ଆଶ୍ଚର୍ଯ୍ୟକର ଏହି ଘଟଣା ଏଟିଏମ୍ ମେସିନ୍ ରୁ ବାହାରିଲା ନାଗ ସାପ ସମ୍ପୂର୍ଣ୍ଣ ଘଟଣା ଜାଣି ସାରିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମେ ଅନେକ ଘଟଣା ଶୁଣିବାକୁ ପାଇଛୁ ବିଭିନ୍ନ ପ୍ରକାର ର ଘଟଣା ବିଷୟରେ । ଯେତେବେଳେ ଆମେ ସେହି ସବୁ ଘଟଣା କୁ ଶୁଣି ଥାଉ କିଛି ପରିମାଣ ରେ ବିଶ୍ୱାସ କରିଥାଉ ଆଊ କିଛି ମାତ୍ରା ରେ ମଧ୍ୟ କରି ନା ଥାଉ। ତେବେ ଆମେ ମାନେ ସୋସିଆଲ ମିଡିଆରେ ଭାଇ ରାଲ ଭିଡିଓ ଗୁଡ଼ିକ ଦେଖି ତାହାକୁ ବିଶ୍ୱାସ କରିଥାଉ କାରଣ ତାହା ଆମେ ନିଜ ଆଖିରେ ଦେଖି ଥାଉ ।ଏହି ପରି ଏକ ଘଟଣା ଘଟିଛି ଯାହା ର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ପାଇଛୁ ।

ଏଟିଏମ୍ ରୁ ପଇସା ଚୋରି, ଭାଙ୍ଗି ନେଇ ଦୁର୍ବୃତ୍ତ ଖସି ଯିବା ଏପରି ଅନେକ ଘଟଣା ଆପଣ ମାନେ ଶୁଣି ଥିବେ,ହେଲେ ଏହି ଘଟଣା ଟି ସମ୍ପୂର୍ଣ୍ଣ ଅଲଗା। ଏଟିଏମ୍ ବାକ୍ସ ରୁ ବାହାରିଲା ଏକ ନାଗ ସାପ ,ନାଗ ସାପ ର ମୃତ ଦେହ ଉଦ୍ଧାର ହେଲା ଏକ ଏଟିଏମ୍ ବାକ୍ସ ରୁ । ଏହି ଘଟଣା ଟି ଘଟିଛି ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜ ନଗର ରେ ଥିବା ଢଳ କମ୍ପ୍ଲେକ୍ସ ର ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ରେ। ଏହି ଏଟିଏମ୍ ରୁ ସେହି ନାଗ ସାପ ର ମୃତ ଦେହ ଟି କୁ ଉଦ୍ଧାର କରାଯାଇଥିଲା ।

ତେବେ ଯାହା ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ଚାରିଟା ବେଳେ ଏଟିଏମ୍ ରେ ଟଙ୍କା ଭର୍ତି କରିବାକୁ ଅଧିକାରୀ ମାନେ ଆସିଥିଲେ । ତେବେ ଅଧିକାରୀ ମାନେ ଏଟିଏମ୍ ର ଟଙ୍କା ବାକ୍ସ ରୁ ଏକ ନାଗ ସାପ କୁ ଦେଖିବାକୁ ପାଇଥିଲେ ଏବଂ ଏହା ଦେଖିବା ପରେ ସେମାନେ ଭୟଭିତ ହୋଇ ସେ ଟଙ୍କା ବାକ୍ସ କୁ ବନ୍ଦ୍ କରି ପଳାଇ ଯାଇ ଥିଲେ।

ତେବେ ଗତ ଚାରି ତାରିଖ ରେ ଏଟିଏମ୍ ଖୋଲିବା ପରେ ନାଗ ସାପ ର ମୃତ ଦେହ ପାଇଥିଲେ ଏବଂ ତାହାକୁ ବାହାରକୁ ବାହାର କରିଥିଲେ । ତେବେ ଏହା ମଧ୍ୟ କୁହା ଯାଉଛି ଯେ ଏହି ସାପ ଟି ଏଟିଏମ୍ ର ରିଯେକ୍ଟ୍ କ୍ୟାସ୍ ବାକ୍ସ ରେ ରହି ଯାଇଥିଲା,ଏହି ନାଗ ସାପ ଟି ର ଲମ୍ବ ଚାରି ରୁ ସାଢ଼େ ଚାରି ଫୁଟ୍ ବୋଲି କୁହା ଯାଉଛି ।

ତେବେ ସବୁଠୁ ବଡ଼ କଥା ଏହା କି ଏଟିଏମ୍ ବାକ୍ସ ରେ ଏହି ସାପ ଟି କେମିତି ପଶିଥିଲା । ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଛି ଯେ ଏତେ ବଡ଼ ସାପ ସେହି ଏଟିଏମ୍ ବାକ୍ସ ରେ କେମିତି ରହିଲା। ଏହାକୁ ନେଇ କେହି ବି କିଛି ସୂଚନା ଦେଇ ନା ଥିଲେ ଏବଂ ଏହି ଘଟଣା କୁ ନେଇ ବ୍ରଜରାଜ ନଗର ରେ ଚହଳ ସୃଷ୍ଟି ହୋଇଥିବା ବେଳେ ସେଠାକାର ଲୋକ ମାନଙ୍କ ମନରେ ଡର ମଧ୍ୟ ସୃଷ୍ଟି ହୋଇଛି,

କାରଣ ଏହି ପରି ଘଟଣା ସତରେ ବହୁତ ଆଶ୍ଚର୍ଯ୍ୟ ଜନକ ଘଟଣା ,ଯାହା ସେମାନେ ନିଜ ଆଖି ରେ ଦେଖିଛନ୍ତି ଏବଂ ବିଶ୍ୱାସ ମଧ୍ୟ କରୁଛନ୍ତି ।ତେଣୁ ଆପଣ ମାନଙ୍କୁ ଆମର ଏତିକି ଅନୁରୋଧ କି ଆପଣ ମାନେ ଏଟିଏମ୍ ରୁ ଟଙ୍କା ଉଠାଉ ଥିବା ବେଳେ ସାବଧାନତା ସହ ଉଠାନ୍ତୁ,ଏବଂ ଯଦି ଏହି ପରି ଘଟଣା ସମ୍ପର୍କ ରେ ଆପଣ ମାନେ ଜାଣିବାକୁ ପାଇଲେ ତାହେଲେ ସଙ୍ଗେ ସାଙ୍ଗେ ସମସ୍ତଙ୍କୁ ସୂଚନା ଦିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।