ଓଲିଉଡ୍ ଦୁନିଆରୁ ସବୁଦିନ ପାଇଁ ଏ ଧରାଭୂମି ଛାଡିଚାଲି ଯାଇଛନ୍ତି ଏହି ବରିଷ୍ଟ କଳାକାର ମାନେ ! ଦେଖନ୍ତୁ କେଉଁ କଳାକାର କେଉଁ ଦିନ ମୃତ୍ୟୁବରଣ କରିଛନ୍ତି…..

0

ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ବହୁ ନାମୀ ଦାମୀ କଳାକାର ମାନେ ଅଛନ୍ତି। ନିଜ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କୁ ବାନ୍ଧି ରଖି ଥାନ୍ତି। ହେଲେ ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ କିଛି ଜଣ ଙ୍କ ପରୋ ଲୋକ ଘଟିଛି। ତେବେ ଆଜି ଆମେ ଜଣାଇବୁ ଯେ ଓଡ଼ିଶା ର ବିଶିଷ୍ଟ କଳାକାର ଯେଉଁ ମାନେ ଆମ ଗହଣ ରେ ଆଉ ନାହାଁନ୍ତି। ଯେଉଁ ମାନେ ଆମକୁ ଛାଡ଼ି ଚାଲି ଯାଇଛନ୍ତି,ହେଲେ ସେମାନଙ୍କ ସ୍ମୃତି ଆମ ପାଖରେ ଚୀର ସ୍ଥାୟୀ ହୋଇ ରହିଛି ତେବେ ସେହି କଳାକାର ମାନେ କିଏ କିଏ ଆସନ୍ତୁ ଜାଣିବା।

୧-ବିଜୟ ମହାନ୍ତି:-

ଓଡ଼ିଆ ସିନେମା ର ବିଶିଷ୍ଟ କଳାକାର ବିଜୟ ମହାନ୍ତି। ସେ ଜଣେ ମହାନ୍ କଳାକାର ଅଟନ୍ତି।ତେବେ ସେ ୧୯୭୭ ମସିହାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଗତ କିଛି ମାସ ତଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣା ଅନୁଭବ ହେବା ରୁ ତାଙ୍କୁ ହାଇଦର ର ହସ୍ପିଟାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କାଯାଇଥିଲା। ଏହା ପରେ ତାଙ୍କୁ ଭୁବନେଶ୍ୱର ରେ ଚିକିତ୍ସା କରାଯାଉଥିଲା,ଆଉ ସେହି ଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

୨-ସୌମ୍ୟରଞଜନ ପଣ୍ଡା;-

ହାସ୍ୟ କଳାକାର ସୌମ୍ୟରଞଜନ ପଣ୍ଡା ଯାହାଙ୍କୁ ଆପଣ ଅତି ପ୍ରିୟ ରେ ଚଞ୍ଚ ବୋଲି ଜାଣି ଥାନ୍ତି। ତାଙ୍କୁ ଜି ସାର୍ଥକ ରେ ମିଷ୍ଟର ନଂସେନ୍ସ ରେ ଗୋବାରା ଚରିତ୍ର ରେ ଦେଖିବାକୁ ପାଉ ଥିଲେ। ହେଲେ ଗତ ଏପ୍ରିଲ ୨୫ ତାରିଖରେ ତାଙ୍କର ଦେହାନ୍ତ ଘଟିଥିଲା। କ୍ୟାନ୍ସର ରେ ପଡିତ ଥିଲେ ସେ। ମୃତ୍ୟୁ ବେଳକୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା ତାଙ୍କୁ।

୩-ସଲିଳ ମିତ୍ର:-

ଚଳଚ୍ଚିତ୍ର ଜଗତ ର ବହୁ ଚିହ୍ନା ମୁଁହ ଟିଏ ହେଉଛନ୍ତି ସଲିଳ ମିତ୍ର। ପ୍ରଥମେ ଭାଙ୍ଗି ଦେଲା ସୁନା ସଂସାର ରେ ଫିଲ୍ମ୍ ଇଣ୍ଡଷ୍ଟ୍ରି କାମ କରିଥିଲେ। ଜୁନ ୪ ୨୦୧୯ ରେ ସେ ପ୍ରାଣ ତ୍ୟାଗ କରିଥିଲେ।ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ତାଙ୍କର। ନିଜ ଅଭିନୟ ରେ ଖୁବ୍ କମ୍ ଦିନ ରେ ପ୍ରସଂଶ ପାଇଥିଲେ।

୪-ଦେବୁ ଦାସ:-

ମୁଖ୍ୟ କଳାକାର ଭାବେ ଜାଣିଥିବା ଅଭିନେତା ହେଉଛନ୍ତି ଦେବୁ ଦାସ। ତାଙ୍କୁ ଓଡ଼ିଆ ସିନେମା ଜଗତ ରେ ଭୀଷ୍ମ ବୋଲି କୁହାଯାଏ। ସମସ୍ତେ ଅତି ପ୍ରିୟ ରେ ଦେବୁ ଦା ବୋଲି ଡାକୁଥିଲେ। ଗତ ୨୩ ଅଗଷ୍ଟ ୨୦୧୮ ରେ ହୃଦ୍ ଘାତ ରେ ପ୍ରାଣ ହରାଇ ଥିଲେ।

୫-ଅନିତା ଦାସ:-

ସୁନ୍ଦର ଚରିତ୍ର ଠାରୁ ସୁନ୍ଦର୍ ଅଭିନୟ ପର୍ଯ୍ୟନ୍ତ ସବୁଥିରେ ପାରଙ୍ଗମ ହେଉଛନ୍ତି ଅନିତା ଦାସ। ଜଣେ ନାୟିକା ରୁ ନିଜ କ୍ୟାରିଅର ଆରମ୍ଭ କରି ଜେଜେମା ପ୍ରଜ୍ୟନ୍ତ୍ ଶେଷ କରି ପ୍ରାଣ ତ୍ୟାଗ କରିଥିଲେ। ନିଜ ଅଭିନୟ ରେ ବେଶ୍ ଖୁସି ଥିଲେ।ମେ ମାସ ୮ ତାରିଖ ୨୦୧୮ ମସିହା ରେ ପ୍ରାଣ ତ୍ୟାଗ କରିଥିଲେ । ମୃତୁ ବେଳକୁ ମାତ୍ର ୬୬ ବର୍ଷ ହୋଇଥିଲା।

୬-ମିନ କେତନ ଦାସ:-

ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକ ଙ୍କ ମନ କୁ ଖୁବ୍ କିଣି ପାରିଥିଲେ ମିନ କେତନ ଦାସ। ମାତ୍ର ୫୬ ବର୍ଷ ବୟସରେ ୩୦ ଜୁନ ୨୦୧୭ ମସିହାରେ ମୃତ୍ୟୁ ଘଟିଥିଲା।

୭-ହର ପଟ୍ଟନାୟକ:-

ଜଣେ ଭଲ ଅଭିନେତା ସହିତ ଭଲ ନିର୍ଦ୍ଦେଶକ ଭାବେ ବେଶ୍ ପରିଚିତ ହର ପଟ୍ଟନାୟକ। ଖଳନାୟକ ଭମିକାରେ ବେଶ୍ ଅଭିନୟ ଦେଖାଇ ଦର୍ଶକ ଙ୍କୁ ଭଲ ପାଇବା ଦେଇଛନ୍ତି। କ୍ୟାନ୍ସର ଯୋଗୁ ମାତ୍ର ୫୬ ବୟସ ରେ ୧୩ ଜାନୁଆରୀ ୨୦୧୫ ମସିହାରେ ପ୍ରାଣ ତ୍ୟାଗ କରିଥିଲେ।

୮-ସାଧନା ପରିଜା:-

ରୁନୁ ଅପା ବୋଲି ସାଧନା ପରିଜା ଙ୍କୁ ସମସ୍ତେ ଜାଣନ୍ତି। ବିଭିନ୍ନ ଭୂମିକାରେ ଅଭିନୟ କରି ଛନ୍ତି ସେ। ମାତ୍ର ୫୧ ବୟସରେ ୨୪ ଅକ୍ଟୋବର ୨୦୧୪ ମସିହାରେ ପ୍ରାଣ ତ୍ୟାଗ କରିଥିଲେ।

୯-ଜ୍ୟୋତ୍ସ୍ନା ଶତପଥୀ:-

କମେଡି କ୍ୱିନ ମାମିନା ଅପା କ୍ୟମେରା ଆଗରେ କଳି କରୁଥିବା ନାୟିକା ଜ୍ୟୋତ୍ସ୍ନା ଶତପଥୀ।୮ ଡିସେମ୍ବର ୨୦୧୪ ରେ ମାତ୍ର ୪୮ ବର୍ଷ ବୟସରେ ପ୍ରାଣ ହରାଇଥିଲେ ସେ।

୧୦- ନାୟିକା ନିକିତା:-

ବହୁ ପୁରୁଣା ନାୟିକା ନିକିତା,ସବ୍ୟସାଚୀ ଙ୍କ ସହିତ ତୋ ବିନା ଭଲ ଲାଗେନା ରେ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କର ମୃତୁ ଆତ୍ମହତ୍ୟା ଥିଲା କି ହତ୍ୟା ଥିଲା ଯାହା ଆଜି ଯାଏଁ ଜଣା ପଡି ନାହି । ଛାତ ରୁ ଡେଇଁ ଆତ୍ମ ହତ୍ୟା କରିଥିଲେ ସେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।