ଆଶ୍ଚର୍ଯ୍ୟ ! ୫୦୦ ବର୍ଷର ‘ମମି’ ବସି ରହିଛି ଏହି ଅଦ୍ଭୁତ ଶବ, ଦେଖିଲେ ଆପଣ ବି ଅବାକ ହୋଇଯିବେ ….

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛନ୍ତି ତାହାର ଟିକିଏ ହେଲେ ବି ସଂଦେହ ନାହିଁ । ବର୍ତ୍ତମାନ ଆମେ ବ୍ୟବହାର କରୁଥିବା ଟେକନିକାଲ ତଥା ବୈଜ୍ଞାନିକ ପଦ୍ଧତିରେ ତଥା ଉନ୍ନତ ରୁ ଅତି ଉନ୍ନତ ଟେକ୍ନୋଲୋଜି ର ବ୍ୟବହାର ଏହି ଅତ୍ୟାଧୁନିକତା କୁ ପରିଲକ୍ଷିତ କରୁଛି । ତେବେ ଏହି ଟେକ୍ନୋଲୋଜି ର ବ୍ୟବହାର କରି ଆମେ ବିଭିନ୍ନ ପ୍ରକାର ର ରହସ୍ୟମୟ ତଥ୍ୟ ବିଷୟରେ ଜାଣିପାରୁଛୁ।ତେବେ ଆଜି ଆମେ ଆପଣଂକୁ ବୈଜ୍ଞାନିକ ମାନଙ୍କ ଦ୍ୱାରା ଠାବ କରାଯାଇଥିବା ଏକ ସ୍ଥାନ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ ବୈଜ୍ଞାନିକ ମାନେ ହିମାଳୟ ପର୍ବତ ଉପରେ ଏକ ୫୦୦ ବର୍ଷ ପୁରାତନ ମମ୍ମି ବା ୫୦୦ ବର୍ଷ ପୁରାତନ ଶବକୁ ଠାବ କରିଛନ୍ତି ଯାହାକି ଏତେ ପୁରାତନ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ତପସ୍ୟା ମୁଦ୍ରାରେ ବସି ରହିଛନ୍ତି ।ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା କି ଯେ ଏହା ବିନା କୌଣସି କେମିକାଲ ର ବ୍ୟବହାର ହୋଇ ମଧ୍ୟ ଏତେ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିଛି ।ଯାହାକି ସମସ୍ତ ବୈଜ୍ଞାନିକ ମାନଙ୍କୁ ବିସ୍ମିତ କରିଦେଇଛନ୍ତି ।

ତେବେ ଏହି ସ୍ଥାନ ଟି ହିମାଳୟ ପର୍ବତ ଠାରୁ ୯ କିଲୋମିଟର ଦୂରରେ ଅବସ୍ଥିତ ସ୍ପଟି ର ଏକ ଛୋଟିଆ ଗ୍ରାମ ରେ ରହିଛି ଏହି ମମ୍ମି ଟିଏ। ତେବେ ଏହା ଏକ ବୌଦ୍ଧିକ ଧର୍ମ ଗୁରୁ ଙ୍କର ଶବ ବୋଲି କୁହାଯାଇଛି। ତେବେ ସେଠାରେ ରହିଥିବା ଲୋକ ଙ୍କର କହିବା ଅନୁସାରେ ପୂର୍ବକାଳ ବୌଦ୍ଧ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ବହୁ ଦିନ ପର୍ଯ୍ୟନ୍ତ ତପସ୍ୟା କରୁଥିଲେ ।

ଏମିତି କି କିଏ କିଏ ତପସ୍ୟା କରୁ କରୁ ନିଜର ଜୀବନ ଚାଲିଯାଉ ଥିଲା କିନ୍ତୁ ତପସ୍ୟା ଶେଷ ହେଉନଥାଏ। ତେବେ ସେତେବେଳେ ସେମାନେ ବହୁତ ଦିନ ପର୍ଯ୍ୟନ୍ତ ଉପବାସ ରେ ରହିବା ସେମାନ ଙ୍କ ପାଇଁ ଏକ ସାଧାରଣ କଥା ଥିଲା। ଆଉ ସେମାନେ ନିଜ ଖାଦ୍ୟ ରେ ଗଛ ର ପତ୍ର , ଫଳ ,ମୂଳ ଆଦି କୁ ବ୍ୟବହାର କରୁଥିଲେ। ଯେଉଁ କାରଣ ରୁ ତାଙ୍କର ମରିବାର ୫୦୦ ବର୍ଷ ପରେ ମଧ୍ୟ ତାଙ୍କର ହାଡ଼ ଓ ଚମଡା ସେମିତି ତପସ୍ୟା ମୁଦ୍ରା ରେ ରହିଛି ।ତାହା କେବଳ କଳା ପଡିଯାଇଛି କିନ୍ତୁ ବିଘଟନ ହୋଇନାହିଁ ।

ଉଲ୍ଲେଖ ଯୋଗ୍ୟ ଯେ,୧୯୭୫ ମସିହାରେ ସେହି ସ୍ଥାନରେ ଏକ ଭୂମିକମ୍ପ ହୋଇଥିଲା ଯେଉଥିରେ ଉଦ୍ଧାର କାର୍ଯ୍ୟ ରେ ଥିବା ଲୋକମାନେ ଏହି ମୃତ ଦେହ ଟୀକୁ ତପସ୍ୟା ମୁଦ୍ରା ରେ ବସିଥିବା ର ଦେଖିଥିଲେ ।ଏବଂ ପରେ ତାହାକୁ ଆଣି ଏକ କଂକ୍ରିଟ ଘର ମଧ୍ୟରେ କାଚ ଭିତରେ ତାହାକୁ ବିନା କୌଣସି କେମିକାଲ ର ବ୍ୟବହାର କରି ସଂରକ୍ଷିତ କରି ରଖାଯାଇଛି ।ବର୍ତ୍ତମାନ ଏହି ସ୍ଥାନ ଟି ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ଅଟେ ।ଏହି ମମ୍ମି କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଲୋକମାନେ ଆସୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।