେଷ ପ୍ରଭାବ ହେତୁ ଘଟିଥିବାର ସୂଚନା ଦେଇଥିଲେ।  ଆଉ କେତେକ ଏହାକୁ ‘ସନ ଷ୍ଟକ’ ବୋଲି ମଧ୍ୟ କହିଥାନ୍ତି। ଏହାକୁ ଅନ୍ୟ ବୈଜ୍ଞାନିକ ଭାଷାରେ ମଧ୍ୟ ପରିଲିଆ ବୋଲି କୁହାଯାଏ।

ଏହା ଅନେକ ସମୟରେ ଇନ୍ଦ୍ରଧନୁର କିଛି ରଙ୍ଗ ପରି ପ୍ରତିତମାନ ହୋଇଥାଏ। ତେବେ ଏପରି ଦୃଶ୍ୟ ମଧ୍ୟ ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳେ ଆରିଷ୍ଟୋଟଲଙ୍କ ପୁସ୍ତକ ‘ ମେଟ୍ରୋଲଜି’ ରେ ବର୍ଣ୍ଣନା ଥିବା ର ଦେଖିବାକୁ ମିଳେ।  ଏପରି ଦୃଶ୍ୟ ବେଳେବେଳେ ଚନ୍ଦ୍ର ଏବଂ ସୂର୍ଯ୍ୟ ଚାରି ପାଖରେ ଦେଖିବାକୁ ମିଳେ ଯାହାକୁ ହାରସ ବୋଲି ମଧ୍ୟ କହନ୍ତି। ଏହା ମଧ୍ୟ ଆଲୋକ ର ପ୍ରତିସରଣ କାରଣ ରୁ ଘଟିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।