ଚତ୍ମକାର : ଭାଙ୍ଗିବାରୁ ପ୍ରକଟ ହେଲେ ସ୍ୱୟଂ ଭଗବାନ, ପୁରୀରେ ଆଉ ଏକ ପ୍ରାଚୀନ ଜଗନ୍ନାଥମନ୍ଦିର ବାହାରିଲା ଦେଖନ୍ତୁ ?ମନରେ ଭକ୍ତିଥିଲେ ଲେଖନ୍ତୁ ଜୟ ଜଗନ୍ନାଥ ……

0

ଭଗବାନ ଙ୍କ ରୂପ ଅନେକ। ଯେପରି ତାଙ୍କର ନାମ ଅନେକ ସେପରି ତାଙ୍କର ରୂପ ମଧ୍ୟ ଅନେକ। କେଉଁ ରୂପରେ କେବେ କହାକୁ ଦେଖା ଦିଅନ୍ତି ତାହା ତାଙ୍କର ଇଛା ଅନୁସାରେ ପରିଚାଳିତ ହୁଏ। ତେଣୁ ପ୍ରକୃତ ଭକ୍ତ ପାଇଁ ଭଗବାନ ସଦା ସର୍ବଦା ନିଜର କୃପା ଦୃଷ୍ଟି ରଖି ଥାନ୍ତି। ତେଣୁ ଭଗବାନଙ୍କ ମହିମା ତାଙ୍କୁ ହିଁ କେବଳ ଜଣା। ଭଗବାନ ନିଜ ମହିମା ପ୍ରତି ପାଦନ କରିବା ପାଇଁ ଅନେକ ଲୀଳା ଖେଳା କରନ୍ତି। କେବେ ନିଜକୁ ପଥର ରୂପେ ତ ଆଉ କେବେ ବୃକ୍ଷ ର ଦାରୁ ରୂପେ। ତେବେ ତାଙ୍କର ଏପରି ଏକ ଅଦ୍ଭୂତ ଲୀଳା ଦେଖିବାକୁ ମିଳେ।

କିନ୍ତୁ ଆମେ ଆଜି ଆପଣଙ୍କୁ ଜଗତ ର ପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ଲୁଚକାଳି ଖେଳ ବା ଅବତାର ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନାଯୋଗ୍ୟ ଯେ ,ପୁରୀ ଶ୍ରୀମନ୍ଦିର ର ପାଖରେ ଉଚ୍ଛେଦ ସମୟରେ ଭକ୍ତ ମାନଙ୍କ ଆଗକୁ ଆସିଲା ପ୍ରଭୁ ଜଗନ୍ନାଥ , ବଳଭଦ୍ର ଏବଂ ସୁଭଦ୍ରା ଙ୍କର ପ୍ରତିମୂର୍ତ୍ତି ।ଯାହାକୁ ଦେଖି ସମସ୍ତ ପଣ୍ଡିତ , ଭକ୍ତ ଓ ସାଧାରଣ ବିସ୍ମିତ ଚକ୍ଷୁ ରେ ଚାହିଁରହିଛନ୍ତି। ଭଗବାନ ଙ୍କର ଏହି ଅପୂର୍ବ ପ୍ରତିମା ଶ୍ରୀମନ୍ଦିର ସମ୍ମୁଖରେ କାହିଁ କେ ଯୁଗରୁ ଅବସ୍ଥିତ ରହିଥିଲା ମାତ୍ର ଏହା ଭକ୍ତ ମାନଙ୍କ ସମ୍ମୁଖକୁ ଆସିନଥିଲା ।


ତେବେ ବର୍ତ୍ତମାନ ସରକାର ଙ୍କର ଅନୁମତି ଓ ଆଦେଶ ଅନୁସାରେ ଶ୍ରୀମନ୍ଦିର ର ଆଖପାଖ ରେ ଥିବା ବ୍ୟବସାୟୀ ଙ୍କୁ ଅନ୍ୟତ୍ର ଉଠାଇ ଦିଆଯାଇଛି ।ଏବଂ ସେମାନ ଙ୍କ ଦ୍ବାରା ପ୍ରସ୍ତୁତ ଘର ଗୁଡିକୁ ଭଙ୍ଗା ଯାଉଥିଲା ।ତେବେ ଶ୍ରୀମନ୍ଦିର ସମ୍ମୁଖରେ ଉଚ୍ଛେଦ କରାଯାଉ ଥିବା ସମୟରେ ଭଗବାନ ଶ୍ରୀଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଆବିର୍ଭାବ ହେଲା ।

ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।ତେବେ ସେଠାରେ ପୂଜା କରୁଥିବା ପଣ୍ଡିତ ମାନେ କହିଛନ୍ତି ଯେ ତାଙ୍କର ପୂର୍ବ ପୁରୁଷ ମାନେ ଏହି ତିନି ପ୍ରତିମା କୁ ପୂଜା କରିଆସୁଥିଲେ।କିନ୍ତୁ ସମୟ କ୍ରମେ ଲୋକମାନେ ବଡ଼ଦାଣ୍ଡରେ ନିଜର ବ୍ୟବସାୟ ଆରମ୍ଭ କରିବା କି ଲାଗିଲେ ।ଆଉ ଧିରେ ଧିରେ ସେହି ମନ୍ଦିର ଚାରି ପାଖରେ ଦୋକାନ କରିଦେଲେ ।ଆଉ ତା ଭିତରେ ଫସି ରହିଯାଇଥିଲେ ମହାପ୍ରଭୁ ନିଜ ଭାଇ ଓ ଭଉଣୀ ଙ୍କ ସହ ।

ତେବେ ସେହି ପ୍ରତିମୂର୍ତ୍ତି କୁ ଦେଖିଲେ ଏମିତି ଲାଗୁଛି ଯେପରି ଜଗତ ର ନାଥ ଶ୍ରୀଜଗନ୍ନାଥ ଜାଣିଶୁଣି ଏତେ ଦିନ ଧରି ନିଜକୁ ଭକ୍ତ ମାନଙ୍କ ଠାରୁ ଦୂରେଇ ରଖୁଥିଲେ ।ମହାପ୍ରଭୁ ଙ୍କୁ ଦେଖିଲେ ଲାଗୁଛି ଯେମିତି ସେ ଏତେ ବର୍ଷ ଧରି ତପସ୍ୟା ରେ ରହିଥିଲେ ଏବଂ ଏବେ ନିଜ ତପସ୍ୟା ର ଅନ୍ତ କରିସାରି ନିଜର ଭକ୍ତ ମାନଂକ ପାଖକୁ ଆସିଛନ୍ତି ।ଏମିତି ଲାଗୁଛି ଭଗବାନ ନିଜର ଭାଇ ଓ ଭଉଣୀ ଙ୍କ ସହ ମିଶି ଭକ୍ତ ମାନଙ୍କ ସହ ଲୁଚକାଳି ଖେଳୁଥିଲେ ଏବଂ ବର୍ତ୍ତମାନ ସେ ସାରା ସଂସାର ର ଦୁଖଃ ଦୂର କରିବାକୁ ପୁଣି ଥରେ ନିଜକୁ ପ୍ରକଟ କରିଛନ୍ତି ଭକ୍ତ ମାନଙ୍କ ଆଗରେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।